ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର, ଦୁର୍ଦ୍ଦୁରା ଅନୁଷ୍ଠାନର ଯୁଵସଂଗ୍ରାହକ ସଞ୍ଜୟ କୁମାର ସାହୁ ବିଭିନ୍ନ ସ୍ଥାନରୁ ଦୁର୍ଲଭ ଜିନିଷ ସଂଗୃହିତ କରିଛନ୍ତି। ଏହିପରିପ୍ରେକ୍ଷୀରେ କନକ ଟିଭିର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥଙ୍କ ନେତୃତ୍ବରେ ପଲୀଶାସନଗ୍ରାମରୁ ରାମଚନ୍ଦ୍ର ମିଶ୍ର, ରମେଶ ରଥଙ୍କ ବାସଭବନରୁ ପୁରାତନ ରେଡ଼ିଓ, କ୍ୟାମେରା, ପେଟ୍ରୋମାସ୍କ ଲାଇଟ୍, କାଠ ନିର୍ମିତ ପୁରାତନ କଳାକୃତି ସାମଗ୍ରୀ ସଂଗୃହିତ ହେବା ସହ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୋହମ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୁବ ସ୍ଵେଚ୍ଛାସେବୀ କାମାକ୍ଷା ପ୍ରସାଦ ଦାସଙ୍କ ବାସଭବନରୁ ସଂସ୍କୃତ ଓ ଓଡ଼ିଆ ଲିପି ଆୟୁର୍ବେଦ ଚିକିତ୍ସା ଦୁର୍ଲ୍ଲଭ ତାଳପତ୍ର ପୋଥୀ ୬ଖଣ୍ଡ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ସ୍ଵେଚ୍ଛାକୃତଭାଵେ ପ୍ରଦାନ କରିଛନ୍ତି। ସମାନ୍ତରାଳଭାଵେ ନୟାଗଡ଼ ମାସିକ ପତ୍ରିକା ସମ୍ବାଦ ପରମ୍ପରା ସଂପାଦକ ନିର୍ମଳ ଶୂରଦେଓ ଅନୁଷ୍ଠାନକୁ ୨୦୦ ପୁସ୍ତକ ଦେଇ ଗାଁର ଯୁବକ ଯୁବତୀଙ୍କୁ ପାଠାଗାର ପ୍ରତି ଆକୃଷ୍ଟ କରିବାସହ ପାଠକ ପାଠିକାଙ୍କୁ ମୂଳ ଲକ୍ଷ୍ୟକୁ ଆଧାର କରି ଗୁରୁତ୍ଵ ଦିଆଯାଇଛି ଵୋଲି ଶୂରଦେଓ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନକୁ ବିଭିନ୍ନ ବ୍ୟକ୍ତି ବିଶେଷ ସ୍ଵେଚ୍ଛାକୃତ ପ୍ରଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସଂଗ୍ରହାକ ସଞ୍ଜୟ କୁମାର ସାହୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଶ୍ରୀ ଜଗନ୍ନାଥ ସଂଗ୍ରହାଳୟକୁ ଦୁର୍ଲଭ ତାଳପତ୍ର ପୋଥୀ, ପୁସ୍ତକ , ପୁରାତନ ରେଡ଼ିଓ ପ୍ରଦାନ
