ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ)ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ(ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମାଛିପଡ଼ା ସ୍ଥିତ ଭୂଇଁଆଣି ଟେକ୍ସଟାଇଲକୁ ପରିଭ୍ରମଣ କରିଥିଲେ। ମ୍ୟାନେଜର ରାକେଶ କୁମାର ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ରଙ୍କ ସହାୟତା ହସ୍ତତନ୍ତରେ କପଡାର ବୁଣେଇ କିପରି ସୁଚାରୁ ରୁପେ କାର୍ଯ୍ୟ କରାଯାଏ ସେ ବିଷୟରେ ଶିକ୍ଷାର୍ଥୀଙ୍କୁ ଶିକ୍ଷା ଦେଇଥିଲେ।
ଏହି ପରିଭ୍ରମଣରେ ବିଦ୍ୟାଳୟ ର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ତଥା ପ୍ରଶାନ୍ତ ଦାସ, ଜନାର୍ଦ୍ଦନ ପରିଡ଼ା, ପ୍ରଜ୍ଞା ପାରମିତା ସାହୁ, ଦାମୋଦର ସାହୁ, ସୁନୀତା ସାହୁ, ରଶ୍ମିତା ବେହେରା, ସସ୍ମିତା ସାହୁ, ସୁଭସ୍ମିତା ସାହୁ, ସଚ୍ଚିଦାନନ୍ଦ ପାତ୍ର, ପ୍ରତିଭା ମଞ୍ଜରୀ ସ୍ୱାଇଁ, ରାଜେଶ୍ୱରୀ ଡାକୁଆ, ରଞ୍ଜନ କୁମାର ପୃଷ୍ଟିଙ୍କ ସମେତ ବାଳିକା ଉଚ୍ଚବିଦ୍ୟାଳୟର ଶିକ୍ଷକ ସାନନ୍ଦ କୁମାର ନାୟକ ସହଯୋଗ କରିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଧନ୍ଦାମୂଳକ ଶିକ୍ଷାରେ ଶିଳ୍ପାନୁଷ୍ଠାନ ପରିଭ୍ରମଣର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମତ ରଖିଥିବା ବେଳେ ଧନ୍ଦାମୂଳକ ଶିକ୍ଷାର ଭାରପ୍ରାପ୍ତ ଅଧିକାରିଣୀ ପ୍ରଜ୍ଞାପାରମିତା ସାହୁ ଶିକ୍ଷା କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ସହ ଛାତ୍ରଛାତ୍ରୀ ଭବିଷ୍ୟତରେ ରୋଜଗାରକ୍ଷମ ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି। ସସ୍ମିତା ସାହୁ ଛାତ୍ର ଛାତ୍ରୀଙ୍କ ଶିଳ୍ପ ପରିଭ୍ରମଣ ସାମ୍ଭବ୍ୟ କ୍ୟାରିଅର ପଥ ଅନୁସନ୍ଧାନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆବଶ୍ୟକ କୌଶଳ ଏବଂ ଯୋଗ୍ୟତା ବିଷୟରେ ଜାଣିପାରିବେ ବୋଲି ଯୁକ୍ତି ରଖିଛନ୍ତି ।ସେହିପରି ଶିକ୍ଷୟତ୍ରୀ ସୁଭାସ୍ମିତା ସାହୁ ଶିଳ୍ପ ପରିଭ୍ରମଣର ପ୍ରାଥମିକ ଲକ୍ଷ୍ୟ ହେଉଛି ପ୍ରତ୍ୟେକ୍ଷ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ବିକାଶ ଘଟାଇବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଥ ପ୍ରଦର୍ଶନ କରିବା, ଯାହାକି ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ଦୂରୀକରଣ କରି ଦେଶର ବିକାଶ ପଥରେ ସହାୟକ ହେବ ବୋଲି କହିଛନ୍ତି। ଶିକ୍ଷାର୍ଥୀଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ ଏହି ଶିକ୍ଷାରେ ବିଶେଷ ଲାଭପ୍ରଦ ହେବ ବୋଲି ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି।