ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସ୍ଥିତ ପିମିଟ କଲେଜ ପରିସରରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ସମାଜସେଵୀ ତଥା ଆଡ଼ଭୋକେଟ ପ୍ରଭାସିନୀ ନନ୍ଦ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ସୁଶ୍ରୀ ନନ୍ଦ ଛାତ୍ରଛାତ୍ରୀଙ୍କୁ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଉଛେଦ, ଭୃଣ ହତ୍ୟା, ଜ୍ଵନ ନିର୍ଯାତନା କିଭଳି ଭାବେ ବଢୁଛି ଏବଂ ତାର ପ୍ରତିକାର ଆମେ କେମିତି କରିବା ସେ ବିଷୟରେ ସଚେତନ କରାଇଥିଲେ। ଛାତ୍ରଛାତ୍ରୀଙ୍କ ଦୃଢ ଇଚ୍ଛା ଶକ୍ତି ଓ ନିର୍ଭିକ ହେବା ପାଇଁ ବକ୍ତବ୍ୟ ରଖିଥିଲେ। ପରିଶେଷରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେଶ ପ୍ରଧାନ ଏବଂ ଯୁକ୍ତ ୩ ଅଧ୍ୟକ୍ଷ ସୁନୀଲ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ପରିଶେଷରେ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଚେତନତା କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।
Related posts
-
ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ... -
ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
December 14, 2024 Jajati Comments Off on ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲାନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ... -
ବସ ଧକ୍କାରେ ଭାଙ୍ଗିଲା ଦୁଇଟି ଘର, ଜଣେ ଗୁରୁତର ତିନି ଆହତ
ସରଣକୂଳ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ପୂର୍ତ୍ତବିଭାଗ ବଙ୍ଗଳା ନିକଟରେ ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିବା ଓଡି ୩୩ -ପି ୦୧୨୦...