ରିଜର୍ଭ ପୋଲିସ୍ କାର୍ଯ୍ଯାଳୟ ପରିସରରେ ନୟାଗଡ଼ ପୋଲିସ ଓ ରୋଟାରୀ କ୍ଳବ୍ ତରଫରୁ ମେଗା ରକ୍ତଦାନ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରକ୍ତ ଦାନ ମହତ୍ ଦାନ। ରକ୍ତ ଦାନ ଦ୍ବାରା ଆଉ ଗୋଟିଏ ଜୀବନ ବଞ୍ଚି ପାରୁଥିବା ବେଳେ ଅନ୍ୟ ମୁଁହରେ ହସ ଫୁଟାଇ ମହାପୁଣ୍ୟ ଅର୍ଜନ କରିବାର ବଳିଷ୍ଠ ମାଧ୍ଯମ ହେଉଛି ରକ୍ତଦାନ। ଏହି ଭଳି ଏକ ମହତ୍ ପ୍ରୟାସରେ ନୟାଗଡ଼ ପୋଲିସ୍ ଓ ରୋଟାରୀ କ୍ଳବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ଏକ ମେଗା ରକ୍ତଦାନ ଶିବିର। ଏହି ଶିବିରରୁ ମୋଟ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଓ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ନୟାଗଡ଼ ଜିଲ୍ଲାପାଳ ସ୍ବାଧାଦେବ ସିଂହ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର ରମାକାନ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ କୁମାର ବାହିନୀପତି, ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ରକ୍ତଦାନ କରିଥିବା ସ୍ବେଛାକୃତ ରକ୍ତଦାତା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସର୍ବପ୍ରଥମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୈନ ଓ ଆଞ୍ଚଳିକ ପରିବହନ ଅଧିକାରୀ ନିଜେ ରକ୍ତ ଦାନ କରି ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇଥିଲେ ।

ନୟାଗଡ଼ ରକ୍ତ ଭଣ୍ଡାରର ଡାକ୍ତର ଅବିନାଶ ଶତପଥୀ ଓ ଡାକ୍ତର ଚିନ୍ମୟ ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନ ସହିତ ବ୍ଳଡ୍ ବ୍ଯାଙ୍କର ୧୫ ଜଣ ସହଯୋଗୀ କର୍ମଚାରୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ରକ୍ତଦାନ ଶିବିର ପରିଚାଳନା ହୋଇଥିଲା।

ରୋଟାରୀ କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁ, ଅବଦୁଲ ଆରିଫ୍ ଖାନ୍, ଶ୍ରୀଧର ସାହୁ, ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରବୀର କୁମାର ପ୍ରୁଷ୍ଟି, ବାସୁଦେବ ସାହୁ, ଜି ରଶ୍ମିରାଜ, ମିହିର ରଂଜନ ନାୟକ,ମନୋରଞ୍ଜନ ପ୍ରଧାନ, ଧିରେନ୍ଦ୍ର ପଟ୍ଟନାୟକ ସମାଜ ସେବୀ ଦାମୋଦର ସାହୁ ସମେତ ଅନେକ ସମାଜସେବୀ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ।

Related posts