ନୟାଗଡ଼, (ନୟାଗଡ଼ ଦର୍ପଣ): ଦ୍ୱିତୀୟ ଥର ପାଇଁ ମା’ ହେଲା କଳା କଲରା ପତରିଆ ବାଘ । ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ । ନୟାଗଡ ବନାଞ୍ଚଳ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ ଗୋଟି କଳା କାଳରପତରିଆ ବାଘ ରହିଥିଲେ। ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ କିଛି ଛୁଆ ଜନ୍ମ ଦେଇଥିବା ନଜର ଆସିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ପିସିସିଏଫ ପ୍ରେମ୍ କୁମର ଝା। ବାଘଟି ଛୁଆକୁ ପାଟିରେ ନେଇକି ଯାଉଥିବା ସିସି କ୍ୟାମେରାରେ କଏଦ ହୋଇଛି । କିନ୍ତୁ କେତୋଟି ଛୁଆ ଜନ୍ମ ହୋଇଛନ୍ତି ବନ ବିଭାଗ ପାଖରେ ଖବର ନାହିଁ । ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ ଛୁଆ ସଂଖ୍ୟା ଜଣା ପଡ଼ିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରିଣୀ ଶ୍ରୀମତୀ ଷଡ଼ଙ୍ଗୀ।
ନୟାଗଡ଼ ଜଙ୍ଗଲରେ ପୁଣି ଥରେ ମାଆ ହେଲା କଳା ବାଘ
