ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା ଦୁର୍ଗମ ଆଦିବାସୀ ଅଞ୍ଚଳ ବଡ଼ଜିରୀ, ତୁକୁଡ଼ା, ଲୁଣି ପରିଦର୍ଶନ କରି ଲୋକ ମାନଙ୍କ ସମସ୍ୟା ବୁଝିବା ସହ ତୁକୁଡା ଗ୍ରାମରେ ଏକ କୋଠଘର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ବିଧାୟକଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସରପଞ୍ଚ ସୁମିତ୍ରା ଜାନୀ, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଯୁବ ସଂଗଠକ ଦିଲ୍ଲୀପ କୁମାର ଜାନୀ, ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଲୋକମାନଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ବିଧାୟକ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଅଞ୍ଚଳ ବାସୀ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥଲେ। ତତ୍ ସହିତ ଆଗାମୀ ଦିନରେ ଗ୍ରାମ ଗୁଡିକରେ ଥିବା ବିଭିନ୍ନ ସମସ୍ୟା ଦୂରୀକରଣ ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଧାୟକ।
ଦୁର୍ଗମ ଅଞ୍ଚଳ ବୁଲି ଆଦିବାସୀଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ
