ରଣପୁର, (ନୟାଗଡ଼ ଦର୍ପଣ): ଦଣ୍ଡଯାତ୍ରାର ଶେଷ ପର୍ବ ପାଳିତ ହୋଇଛି । ଦୀର୍ଘ ୧୭ ଦିନ ଧରି ଠାକୁର ପାଣିତୋଳା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିଲେ । ପ୍ରତିଦିନ ଅପରାହ୍ନରେ ଠାକୁର ସ୍ନାନ ପରେ ମାନସିକ ଧାରି ଭକ୍ତ ମାନଙ୍କ ଦୁଆରକୁ ଯାଇ ଭୋଗ ଖାଆନ୍ତି । ସନ୍ଧ୍ୟାରେ କାମନା ମନ୍ଦିରରେ ପଣା ସାରିବା ପରେ ରାତିରେ ସମସ୍ତ ଦଣ୍ଡୁଆ ଉଜାଗର ରହି ପୁଣି ମାନସିକ ଧାରି ଭକ୍ତ ଦୁଆରେ ସାୃସ୍କୁତିକ କାର୍ଯ୍ୟକ୍ରମ ପରିବେଶଣ କରେନ୍ତି । ଏହିଭଳି ଭାବରେ ରଣପୁର ଅଚଂଳରେ ପ୍ରାୟ ୧୭ରୁ ଉର୍ଦ୍ଧ୍ୱ କୋଟିରେ ନୀତି ପାଳନ ହୋଇଆସୁଥିଲା।ସଂଙ୍କ୍ରାନ୍ତିରେ ଶେଷ ପର୍ବରେ ଭଗତା ମାନେ ନିଆଁରେ ଚାଲିଛନ୍ତି। ପ୍ରଥମେ ସକାଳେ ରଣପୁରର ଆରାଧ ଦେବତା ସ୍ୱପ୍ନେଶ୍ୱରଙ୍କର ଭଗତାମାନେ ନିଆଁରେ ଚାଲିଥିଲେ। ଚାଲିବା ପୂର୍ବରୁ ଭଗତାମାନେ ମନ୍ଦିର ନିକଟରେ ଥିବା ପୋଖରୀରେ ଗାଧେଇବା ସହ ଏକ ଶୋଭାଯାତ୍ରରେ ଆସିଥିଲେ। ପରେ ସେମାନେ ନିଆଁରେ ଚାଲିଥିଲେ । ସେହିଭଳି ରଣପୁରର ଚଣ୍ଡେଶ୍ୱର, କଙ୍କିଆ, ଲେମ୍ବୁଡି, ବରମୁଳ, ଗୋପାଳପୁର, ମଝିଆଖଣ୍ଡ, ନନ୍ଦପୁର ଆଦି ଅଚଂଳରେ ଦଣ୍ଡଯାତ୍ରା ପାଳିତ ହୋଇଛି।
