ଫୁଲେଇ ମାଉସୀ

ଶରତ ଚନ୍ଦ୍ର ଷଡ଼ଙ୍ଗୀଙ୍କ କବିତା ‘ଫୁଲେଇ ମାଉସୀ’


ଆମ ଗାଁ ଦାଣ୍ଡରେ ସାଙ୍ଗ ସାଥି ମେଳେ
ଖେଳୁ ଥିଲି ଦିନେ କାଗଜ ଡ଼ଙ୍ଗାର ଖେଳ
ଆମ ଗାଁ କୃଷକ ଗହୀର ବିଲରେ
ନିରେଖି ଅନାଏ ବାଜିଲାଣି କେତେ ବେଳ

ଆମ ଗାଁ ନନା କାଶତଣ୍ଡୀ ବଣେ
ଖୋଜି କାଟୁଥିଲା କୁଶ
ସାରୁ ଗଛ ମୂଳେ ବେଙ୍ଗ ରାଜା ବସି
ଗରବେ ଫୁଲାଏ ନିଶ

ଆମ ଗାଁ ଗହୀର ପଙ୍କ ଗlଡ଼ିଆରେ
ଫୁଟୁଥିଲା କେତେ କଇଁ
ବରଷାରାଣୀ ତା ମୁକୁଳା କେଶରେ
ଯତନେ ଥିଲା ତ ନାଇ

ରଙ୍ଗୁଆ ମାଟି ର ପଙ୍କକାଦୁଅରେ
ଖେଳୁଥିଲି କେତେ ଖେଳ
ବୋଉ ବାଢୁଥିଲା ତତଲା ଭାତକୁ
ବାଉଁଶପତିରୀ ଝୋଳ

ବରଷାରାଣୀ ମୋ ଫୁଲେଇ ମାଉସୀ
କଲା ଯେଉଁ ଦିନ ରୋଷ
ଭୁଶୁଡ଼ି ପଡିଲା ଦଦରା କୁଡିଆ
ଦିନା ମା ‘ହେଲା ଶେଷ

ପ୍ରକୃତି ମାଆ ର ଗେହ୍ଲାଝିଅ ପରା
ମନେ ଭରୁ ଯେତେ ରୋଷ
ସଂସାର ତା ପାଇଁ ଝୁରି ମରେ ପରା
କରିଛି ସଭିଙ୍କୁ ବଶ

ଶରତ ଚନ୍ଦ୍ର ଷଡ଼ଙ୍ଗୀ (ଶିକ୍ଷକ)
ଦଲକ, ଓଡ଼ଗାଁ, ନୟାଗଡ଼, ଫୋନ୍ : 8763210904

Related posts