ଗଣିଆ, (ନୟାଗଡ଼ ଦର୍ପଣ): ମହିଳାମାନେ ସମ୍ମାନର ସହିତ ବଞ୍ଚିବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି । ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ପାଇଁ ପ୍ରଚାର ପ୍ରସାର ଜୋରଦାର କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତ୍ୟେକ ବ୍ଳକ ସ୍ତରରେ ଆଭାସି ମାଧ୍ୟମରେ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିବାକୁ ବ୍ୟବସ୍ଥା କରିବାକୁ ବ୍ଳକ ପ୍ରଶାସନକୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ୫ହଜାର ମହିଳା ଯୋଗଦାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । କିନ୍ତୁ ଗଣିଆରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଜଣାପଡ଼ିଛି । ୫ ହଜାର ମହିଳା ଆସିବା ବଦଳରେ ପ୍ରଚାର ପ୍ରସାର ଅଭାବରୁ ମାତ୍ର ୧ ହଜାର ମହିଳା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ୧ ହଜାର ମହିଳା ବସିବା ପାଇଁ ଆବଶ୍ୟକୀୟ ଚେୟାର ନଥିଲା । ଜଳଖିଆ ମଧ୍ୟ ସମସ୍ତ ମହିଳା ଖାଇ ନଥିଲେ । ଦୂରଦୂରାନ୍ତରୁ ସକାଳୁ ଆସିଥିବା ମହିଳାମାନେ ଭୋକ ଉପାସରେ ସଭା ସ୍ଥଳରେ ବସି ରହିଥିଲେ। ପରିସ୍ଥିତି ଏଭଳି ଥିଲା ଯେ ସଭା ଚାଲିଥିବା ବେଳେ ମହିଳା ମାନେ ଅଧାରୁ ଉଠି ଭାତ ଖାଇବାକୁ ଚାଲି ଯାଇଥିଲେ। ସେଠାରେ ମଧ୍ୟ ଅବ୍ୟବସ୍ଥା ଆହୁରି ବଢି ଯାଇଥିଲା । ଲୋକସଂଖ୍ୟା ଅନୁସାରେ ଖାଦ୍ୟ ନଥିବାରୁ ସେଠାରୁ ମଧ୍ୟ ନିରାଶ ହୋଇ ଭୋକ ଉପାସରେ ମହିଳାମାନେ ଘରକୁ ଫେରିଥିଲେ। ଏପରିକି ସଭାକୁ ଆସିଥିବା ଲୋକପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ବୁଦ୍ଧିଜୀବୀମାନଙ୍କ ପାଇଁ ମଧ୍ୟ କୈାଣସି ବ୍ୟବସ୍ଥା ହୋଇନଥିବାରୁ ସେମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ତେବେ ଏହି କାର୍ଯ୍ୟକ୍ରମ ପାଇଁ କେତେ ଅର୍ଥ ଆସିଥିଲା ଯେ ୧ହଜାର ମହିଳାଙ୍କୁ ଖାଇବାକୁ ଦିଆଗଲା ନାହିଁ । ମହିଳାମାନଙ୍କୁ ଏହା କେଉଁ ଭଳି ସମ୍ମାନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକୃତରେ ରାଜ୍ୟ ସରକାର ଅର୍ଥ ଦେଇ ନଥିଲେ ନା ଅର୍ଥ ହରିଲୁଟ ହୋଇଛି ତାହା ତଦନ୍ତ କଲେ ଜଣାପଡିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
Related posts
-
ମହାବିଦ୍ୟାଳୟର କନିଷ୍ଠ କିରାଣୀଙ୍କ ବିୟୋଗରେ ଶୋକସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟର କାଯ୍ୟରତ କନିଷ୍ଠ କିରାଣୀ ଲଷ୍ମୀଧର ସାହୁଙ୍କ ଅକାଳ ବିୟୋଗ... -
ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ଶେଷ ହେଲା ବ୍ଲକ ପର୍ଯ୍ୟାୟ ଅଡିସନ, ୫ ରେ ସେମିଫାଇନାଲ
December 28, 2024 Jajati Comments Off on ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ଶେଷ ହେଲା ବ୍ଲକ ପର୍ଯ୍ୟାୟ ଅଡିସନ, ୫ ରେ ସେମିଫାଇନାଲନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ଚାଲିଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ବ୍ଲକ ପର୍ଯ୍ୟାୟ ଅଡିସନ ଆଜି ଗଣିଆ ବ୍ଲକ ଅଡିସନ... -
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ...