ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ କବିତା ରଚନାରେ ଜିଲ୍ଲା ଏବଂ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ଚୌଧୁରୀ ଓ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ ଆର ଜିଡ଼କ୍ଟର ପ୍ରତାପ କୁମାର ପରିଡ଼ା ସମ୍ବର୍ଦ୍ଧିତ କରିଛନ୍ତି ଏବଂ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ସାଙ୍ଗସାଥି ଉପସ୍ଥିତ ରହି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହା ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ଡିସେମ୍ବର ମାସ ୨୭ ଠାରୁ ୨୯ ମଧ୍ୟରେ ନିରାଡମ୍ବରରେ ଉଦଯାପନୀ ହୋଇଥିଲା। ଶିଶୁର ସର୍ବାଙ୍ଗୀନ ବିକାଶରେ ପରିବାର, ବିଦ୍ୟାଳୟ, ଗୋଷ୍ଠୀର ଭୂମିକା ଗୁରୁତ୍ବପୂର୍ଣ । ଶିଶୁଟିର ଅଭିଜ୍ଞତା ଓ ଦକ୍ଷତାକୁ ପ୍ରତିପାଦନ କରିବା ଏବଂ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଶିଶୁର ଅନ୍ତର୍ନିହିତ ଗୁଣାବଳୀର ମାନସିକ ଓ ଆବେଗିକ ବିକାଶ ନିମନ୍ତେ ଉତ୍ସାହ ପ୍ରଦାନ ସହିତ ସୃଜନଶୀଳତା ସୃଷ୍ଟି କରିବା। ଡ଼କ୍ଟର ପ୍ରତାପ କୁମାର ପରିଡ଼ା କହିଥିଲେ ସାହିତ୍ୟ ଏକ ଯାତ୍ରା ନୁହେଁ ଏହା ଏକ ଜୟଯାତ୍ର। ସ୍ମୃତିରେ ସାହିତ୍ୟ ସୃଜନୀ ସର୍ବଦା କୁହେ “ସ୍ମୃତି କେବେ ସରେ ନାହିଁ କି ପ୍ରତିଭା କେବେ ମରେ ନାହିଁ ” ତେଣୁ କାହ୍ନା ଏତେ ଛୋଟ ବୟସରୁ ସୁନ୍ଦର ସୁନ୍ଦର କବିତା ରଚନା କରୁଥିବାରୁ ଆଗାମୀ ଭବିଷ୍ୟତରେ ସାହିତ୍ୟ କ୍ଷେତ୍ରରେ ସୁନାମ ଆଣିବ ବୋଲି ଆଶା କରାଯାଏ।
Related posts
-
ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ
ନୂଆଗାଁ, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ୨୦୨୫ ଫେବୃଆରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ନୂଆଗାଁ ପଞ୍ଚୁପାଣ୍ଡବ... -
ନୂଆଗାଁରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୩ଜଣ
December 28, 2024 Jajati Comments Off on ନୂଆଗାଁରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୩ଜଣନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ +୩ଡିଗ୍ରୀ... -
ନୂଆଗାଁ ବ୍ଲକରେ ତୃତୀୟ ଓ ପଞ୍ଚମଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ
December 24, 2024 Jajati Comments Off on ନୂଆଗାଁ ବ୍ଲକରେ ତୃତୀୟ ଓ ପଞ୍ଚମଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି...