ଶେଷ ହେଲା ପ୍ରୟୋଗ ତାଲିମ

ରଣପୁର,(ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ବିଭାଗ ସବୁବେଳେ ପ୍ରୟାସ କରି ଚାଲିଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ‘ପ୍ରୟୋଗ’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି କରିବା ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଏଥିରେ ବିଭିନ୍ନ ଶିକ୍ଷଣ ଫଳାଫଳ, ଶିକ୍ଷାର ଲକ୍ଷ୍ୟ, ଗଣିତ ଶିକ୍ଷାଦାନର ବିଭିନ୍ନ ଉପକରଣ ବ୍ୟବହାର ଆଦି ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା। ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମାନସ କୁମାର ପଟ୍ଟନାୟକ, ଅଶୋକ ସାମନ୍ତରାୟ, ସୁଶୀଲ କୁମାର ରଣା, ବିଶ୍ୱଭୂଷଣ ବେହେରା, ଦିନବନ୍ଧୁ ଜେନା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ।ଏହି ଶିବିରରେ ରଣପୁର, ଗୌରାଙ୍ଗପୁର, ଦର୍ପନାରାୟଣପୁର, ଡମସାହି, ନରସିଂହପୁର, କାଣ୍ଡପଡା କ୍ଲଷ୍ଟରର ପ୍ରାୟ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଶିବିରରେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ।ଏହି ଶିବିର ତିନି ଧରି ଚାଲିଥିଲା।

ସେହିଭଳି ଗୋପାଳପୁର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରରେ ପ୍ରଶାନ୍ତ କୁମାର ପ୍ରଧାନ, ସୁଧାକର ମିଶ୍ର, କୈଳାଶ ଚନ୍ଦ୍ର ମାଝୀ, ସୁଶାନ୍ତ କୁମାର ପ୍ରଧାନ, ପ୍ରମୋଦ ମଲ୍ଲିକ ତାଲିମ ପ୍ରଦାନ କରିଥିବା ବେଳେ ଚାନ୍ଦପୁର, କେରେଣ୍ଡାଟାଙ୍ଗୀ, ରାଜଜଙ୍କିଆ, ଝାଡ଼ପଡା, ଗୋପାଳପୁର, ମଝିଆଁ ଖଣ୍ଡ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଲିମ ଗ୍ରହଣ କରିଥିଲେ। ସେହିଭଳି କୁଳାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରରେ ରସାନନ୍ଦ ବେହୁରା, ପବିତ୍ର ମୋହନ ସାମନ୍ତରାୟ, ରାମ ଚନ୍ଦ୍ର ବେହେରା, ସୁବାଷ ମହାପାତ୍ର, ସଞ୍ଜୟ କୁମାର ବରାଡ଼ ପ୍ରମୁଖ ତାଲିମ ପ୍ରଦାନ କରିଥିବା ବେଳେ ରାଜସୁନାଖଳା, କାସନ୍ଦା, କୁଳାସର, ଖଇରପଲ୍ଲୀ, ବ୍ରଜରାଜପୁର, ସରଙ୍ଗାଧରପୁର କ୍ଲଷ୍ଟରର ଶିକ୍ଷକଶିକ୍ଷୟତ୍ରୀମାନେ ତାଲିମ ଗ୍ରହଣ କରିଥିଲେ। ବ୍ଲକ୍ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ ଏହି ତାଲିମ ଶିବିରକୁ ପରିଦର୍ଶନ କରି ପର୍ଯ୍ୟବେକ୍ଷଣ କରିବା ସହିତ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ।

Related posts