ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର  ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ପରିସରରେ  ବ୍ଲକ୍  ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣସାରିକା ଜେନାଙ୍କ ତତ୍ବାବଧାନରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ବୁଲି ବିଭିନ୍ନ ବିଭାଗରେ ପଞ୍ଜିକୃତ ହୋଇଥିବା ଲୋକମାନେ କିପରି ସେବା ପାଇ ପାରିବେ ସେ ଉପରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ଅମୃତ କୁମାର ରାଉଳ, ସାଂସଦଙ୍କ ପ୍ରତିନିଧି ଭୀମସେନ ସେଠୀ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ। ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ଭିନ୍ନକ୍ଷମମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୭୭ଜଣ ନାମ ପଞ୍ଜୀକୃତ କରିଥିଲେ।ଉକ୍ତ ଶିବିରରେ ଅସ୍ଥିଶୈଲ୍ୟ ବିଭାଗ ଡାକ୍ତର ବି ଏସ ରାଓ, ଶ୍ରବଣ ଓ ବାକ୍ ବାଧିତ ବିଭାଗ ଡାକ୍ତର ପୀତବାସ ନାୟକ, ଦୃଷ୍ଟି ବାଧିତ ଡାକ୍ତର ପ୍ରସନ୍ନ ପ୍ରସାଦ ସାହୁ, ମେଡ଼ିସିନ୍ ସ୍ପେସିଆଲିଷ୍ଟ ଡାକ୍ତର ଶତ୍ରୁଘ୍ନ ନାୟକ, ଓଡ଼ିଓଲୋଜି ବିଭାଗ ଡାକ୍ତର ନିଷ୍ଠା ରଞ୍ଜନ ଦାସ ଉପସ୍ଥିତ ରହି ପଞ୍ଜୀକୃତ ହୋଇଥିବା ୪୭୭ଜଣଙ୍କୁ ପରୀକ୍ଷା କରିଥିଲେ।

Related posts