ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ସଦର ମହକୁମା ରେ କାର୍ଯ୍ୟରତ ୩୫ଜଣ ଖବର କାଗଜ ବିତରକମାନଙ୍କୁ ନେଇ ଖବର କାଗଜ ବିତରକ କଲ୍ୟାଣ ଟ୍ରଷ୍ଟ ନାମରେ ଏକ ସଙ୍ଘ ଗଠନ ପରେ ବୁଧବାର ଅପରାହ୍ନରେ ପୁରୁଣା ଛାତ୍ର ବାସ ରୋଡ଼ ସ୍ଥିତ ଏକ ଭଡା ଘରେ ଟ୍ରଷ୍ଟର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ତଥା ଉକ୍ତ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ କାର୍ଯ୍ୟାଳୟକୁ ଉଦଘାଟନ କରିବା ସଂଗେ ସଂଗେ ଖବର କାଗଜ ଏବଂ ଖବର କାଗଜ ବିତରକ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ଉତ୍ତମ ସମନୁୟ ଏବଂ ବୁଝାମଣା ରହିଲେ ସଙ୍ଘ ଆଗକୁ ବଢିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମ୍ବାଦିକ ସଙ୍ଘର କାର୍ଯ୍ୟକାରୀ ସଭାପତି, ପ୍ରଗତିବାଦୀ ଜିଲ୍ଲା ପ୍ରତିନିଧି ତଥା ଅନ୍ୟତମ ଉପଦେଷ୍ଟା ସୁବାସଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଖବର କାଗଜ ବିତରକ ସଙ୍ଘର ସଭାପତି କାଶୀନାଥ ମିଶ୍ର, ସମ୍ପାଦକ ବୈକୁଣ୍ଠନାଥ ନାୟକ, କୋଷାଧକ୍ଷ ପ୍ରଫୁଲ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ଜଗନ୍ନାଥ ଆଚାର୍ଯ୍ୟ, ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଏକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବର୍ଷିଆନ ବିତରକ ସନ୍ତୋଷ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
ଖବର କାଗଜ ବିତରକ କଲ୍ୟାଣ ଟ୍ରଷ୍ଟ କାର୍ଯ୍ୟାଳୟ ଉଦଘାଟିତ
