ହାଇୱା ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଭାପୁର, (ନୟାଗଡ଼ ଦର୍ପଣ): ଖଣ୍ଡପଡା ମୁଖ୍ୟ ରାସ୍ତାର କଳାପଥର – ଭାପୁର ବାଇପାସ ରାସ୍ତାରେ ହାଇୱା ସହ ଏକ ବାଇକ ଦୁର୍ଘଟଣା ଘଟିବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଖଣ୍ଡପଡା ବ୍ଲକ ବନମାଳୀପୁର ଗ୍ରାମର ବସନ୍ତ କୁମାର ସାହୁଙ୍କ ପୁଅ ଦେବାଶିଷ ସାହୁ(୨୪) ନିଜ ମୋଟର ସାଇକେଲ ନମ୍ବର OD 33 B 5108 ଯୋଗେ କଳାପଥରକୁ ଯାଉଥିବା ବେଳେ ବାଇପାସ ରାସ୍ତା ସ୍ଥିତ କାଳିଗିର ବ୍ରିଜ ନିକଟରେ ଏକ ହାଇୱା ନମ୍ବର OD 25 N 1222 ସହ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ଦେବାଶିଷଙ୍କ ମୁଣ୍ଡ ଆଘାତ ହେବା ସହ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଶଵ ପଡ଼ିରହିଥିବା ଜଣା ପଡିଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଥିବା ବେଳେ ଖୋର୍ଦ୍ଧା ଏସ.ଡି.ପି.ଓ ଦିଲ୍ଲୀପ କୁମାର ଦାସ, ବୋଲଗଡ଼ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଡ଼ଙ୍କ ସହ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଂଚି ଜନସାଧାରଣଙ୍କୁ ବୁଝାଇ ରାସ୍ତା ଅବରୋଧ ହଟେଇଥିବା ଜଣାପଡ଼ିଛି।

Related posts