ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଭାସ୍କର ଚନ୍ଦ୍ର ପ୍ରଧାନ ‘ବରିଷ୍ଠ ନାଗରିକ ସମ୍ମାନ -୨୦୨୪’ ସମ୍ମାନିତ ହୋଇଛନ୍ତି। ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ୍ ର ଅଗ୍ରଣୀ ଅନୁଷ୍ଠାନ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏପରି ସମ୍ମାନ ଜନକ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରକାଶ ଥାଉ କି’ ଶ୍ରୀଯୁକ୍ତ ପ୍ରଧାନ ଜଣେ ଉତ୍ତମ ଓ ଆଦର୍ଶ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ ମଧ୍ୟ ଅଞ୍ଚଳର ପ୍ରାକ୍ତନ ଛାତ୍ରମାନଙ୍କୁ ସଙ୍ଗଠିତ କରି ଗରିବ, ନିଷ୍ପେସିତ ଲୋକଙ୍କୁ ଦୁର୍ଦ୍ଦିନରେ ସହାୟତାର ହାତ ବଢେଇବା ଏବଂ ଶିଶୁମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକଶିତ କରିବା କ୍ଷେତ୍ରରେ ଜଣେ ଜଣାଶୁଣା/ ପରିଚିତ ଚେହରା। ଏପରିକି ନିଜ ଜନ୍ମମାଟି ଝାଡ଼ପଡା ସମେତ ପାଖଆଖ ୮/୯ ପଡୋଶୀ ଗ୍ରାମର ଶତାଧିକ ବରିଷ୍ଠ ନାଗରିକ ଓ ଶତାଧିକ ପୂଜ୍ୟ ଗୁରୁଙ୍କୁ ଏକତ୍ରିତ କରି ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜନରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରି ଶିକ୍ଷାବିତ୍ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ପ୍ରଧାନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେଥିପାଇଁ ତାଙ୍କୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ହେଉଥିବା ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ଓଡ଼ିଶା ବିଧାନ ସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ପ୍ରଫେସର ଡ଼. ସୁରେନ୍ଦ୍ର ନାଥ ଦାଶ, ଅନୁଷ୍ଠାନର ସଭାପତି ନାରାୟଣ ମହାପାତ୍ର ଓ ସମ୍ପାଦକ ବିଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୮ରେ ରଣପୁର ବ୍ଲକ ଅଡିସନ
ରଣପୁର,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୮ ତାରିଖ... -
ଓଟିରୁ ଗାଏବ ହୋଇଗଲା ଶିଶୁପୁତ୍ର, ମୁଣ୍ଡ ପିଟି କାନ୍ଦୁଛି ମା’
ନୟାଗଡ଼, (ନୟାଗଡ଼ ଦର୍ପଣ): ଜନ୍ମ ହେଉ ହେଉ ଓଟିରୁ ଗାଏବ ହୋଇଗଲା ଶିଶୁ । ୯ ମାସ ଗର୍ଭରେ ରଖିଥିବା ମା’... -
ସୋହମ ଓ ନେହେରୁ ଯୁବା କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ପାଳନ
ରାଜସୁନାଖଳା, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ” ପକ୍ଷରୁ ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର...