ରଣପୁର,(ନୟାଗଡ଼ ଦର୍ପଣ): ଖାଉଟି ସାମଗ୍ରୀରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏବେ ସମସ୍ତ ଉପଭୋକ୍ତାଙ୍କୁ କଣ୍ଟ୍ରୋଲ ଦୋକାନ ଓ ପଞ୍ଚାୟତରେ ପରିବାରର ସମସ୍ତେ ଇ-କେ୍ୱାସୀ କରିବାକୁ ବାଧ୍ୟ କରାଯାଇଛି। ଏହି ଇ-କେ୍ୱାସୀ କରିବାକୁ ଯାଇ ଜଣେ ମହିଳାଙ୍କର ଆଜି ଜୀବନ ଚାଲି ଯାଇଥିବା ଜଣାଯାଇଛି। ଖବର ସଂଗ୍ରହ କରିବାରେ ଜଣା ଯାଏ ଯେ, ରଣପୁର ବ୍ଲକ ହଂସରା ପଂଚାୟତ ଆନ୍ତରଗତ ଆନନ୍ଦପୁର ଗ୍ରାମର ପବିତ୍ର କୁମାର ବେହେରା ତାଙ୍କ ଧର୍ମପତ୍ନୀ କୁମାରୀ ବେହେରାଙ୍କୁ ଏକ ବାଇକରେ ବସାଇ ଆଜି ଇ-କେ୍ୱାସୀ କରିବା ପାଇଁ ନିକଟସ୍ଥ ନରସିଂହପୁର ପଂଚାୟତ କାର୍ଯ୍ୟାଳୟକୁ ଯାଉଥିଲେ। କିଛି ବାଟ ଗଲା ପରେ ଏକ ମାଙ୍କଡ଼ ବାଇକ ଉପରକୁ ହଠାତ ଡେଇଁ ପଡିଥିଲା। ଡେଇଁ ପଡିଲା ପରେ ଭାରସାମ୍ୟ ହରାଇ ବାଇକରୁ ଉଭୟେ ଖସି ପଡ଼ିଥିଲେ। ଉଭୟ ଆହତ ହୋଇଥିଲା ବେଳେ ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେଣୁ ପ୍ରଥମେ ରଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଭୁବନେଶ୍ୱର ନେବା ବାଟରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି। ଏଥିରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।
Related posts
-
ପଞ୍ଚାୟତ ଗ୍ରାମସଭାକୁ ନେଇ ଅସନ୍ତୋଷ
ଚିହିଙ୍କି ଉଠିଲା ଗୋପାଳପୁର ଜୋନ୍ ବିଜୁ ଛାତ୍ର ଜନତା ଦଳ ରଣପୁର (ନୟାଗଡ଼ ଦର୍ପଣ): ରଣପୁର ବ୍ଳକର ସର୍ବବୃହତ ଗୋପାଳପୁର ପଞ୍ଚାୟତର... -
ଓଏଏସ୍ ପାଇଲେ ରଣପୁର ମାଟିର ସୁପୁତ୍ର ହର ପ୍ରସାଦ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ନିଜର ଐତିହ୍ୟ ପାଇଁ କେବଳ ଜିଲ୍ଲା, ରାଜ୍ୟ, କି’ ଦେଶ ନୁହେଁ, ସମଗ୍ର ବିଶ୍ଵ... -
ତାଲୁକ ଲିଗାଲ ସର୍ଭିସ କମିଟି ଦ୍ୱାରା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକ ଲିଗାଲ ସର୍ଭିସ କମିଟି ତରଫରୁ ଗୁରୁବାର ଦହିଖାଇ...