ନୟାଗଡ଼, (ନୟାଗଡ଼ ଦର୍ପଣ): ଜୟଦୁର୍ଗା କ୍ଳବର ୨୪ତମ ବାର୍ଷିକ ଉତ୍ସବରେ ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେଡି ମୁଖପାତ୍ର ଇରାନି ରାୟ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଉଦଯାପନୀ ସମୟରେ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ନାମେଣ୍ଟରେ ରାଜ୍ୟସ୍ତରୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ ଖେଳାଳିମାନେ ଯୋଗ ଦେଇଥିଲେ । ଯାହାକି ଖେଳକୁ ଆକର୍ଷଣୀୟସହ ରୋମାଞ୍ଚକର କରିଥିଲା । ଏଥିରେ ୪ଗୋଟି ଦଳ ଭାଗ ନେଇଥିଲେ । ଯଥା – କିଟ୍ କୟୁନିଭରସିଟି, ଭୁବନେଶ୍ୱର ସ୍ପ୍ରୋଟସ ହଷ୍ଟେଲ ଭୁବନେଶ୍ୱର, ପୁରୀ କ୍ଳବ୍ (ପୁରୀ), ସୂର୍ଯ୍ୟଶିଖା ଭଦ୍ରକ। ଫାଇନାଲରେ ଭୁବନେଶ୍ୱର ସ୍ପ୍ରୋଟସ ହଷ୍ଟେଲ ଏବଂ ସୂର୍ଯ୍ୟଶିଖା ଭଦ୍ରକକୁ ହରାଇ ୨-୧ ବ୍ୟବଧାନରେ ସେଟ୍ ଜିତି ଚାମ୍ପିଅନ ହୋଇଥିଲା। ନୟାଗଡ ବ୍ଲକ ଚେୟାରମ୍ୟାନ କିଶୋରଚନ୍ଦ୍ର ସାହୁ, ନୟାଗଡ଼ ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ, ଶେଖ ଈସୁବ, ଦୁ୍ଯ୍ୟୋଧନ ବେହେରା, ନୀଳମାଧଵ ପଣ୍ଡା, ରାଧେଶ୍ୟାମ ମୋହତା, ସଂଯୁକ୍ତାରାଣୀ ମହାପାତ୍ର ଉପସ୍ଥିତ ରହିଥିଲେ। ଖେଳ ପରିଚାଳନାରେ ରମାକାନ୍ତ ପଟ୍ଟନାୟକ, ଶ୍ରୀକାନ୍ତ ନାୟକ, ଜନ୍ମେଜୟ ଦାସ, ପ୍ରମୋଦ କୁମାର ବାରିକ ଏବଂ ବିରଞ୍ଚି ନାରାୟଣ ବେହେରା ଦାୟିତ୍ଵ ରେ ରହିଥିଲେ। ଜୟଦୁର୍ଗା କ୍ଲବର ସମସ୍ତ ସଦସ୍ୟ ରହିଥିବାବେଳେ ଜୟଦୁର୍ଗା କ୍ଳବର ଉପ ସଭାପତି ହାଡିବନ୍ଧୁ ଜେନା, ସମ୍ପାଦକ ରବୀନ୍ଦ୍ର କୁମାର ଜେନା କାଯ୍ୟକୁ ସମ୍ପାଦିତ କରିଥିଲେ।
ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ
