ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବବିଫଳ ହୋଇଥିବା ବିଜେପି ସରକାର ବରଖାସ୍ତ ଦାବିରେ ଜିଲ୍ଲା କଂଗ୍ରେସ ର ମହାମହିମ ରାଜ୍ଯପାଳଙ୍କୁ ସ୍ମାରକପତ୍ର

ବିକ୍ଷୋଭ ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଧସେଇ ପସିଲେ କଂଗ୍ରେସ କର୍ମୀ


ବିକ୍ଷୋଭ ସଭାରେ ଶହଶହ ମହିଳାଙ୍କ ଉପସ୍ଥିତି

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାଶଙ୍କ ଆହ୍ବାନ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ବରେ ବିକ୍ଷୋଭ ସଭା କରାଯାଇ ସଭାସ୍ଥଳରୁ ଏକ ଦଳୀୟ ଶୋଭାଯାତ୍ରାରେ ଶହଶହ କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ମୁଖ୍ଯ ଫାଟକରେ ଧସେଇ ପସି, ମୋହନ ସରକାରର ବରଖାସ୍ତ ଦାବିରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଜରିଆରେ ମହାମହିମ ରାଜ୍ଯପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟରେ ୯ମାସ ଧରି ବିଜେପି ସରକାର ଆସିବା ଦିନଠାରୁ ୫୫ଜଣ ମହିଳାଙ୍କୁ ଗଣଦୁଷ୍କର୍ମର ଶିକାର, ୧୬୦୦ ଯୁବତୀ, ନାବାଳିକା ନିଖୋଜ ସହିତ ଦୁଷ୍କର୍ମର ପିଡିତା କୁ ନ୍ୟାୟ ଦାବିରେ ରାଜ୍ଯର ଡବଲ ଇଂଜିନ୍ ସରକାର ର ବିଫଳତା, ରାଜ୍ଯରେ ଖାଦ୍ୟ ସାମଗ୍ରୀ ଅହେତୁକ ଦରବ୍ରୁଦ୍ଧି ରୋକିବାରେ ମୋହନ ସରକାର ର ବିପଳତା, ଚାଷୀଙ୍କ ଧାନ କଟନାଛଟନୀ ହେବନାହିଁ ବୋଲି ବିଜେପି ସରକାର ପ୍ରତିଶ୍ରୁତି ଦେଲେ ମଧ୍ଯ କ୍ୱିଣ୍ଟାଲ ପିଛା ୧୦କେଜି ଧାନ କଟିବା, ଏବଂ ସର୍ବୋପରି ରାଜ୍ଯର ମା” ମାନଙ୍କୁ ସୁଭଦ୍ରା ନାଁରେ ଲଲିପପ ଦେଖେଇବା ପ୍ରତିବାଦ କରି ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ସଭା ଆୟୋଜିତ କରାଯାଇଥିଲା। ବରିଷ୍ଠ ନେତା ହୁସେନ ଖାଁ, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀଧର ତ୍ରିପାଠୀ ,ଖଣ୍ଡପଡ଼ା ପ୍ରାର୍ଥୀ ବୈଜୟନ୍ତମାଳା ମହାନ୍ତି, ରଣପୁର ବ୍ଲକ କଂଗ୍ରେସ ସଭାପତି ଶତୃଘ୍ନ ପାଇକରା, ଓଡ଼ଗାଁ ବ୍ଳକ କଂଗ୍ରେସ ଉପସଭାପତି ବିଭୂତି ରାଉତ, ରାଜୀବ ଗାନ୍ଧି ପଂଚାୟତ ରାଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ, ନୟାଗଡ଼ ବ୍ଳକ କଂଗ୍ରେସ ସଭାପତି ଫକୀର ମଲ୍ଲ, ଜିଲ୍ଲା ଛାତ୍ର କଂଗ୍ରେସ ନେତା ଦିଲ୍ଲୀପ୍ କୁମାର ବିଶୋଇ, ରାଜ୍ଯ ଯୁବ କଂଗ୍ରେସ ସଂପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ଦାଶ, ପ୍ରତୀମା ଜେନା, ନୂଆଗାଁ ବ୍ଳକ କଂଗ୍ରେସ ସଭାପତି ଅଶୋକ ନାୟକ, ରଣପୁର କଂଗ୍ରେସ ନେତା ଭରତ ପ୍ରଧାନ, ଆଇନଜୀବୀ ପ୍ରଭାତ ପୃଷ୍ଟି  ଏବଂ ଶତାଧିକ ଦଳୀୟ କର୍ତ୍ତା କର୍ମୀ ଯୋଗଦେଇଥିଲେ। ନିର୍ବାଚନ ଜିତିବାର ୧୦୦ଦିନ ଭିତରେ ଚିନିକଳ ଚଲେଇବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଭୋଟ୍ ନେଇଥିବା ପୁରୀ ସାଂସଦ ସମ୍ବିତ ପାତ୍ର ନୟାଗଡ଼ ପାଇଁ ବିଶ୍ୱାସଘାତକ କରିଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି।

Related posts