ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ମଂଚ ନାଟକର ଜଣେ ସମର୍ପିତ ନିର୍ଦ୍ଦେଶକ ଓ ଅଭିନେତା ଭାବେ ଶରତ ମାଝି ଓଡ଼ିଶାର ନାଟ୍ୟକର୍ମୀ ତଥା ନାଟ୍ୟପ୍ରେମୀଙ୍କ ଅତି ପ୍ରିୟ ମଣିଷ ଥିଲେ।ସରକାରୀ ଚାକିରୀରୁ ଅବସର ନେବାପରେ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ର ସଭାପତି ଭାବେ କାର୍ଯ୍ୟ କରୁଥିଲେ।ନାଟକ ବ୍ୟତିତ ଦୂରଦର୍ଶନ ଓ ଚଳଚ୍ଚିତ୍ରରେ ଅନେକ ଅଭିନୟ କରି ଜଣେ ଉଚ୍ଚକୋଟୀର କଳାକାର ଭାବେ ନିଜସ୍ଵ ପରିଚୟ ସୃଷ୍ଟି କରିପାରିଥିଲେ। ନୟାଗଡ଼ ନାଟକ କ୍ଷେତ୍ରରେ ଶରତ ମାଝିଙ୍କ ଅବଦାନ ଅବିସ୍ମରଣୀୟ।୨୦୦୫ ମସିହାରୁ ନୟାଗଡର କଳାକାରମାନଙ୍କୁ ନେଇ ତାଙ୍କ ପ୍ରୟାସରେ ଗଠିତ ହୋଇଥିଲା ‘ଚମତ୍କାର’ ନାଟ୍ୟ ଅନୁଷ୍ଠାନ। ତାଙ୍କ ନିର୍ଦ୍ଦେଶନାରେ ଗୋଇଠା ବାବା, ସର୍ପ ଯଜ୍ଞ,ମକଦ୍ଦମା ଆଦି ସଫଳ ନାଟକ ମଂଚସ୍ଥ ହୋଇଥିଲା। ଆଜି ନୟାଗଡ଼ ନାଟକର ଯେଉଁ ସମୃଦ୍ଧି ହୋଇପାରିଛି ସେଥିରେ ଶରତ ମାଝିଙ୍କ ଅବଦାନ ଯଥେଷ୍ଟ ଥିଲା ବୋଲି ମଞ୍ଚାୟନ ତରଫରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ଓ ସ୍ମତିଚାରଣ ସଭାରେ ନୟାଗଡର ନାଟ୍ୟକର୍ମୀ ତଥା ନାଟ୍ୟପ୍ରେମୀମାନେ ପ୍ରକାଶ କରିଥିଲେ। ମଞ୍ଚାୟନର ସଭାପତି ନିରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମିଷ୍ଟର କାଳିଆ, ପାଣ୍ଡବ ନାୟକ, ରାକେଶ କୁମାର ଦାସ, ରଂଜନ ରଶ୍ମୀ ଜେନା, ପ୍ରଶାନ୍ତ ସାମନ୍ତରାୟ, କମଳ ଦାସ, ସୁରେନ୍ଦ୍ର କୁମାର ସାହୁ, ଜ୍ଞାନପ୍ରକାଶ ବାରିକ,ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ସ୍ମୃତିଚାରଣ ପୂର୍ବରୁ ଶରତ ମାଝିଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
Related posts
-
ବିକାଶ ମେଳା, ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ସମ୍ବନ୍ଧେ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ ମେଳା,ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଓସୱାନ୍ ସଭାକକ୍ଷରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ... -
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,... -
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ସଂଘୀୟ ବିଚାରାଧାରାକୁ ମଜବୁତ କରିବା ପାଇଁ ନିଷ୍ପତ୍ତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ...