ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଚିନ୍ମୟ ମିଶନ, ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ପୌରୋହିତ୍ୟରେ ଭାରତ ବିକାଶ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଶନ ସଂଯୋଜିକା ଶ୍ରାବଣୀ ମିଶ୍ର, ଅର୍ଥ ସଚିବ ପ୍ରଦୀପ କୁମାର ସାହୁଙ୍କ ସମେତ ସଦସ୍ୟ ପ୍ରଫୁଲ କୁମାର ନାୟକ, କୃପାସିନ୍ଧୁ କରଣ, ପଦ୍ମ ଚରଣ ସାହୁ, ରବୀନ୍ଦ୍ର ନାଥ ମହାପାତ୍ର, ସତ୍ୟରଞ୍ଜନ ଦାଶ, କୃଷ୍ଣପ୍ରିୟା ଦାଶ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
ସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟ୍ ର ଜନ୍ମୋତ୍ସବ
ସମାଜ ସଂସ୍କାର ସମସ୍ତ ସାମ୍ବାଦିକ ମାନଙ୍କର ଦାୟିତ୍ଵ ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ସମ୍ବାଦ ପରମ୍ପରା’ ... -
ବିଶ୍ୱବିଖ୍ୟାତ ଅର୍ଥନୀତି ବିଶାରଦ ତଥା ଭାରତରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଖ୍ୟାତ ଅର୍ଥନୀତି ବିଶାରଦ ତଥା ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାପଞ୍ଚାୟତ... -
ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର”
December 26, 2024 Jajati Comments Off on ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର”ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଧରିତ୍ରୀ ଆବା ଜନଜାତୀୟ...