ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିଆରା ଚିନ୍ତାଧାରା ଯୋଗୁଁ ସମଗ୍ର ଜିଲ୍ଲାରେ ପ୍ରଶଂସାର ପାତ୍ର ସାଜିଛନ୍ତି। ନୂଆବର୍ଷ ଉପଲକ୍ଷେ ବିଭିନ୍ନ ପଦାଧିକାରୀ, ରାଜନେତା, ସାମାଜିକ ସଂଗଠନ ତଥା ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଫୁଲତୋଡ଼ା,ଡ଼ାଇରୀ, କ୍ୟାଲେଣ୍ଡର ଆଦି ଉପହାର ସ୍ୱରୂପ ପ୍ରଦାନ କରାଯାଇଥାଏ। ମାତ୍ର ଏଭଳି ଉପହାର କୌଣସି କାମରେ ଆସି ନଥାଏ ବରଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ପାଣିରେ ପଡ଼ିଥାଏ। ତେବେ ଚଳିତ ବର୍ଷ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଯୁବ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ବହୁ ବର୍ଷରୁ ଚାଲି ଆସିଥିବା ଏହି ପରମ୍ପରାକୁ ଭାଙ୍ଗ କରିଛନ୍ତି। ସେ ଏକ ସ୍ୱତନ୍ତ୍ର ଚିଠି ଜରିଆରେ ଜିଲ୍ଲାର ସମସ୍ତ ପଦାଧିକାରୀ ତଥା ସର୍ବସାଧାରଣଙ୍କୁ ନୂଆବର୍ଷ ଉପଲକ୍ଷେ କୌଣସି ଡ଼ାଇରୀ, କ୍ୟାଲେଣ୍ଡର ଏବଂ ଫୁଲତୋଡ଼ା ନଦେବା ପାଇଁ ସମ୍ପୂର୍ଣ ଭାବେ ବାରଣ କରିଥିବା ବେଳେ ଏହା ବଦଳରେ ପେନ, ପେନସିଲ, ଖାତା, କଲମ, ରବର ତଥା କମ୍ପାସ ବକ୍ସ ଦେବା ପାଇଁ ଅନୁରୋଧ କରିଥିଲେ। ଏବଂ ଏହି ସବୁ ପାଠୋପକରଣ ଗୁଡ଼ିକୁ ବିଦ୍ୟାଳୟରେ ଗରିବ ପିଲାମାନଙ୍କୁ ବଣ୍ଟନ କରାଯିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଗ୍ରୱାଲ ନିଷ୍ପତ୍ତି ନେଇଥିଲେ। ଜିଲ୍ଲାପାଳଙ୍କ ଏହି ଅନନ୍ୟ ନିଷ୍ପତ୍ତି ଯୋଗୁଁ ଚଳିତ ବର୍ଷ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ପଦାଧିକାରୀ ମାନଙ୍କୁ ଫୁଲତୋଡ଼ା ଡ଼ାଇରୀ ବଦଳରେ ମିଳିଥିବା ବସ୍ତା ବସ୍ତା ପାଠୋପକରଣ ବର୍ତ୍ତମାନ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସି ପହଞ୍ଚିଛି। ପରବର୍ତ୍ତୀ ସମୟରେ ଏଗୁଡିକୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇ ଏକ ଭିନ୍ନ ତଥା ନିଆରା ପରମ୍ପରା ସୃଷ୍ଟି କରାଯାଉଥିବା ବେଳେ ଜିଲ୍ଲାର ଜନସାଧାରଣ ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।
Related posts
-
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ...