ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ନିଃଶୁଳ୍କ ବ୍ଳଡ ଗ୍ରୁପିଂ ପରୀକ୍ଷା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଏହି ଶିବିରରେ ପବିତ୍ର କୁମାର ବେହେରା ଏବଂ ସନାତନ ବେହେରା ଉପସ୍ଥିତ ଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ, ଡକ୍ଟର ଜୟରାମ ସିଂ ସାମଲ ଓ ଜାତୀୟ ସେବା ଯୋଜନା ଅଧିକାରୀ ସୁନୀଲ କୁମାର ମଲ୍ଲିକ ଓ ଦୀପିକା ରାଣୀ ଟୁରୁକଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ଶିବିର ପରିଚାଳନା କରିଥିଲେ। ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ନୃତତ୍ତ୍ୱ ବିଭାଗର ବଛାବଛା ଅଭିଜ୍ଞ ଛାତ୍ରଛାତ୍ରୀମାନେ ପ୍ରାୟ ୨୦୦ ଗ୍ରାମବାସୀଙ୍କର ରକ୍ତ ଗ୍ରୁପ ଚିହ୍ନଟ ପରୀକ୍ଷା କରିଥିଲେ। ଡକ୍ଟର ସୀତାରାମ ସ୍ବାଇଁ ଓ ଆକାଶ ପ୍ରଧାନ ବୈଷୟିକ ବିଶେଷଜ୍ଞ ଭାବେ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିଥିଲେ। ଉକ୍ତ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଗୈାରମୋହନ ସାହୁ,ରୀତିଶ୍ରୀ ମଲ୍ଲିକ, ମଧୁସ୍ମିତା ମହାପାତ୍ର, ରୀନାବାଳା ଘଡେଇ, ଉରୁକ୍ରମ ପଣ୍ଡା, ବ୍ରଜେନ୍ଦ୍ର ପଣ୍ଡା, ବିଷ୍ଣୁଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
“ସ୍ମାଇଲ ନୟାଗଡ଼” ପକ୍ଷରୁ ଉଲ୍ଲାସ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ଉଲ୍ଲାସ ଉତ୍ସବ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି... -
ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତ
December 18, 2024 Jajati Comments Off on ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ରାଜପାଟଣା ମିନି ଷ୍ଟାଡିୟମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର... -
୫ମ ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ମା ଦକ୍ଷିଣ କାଳୀ ଭଲି କ୍ଳବ ପୁରୁଣା ସହର ଆନୁକୂଲ୍ୟରେ ମଣ୍ଡାବାଗନ ପଡିଆରେ ୫ମ ଶୁଭମ ମେମୋରିଆଲ...