ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୟାଗଡ ଜିଲ୍ଲାର ଆଶ୍ରମ ଓ ସେବାଶ୍ରମରେ କାର୍ଯ୍ୟରତ ସେବକ ଓ ସେବିକାମାନଙ୍କର ଏକ ଚାରି ଦିବସୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର ତା ୧୧.୦୯.୨୦୨୪ ରିଖ ଦିନ ଉଦଘାଟନ ହୋଇଯାଇଛି। ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ, ଭୁବନେଶ୍ବର ଏବଂ ଅନୂସୁଚିତ ଜନଜାତି, ଅନୂସୁଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଷା ଗବେଷକ ତଥା ଭାଷାବିତ୍ ଡ. ପରମାନନ୍ଦ ପଟେଲ, ବିଶିଷ୍ଠ ଅତିଥି ଭାବେ ଆଦିବାସୀ ଭାଷା ସଂକୃତି ଏକାଡେମିର ସହାୟିକା ଡ. ସଂଯୁକ୍ତା ମହାରଣା ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ ବେହେରା ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାର ଡିମିନିଗିଆ ସେବାଶ୍ରମର ସହକାରୀ ଶିକ୍ଷକ ବାପୁଜୀ ପ୍ରଧାନ ଏବଂ ଡାକା ଆଶ୍ରମ ବିଦ୍ୟାଳୟର ଉଦ୍ଧବ କଅଁର ପ୍ରଶିକ୍ଷଣ ଦେଇଥିଲେ। ଡିମିରିପଲ୍ଲୀ ସରକାରି ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ କୁମାର ସାହୁଙ୍କ ଦ୍ବାରା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।
Related posts
-
ନୂଆଗାଁ ବ୍ଲକରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା
ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦର ମହକୁମାରେ ବିଜେଡିର... -
ନୂଆଗାଁ ବ୍ଲକରେ ୧୭୫ରୁ ୧୭୦ଜଣ ଛାତ୍ରଛାତ୍ରୀ ଦେଲେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକରେ ତିନୋଟି ପରୀକ୍ଷା କେନ୍ଦ୍ରରେ ୧୭୫ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେବାକୁ ନାମ... -
ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ
“ବାଲ୍ୟ ବିବାହକୁ ନାଁ, ବିଦ୍ୟାଳୟକୁ ହଁ”ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ସମନ୍ୱିତ ଶିଶୁ ବିକାଶ,...