ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି ମେଳା, ପୁସ୍ତକ ମେଳା-୨୦୨୪ ଅନୁଷ୍ଠିତ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ତାରିଖରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜିଲ୍ଲା ମହୋତ୍ସବକୁ ଶୁଭ ଉଦ୍‌ଘାଟନ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି।

ଏହି ମହୋତ୍ସବରେ ପାଖାପାଖି ୩୧୩ ଷ୍ଟଲଟି ଖୋଲିବ। ଓରମାସ- ୧୧୬ଟି ଷ୍ଟଲ, ପୁସ୍ତକ ମେଳା-୨୦ଟି ଷ୍ଟଲ, କୃଷି-ଯନ୍ତ୍ରପାତି ମେଳା-୬୦ଟି ଷ୍ଟଲ, ଖାଦ୍ୟ ଷ୍ଟଲ-୫୦ଟି, ମିଶନ ଶକ୍ତି-୨୦ଟି ଷ୍ଟଲ, ହସ୍ତଶିଳ୍ପ-୧୦ଟି ଷ୍ଟଲ, ପୋଲିସ, ଫାୟାର, ମେଡିକାଲ- ୬ଟି ଷ୍ଟଲ, ବିଭିନ୍ନ ବିଭାଗ-୨୪ଟି ଷ୍ଟଲ, ବିଜ୍ଞାପନ ପାଇଁ ୭ଟି ଷ୍ଟଲ ଖୋଲାଯିବାର ବ୍ୟବସ୍ଥା ହୋଇଛି।

ରାସ୍ତା ଘାଟ:- ଜଗନ୍ନାଥ ମନ୍ଦିର ଠାରୁ ଷ୍ଟାଡିୟମ ପଡ଼ିଆ ଏବଂ ପି.ଟି.ଏସ ରାସ୍ତାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ଆଲୋକି କରଣ କାର୍ଯ୍ୟ ମିଶନ୍ ମୋଡରେ ମହୋତ୍ସବ ପୂର୍ବରୁ ସମାପ୍ତ କରାଯିବ।

ଟ୍ରାଫିକ୍ ଆଇନ୍ ଶୃଙ୍ଖଳା:- ପୋଲିସ ଏବଂ ଗୃହରକ୍ଷୀ ବାହିନୀ ଆଇନ୍ ଶୃଙ୍ଖଳା ପାଇଁ ଜଗନ୍ନାଥ ମନ୍ଦିର ଠାରୁ ପି.ଟି.ଏସ. ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ମୁତୟନ ହେବେ । ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଏନ.ସି.ସି. ଛାତ୍ରମାନେ ସ୍ୱେଚ୍ଛାକୃତଭାବେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ପୋଲିସଙ୍କୁ ସାହାଯ୍ୟ କରିବେ।

ସିସି ଟିଭି କଭରେଜ୍:- ସମଗ୍ର ମହୋତ୍ସବ କାର୍ଯ୍ୟକ୍ରମକୁ ସି.ସି. ଟିଭି କଭରେଜ୍ ମଧ୍ଯରେ ରଖାଯିବା ପାଇଁ ସ୍ଥିର କରାଯାଇଛି । ଏଥିନିମନ୍ତେ ଏକ କଂଟ୍ରୋଲ ରୁମର ବ୍ୟବସ୍ଥା କରାଯିବ।

ପାକିଂ ବ୍ୟବସ୍ଥା:- ପି.ଟି.ଏସ. ପଡ଼ିଆରେ ସମସ୍ତ ଦୁଇଚକିଆ ଓ ଚାରିଚକିଆ ଯାନ ସବୁ ପାର୍କିଂର ବ୍ୟବସ୍ଥା କରାଯାଇଛି । କେବଳ ଅତିଥିମାନଙ୍କର ଯାନଗୁଡ଼ିକ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇ ସମ୍ମୁଖରେ ରାସ୍ତାକଡ଼ରେ ଉଦ୍ଦିଷ୍ଟ ସ୍ଥାନରେ ପାର୍କି କରାଯିବ । ଏତଦ୍ ବ୍ୟତୀତ ସାମ୍ବାଦିକମାନଙ୍କର ଯାନଗୁଡ଼ିକ ମଧ୍ୟ ଷ୍ଟାଡିୟମ ସମ୍ମୁଖରେ ଅନ୍ୟ ଏକ ସ୍ଥାନରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

• ଜମିବ ହସ୍ତଶିଳ୍ପ, ହସ୍ତତନ୍ତ ଓ ଶୁଖିଲା ଖାଦ୍ୟ-ମସଲା ସାମଗ୍ରୀର କିଣାବିକା।

• ଟେରାକୋଟା ଓ କାର୍ପେଟ୍ ସହ ବାହାର ରାଜ୍ୟ ହସ୍ତଶିଳ୍ପ ସାମଗ୍ରୀର ଅପୂର୍ବ ସମ୍ଭାର।

• ହାତ ତିଆରି ଜିନିଷର ପସରା ମେଲିବେ ବିଭିନ୍ନ ଜିଲ୍ଲାର ଏସ.ଏଚ.ଜି. ସଦସ୍ୟା।

• ପିଲାଙ୍କ ମନୋରଂଜନ ପାଇଁ ନାଚ, ଗୀତ, ଦୋଳି, ଖେଳନା ଓ ମୀନାବଜାର।

• ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ।

• ସିନେମା ଓ ଆଲବମ ଜଗତର ନାମିଦାମୀ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ।

• ଜର୍ମାନ ହ୍ୟାଙ୍ଗରରେ(ଅତ୍ୟାଧୁନିକ ଅଡିଟୋରିୟମ)ରେ ବସି ମହୋତ୍ସବ ଉପଭୋଗ କରିବାର ନିଆରା ମଜା ନେବେ ଦର୍ଶକ।

• ସମସ୍ତ ଷ୍ଟଲ ଦିବା ୧୦ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଖୋଲା ରହିବ।

• ଏ ବର୍ଷ ପାଖାପାଖି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଅଛି।

• ପରିବାର ସହ ମେଳା ବୁଲିବା, ଜିନିଷ କିଣାକିଣି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Related posts