ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କ ପାଇଁ ସହାୟ। ବହୁ ଅଭାବ ଅନାଟନ ଜୀବନ ନିର୍ବାହ କରୁଥିବା ତଥା ଅବହେଳିତ ନିଷ୍ପେଷିତ ବୃଦ୍ଧବୃଦ୍ଧା ମାନଙ୍କ ନିମିତ୍ତ ଏକ ନିର୍ଭର ଯୋଗ୍ୟ ଅନୁଷ୍ଠାନ ହେଉଛି ସମର୍ପଣ ବୃଦ୍ଧାଶ୍ରମ । ବହୁ ବଦାନ୍ଯ ବ୍ଯକ୍ତି ମାନଙ୍କର ଅକୁଣ୍ଠିତ ସାହାଯ୍ୟ ସହଯୋଗରେ ବେଶ୍ ଆନନ୍ଦ ରେ ରହୁଛନ୍ତି ଏହି ଅନୁଷ୍ଠାନର ୨୫ ଜଣ ଅନ୍ତେବାସୀ ।ସେହି ବଦାନ୍ଯ ବ୍ଯକ୍ତି ମାନଙ୍କ ମଧ୍ଯରେ ଅନ୍ଯତମ ହେଉଛନ୍ତି ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ।ଆଜି ଶ୍ରୀମତୀ ସାହୁ ଦୁଇ ଝିଅ ଙ୍କୁ ସାଥିରେ ଆଣି ସମର୍ପଣ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଠା ବଣ୍ଟନ କରିବା ସହିତ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରପଞ୍ଚ ଶ୍ରୀମତୀ ସାହୁଙ୍କ ଏହି ବଦାନ୍ଯତା ପାଇଁ ସମର୍ପଣ ସଂପାଦକ ଶ୍ରୀଧର ସାହୁ ତାଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।
