ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସୋହମ୍’ର ବାର୍ଷିକୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ୍”ର ଏକାଦଶ ବାର୍ଷିକୋତ୍ସବ ପାଳିତ। ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ କକ୍ଷରେ ସଭାନେତ୍ରୀ ଡଃ. କବିତା ମିଶ୍ରଙ୍କ ସଭାପତିତ୍ବରେ ଏହାର ସଦସ୍ୟ, ସ୍ଵେଚ୍ଛାସେବୀ, ଅତିଥି ଓ ଶୁଭେଚ୍ଛୁ ମାନଙ୍କ ଗହଣରେ ଅନୁଷ୍ଠିତ ହୋଯାଇଅଛି । ଏଥିରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି “ସୋହମ୍” ସଙ୍ଗଠନର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରଶଂସା କରି ସମାଜ ସେବାର ମୂଲ୍ୟବୋଧ ଏବଂ ଏକ ଉତ୍ତମ ସମାଜ ଗଠନରେ ନାଗରିକର ଭୂମିକା ଉପରେ ଆଲୋକପାତ କରିଥିଲେ।

ସଙ୍ଗଠନର ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିକୋତ୍ସବ ପାଳନ ଅବସରରେ ଭାରତର ବିଶିଷ୍ଟ ଶିଶୁ ସ୍ନାୟୁ ଅସ୍ତ୍ରୋପଚାର ବିଶେଷଜ୍ଞ ତଥା ଅଖିଳ ଭାରତୀୟ ଆୟୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ବରର ପ୍ରତିଷ୍ଠାତା ଡ଼ା. ଅଶୋକ କୁମାର ମହାପାତ୍ରଙ୍କୁ “ସୋହମ୍ ସମ୍ମାନ-୨୦୨୪ ” ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭା ଡ଼ା. ଅଶୋକ କୁମାର ମହାପାତ୍ର ତାଙ୍କର ବକ୍ତବ୍ୟରେ ମନୁଷ୍ୟର ଦିନଚର୍ଯ୍ୟା, ସ୍ୱାସ୍ଥ୍ୟ ଓ ଅଧ୍ୟାତ୍ମିକତା ଉପରେ ବିଶେଷ ଗୁରୁତ୍ଵାରୋପ କରିଥିଲେ। ଏଥିରେ ନୟାଗଡ ଜିଲ୍ଲା ଏବଂ ଦୌରା ବିଚାରପତି ଆନନ୍ଦ ନାରାୟଣ ମହାରଣା, ରେଜିଷ୍ଟାର ବିଚାରପତି ଡ. ନିଶାକର ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଚାରପତି ଅଞ୍ଜଳି ମଚଖଣ୍ଡ, ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ହରପ୍ରସାଦ ମହାପାତ୍ର, ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ସାହୁ, ଅରୁଣ କୁମାର ମହାନ୍ତି, ବିଶ୍ଵନାଥ ମହାପାତ୍ର, ସୋହମ ସଂଗଠନର ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ରବୀନ୍ଦ୍ର ନାୟକ, ପ୍ରସନ୍ନ କୁମାର ଦାଶ, ସୁବ୍ରତ କୁମାର ଜୟସିଂହ, ଗତିକୃଷ ପ୍ରଧାନ, ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ଆଡଭୋକେଟ ମନ୍ମୟ କୁମାର ଦାଶ, ଶୁଭକାନ୍ତ ରଣସିଂହ, ପ୍ରହଲ୍ଲାଦ ପ୍ରଧାନ, ରତିକାନ୍ତ ପଟ୍ଟନାୟକ, ସାରସ୍ଵତ ବିଭୁପାଦ, ସୂର୍ଯ୍ୟକାନ୍ତ ରଥ , ଚରଣ ଗୁରୁ ପ୍ରମୁଖ ଯୋଗ ଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏଥିରେ ବିଶିଷ୍ଠ ବକ୍ତା ଓ ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ସୋହମର ଉପସଭାପତି ଅନାଦି ଚରଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାନେତ୍ରୀଙ୍କ ଦ୍ଵାରା ସଭାସାଙ୍ଗ କରାଯାଇଥିଲା।

Related posts