ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗ ସଚେତନତା ସଭା ଏବଂ ସଫ୍ଟ ଟଏସ ପ୍ରଶିକ୍ଷଣ ଶିବିର

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣ କୁଳ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସଚେତନତା ସଭା ଏବଂ ସଫ୍ଟ୍ ଟୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦେଇଛନ୍ତି। ସେ ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ବିଷୟରେ ମତ ଦେଇଛନ୍ତି, ମୁଖ୍ୟ ବକ୍ତା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ ଦକ୍ଷତା ବିକାଶ ଦ୍ଵାରା ନିଯୁକ୍ତି ନିଶ୍ଚିତ ଓ ଶିକ୍ଷା ବ୍ୟର୍ଥ ନୁହେଁ ବୋଲି କହିଛନ୍ତି। ସେହିପରି ଜିଲ୍ଲା ଶ୍ରମ ଓ ନିଯୁକ୍ତି ବିଭାଗ ଅଧିକାରୀ ପ୍ରଶାନ୍ତ ମଲ୍ଲିକ ଧନ୍ଦାମୂଳକ ଶିକ୍ଷା ଦ୍ଵାରା ଶିକ୍ଷାର୍ଥୀ କିପରି ଓ କେଉଁ କେଉଁ ନିଯୁକ୍ତି ପାଇପାରିବେ ସେ ବିଷୟରେ ଉଦବୋଧନ ଦେଇଥିବା ବେଳେ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଶିକ୍ଷା ସଂଯୋଜିକା ତଥା ମୁଖ୍ୟ ଭରପ୍ରାପ୍ତ ଧନ୍ଦାମୂଳକ ବିଭାଗର ସଂଯୋଜିକା ଶୁଭସ୍ମିତା ଦାସ ଧନ୍ଦାମୂଳକ ଶିକ୍ଷାର ସମ୍ପୂର୍ଣ ବିବରଣୀ ଛାତ୍ର ଛାତ୍ରୀଙ୍କୁ କହିଛନ୍ତି, ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଏବଂ ବିଦ୍ୟାଳୟ ଅଭିଭାବକ କମିଟି ବିକ୍ରମ କୁମାର ଦାସ ଆଦି ସଭାରେ ଉଦବୋଧନ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଗୋଦାବରୀ ବସନ୍ତିଆ ସଂଯୋଜନା କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ନାରାୟଣ ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ନବମ ଓ ଦଶମ ଶ୍ରେଣୀର ପରିଧାନ ବିଭାଗର ୮୩ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଉକ୍ତ ସଭାରେ ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ରଶ୍ମିତା ବେହେରା, ଜନାର୍ଦ୍ଦନ ପରିଡ଼ା, ଦାମୋଦର ସାହୁ, ଆଲୋକ ରଂଜନ ମଲ୍ଲିକ ଙ୍କ ସହ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ପରିଧାନ ବିଭାଗ ତରଫରୁ ଦିଆଯାଇଥିବା ବାର୍ଷିକ ବିବରଣୀ କୁ ପ୍ରଧାନ ଶିକ୍ଷୟତ୍ରୀ କାଞ୍ଚନ ଷଡ଼ଙ୍ଗୀ ପଠନ କରିଛନ୍ତି। ୨୦୨୩-୨୪ ଶିକ୍ଷା ବର୍ଷ ର ବୋର୍ଡ ପରୀକ୍ଷା ରେ ଉଚ୍ଚ ନାମଙ୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି।ତତସହିତ ବିଦ୍ୟାଳୟରେ ସାଫ୍ଟ ଟୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ପ୍ରଶିକ୍ଷିକା ସ୍ଵପ୍ନାଞ୍ଜଳି ମିଶ୍ର ଏବଂ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲୀନ ମିଶ୍ରଙ୍କ ଦ୍ଵାରା ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟ ହୋଇଛି। ଉକ୍ତ ପ୍ରଶିକ୍ଷଣ ଶିବିରରେ ୮୩ଶିକ୍ଷାର୍ଥୀ ଯୋଗଦେଇଛନ୍ତି। ପରିଶେଷରେ କାର୍ଯ୍ୟକ୍ରମକୁ ଧନ୍ଦାମୂଳକ ଶିକ୍ଷାର ଭାରପ୍ରାପ୍ତ ଅଧି କାରିଣୀ ପ୍ରଜ୍ଞା ପାରମିତା ସାହୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Related posts