ଭାରତ ମାତାକି ଜୟ ଓ ପାକିସ୍ଥାନ ମୁର୍ଦାବାଦ୍ ଧ୍ବନିରେ ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଇଲେ ସିନ୍ଦୁରିଆ ୭୮୬ କ୍ଳବର ସଦସ୍ୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ଥାନ ସମର୍ଥିତ ଆତଙ୍କବାଦୀଙ୍କ ନରସଂହାର ପରେ ଭାରତୀୟ ସୈନ୍ୟବାହିନୀ ପାକିସ୍ଥାନକୁ ଉପଯୁକ୍ତ ଜବାବ୍ ଦେବା ସହ ପାକିସ୍ଥାନରେ ଥିବା ଆତଙ୍କବାଦୀ ଶିବିର ଗୁଡ଼ିକୁ ଧ୍ବଂସ କରିଥିଲେ। ଯାହାଦ୍ଵାରା କି ଚାରିଦିନରେ ପାକିସ୍ଥାନ ଅସ୍ତ୍ରବିରତି ପାଇଁ ବିଭିନ୍ନ ଦେଶକୁ ଅନୁରୋଧ କରିଥିଲା। ଏହି ଚାରିଦିନ ଭିତରେ ଭାରତୀୟ ସୈନ୍ୟବାହିନୀ ଯେଉଁ ପ୍ରକାର ପରାକ୍ରମ ଦେଖାଇଥିଲେ ସେଥିପାଇଁ ସବୁ ଭାରତୀୟ ଗର୍ବିତ। ଭାରତୀୟ ସୈନ୍ୟବାହିନୀର ମନୋବଳ ବୃଦ୍ଧି ଓ ପରାକ୍ରମକୁ ସମ୍ନାନ ଜଣାଇ ସିନ୍ଦୁରିଆ ୭୮୬ ୟୁଥ୍ କ୍ଳବ୍ ସଦସ୍ୟମାନେ ସିନ୍ଦୁରିଆ ଖେଳପଡ଼ିଆରେ ଏକତ୍ର ହୋଇ ଭାରତ ମାତା କି ଜୟ, ପାକିସ୍ଥାନ ମୁର୍ଦାବାଦ୍ ଓ ଭାରତୀୟ ସୈନ୍ୟବାହିନୀ ଜିନ୍ଦାବାଦ୍ ଧ୍ଵନିରେ ପରିବେଶକୁ ପ୍ରକମ୍ପିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ତଥା ଶିକ୍ଷାବିତ୍ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିବା ବେଳେ କ୍ଳବର ଉପଦେଷ୍ଟା ସେକ୍ ନଇମ୍, ପ୍ରାଧ୍ୟାପକ ସେକ୍ ଇଶାକ୍, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମାର୍ ମଲ୍ଲିକ, ହନାନ ଖାଁ, କ୍ଳବ୍ ସଭାପତି ସେକ୍ ଇଶୁବ୍, ସମ୍ପାଦକ ଅନୱର୍ ଅଲ୍ଲୀ, ବରିଷ୍ଠ ସଦସ୍ୟ ସେକ୍ ସଦୁରୁଦ୍ଦିନ୍, ଅମଜାଦ୍ ଖାଁ, ମୋହିନ୍ ମଲ୍ଲିକ, ମୀର ହମଜା, ସେକ୍ ଫିରୋଜ୍, ମଲ୍ଲିକ ଜୁନେଜ, ଇମ୍ରାନ୍ ମଲ୍ଲିକ ଓ ସଂଯୋଜକ ମସୁଲୁଦ୍ଦିନ୍ ଖାଁ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

Related posts