ନେହେରୁ ଯୁବା କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” ଏବଂ  ଭାରତ  ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗ ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ  “ଜିଲ୍ଲା  ସ୍ତରୀୟ କ୍ରୀଡା ପ୍ରତିଯୋଗୀତା” ନୟାଗଡ ଷ୍ଟାଡିୟମ ଖେଳପଡିଆ ଠାରେ  ଅନୁଷ୍ଠିତ ହୋଇଯାଇଅଛି। ଏହାକୁ ନୟାଗଡ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ନୟାଗଡ ମୁନିସପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ସୋହମ ସଙ୍ଗଠନର  ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର  ଅନାଦି ଚରଣ ମହାନ୍ତି, ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ ନୟାଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବିଜୟୀ ହୋଇ ଆସିଥିବା ଯୁବକ ବର୍ଗର ଫୁଟବଲ, ୧୦୦ ମିଟର ଦୌଡ, ଟାଇକୁଣ୍ଡ ଏବଂ ଯୁବତୀ ବର୍ଗର କବାଡି, ଧୀର ସାଇକେଲ ଚାଳନା, ବ୍ୟାଡ ମିଣ୍ଟନ ପ୍ରତିଯୋଗୀତା କରଯାଇଥିଲା। ପରିଶେଷରେ କୃତି ଦଳ ଓ ପ୍ରତିଯୋଗୀ ମାନଙ୍କୁ ମାନପତ୍ର, କ୍ରୀଡା ସାମଗ୍ରୀ  ଓ ପୁରସ୍କାର ପ୍ରଦାନ କରଯାଇଥିଲା।  ଏଥିରେ ସଙ୍ଗଠନର  ସୁଧୀର କୁମାର ବେହେରା , ରବୀନ୍ଦ୍ର ନାୟକ, ଦୁର୍ଗାମଧବ ସେଠୀ, ବିଶ୍ଵଜିତ  ପଟ୍ଟନାୟକ , ଚରଣ ଗୁରୁ, ସୁନୀଲ କୁମାର ମହାନ୍ତି , ନୟାଗଡ ଟାଇକୁଣ୍ଡ ବିଦ୍ୟାଳୟର  ଏମ. ରୀତିକ ରଞ୍ଜନ ମହାପାତ୍ରଙ୍କ ସମେତ ଶତାଧିକ କ୍ରୀଡା ପ୍ରେମୀ ଓ ପ୍ରତିଯୋଗୀ  ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Related posts