ଡିସେମ୍ବର ତୃତୀୟ ସପ୍ତାହରେ ଆୟୋଜନ ହେବ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ; ମହିଳା ଫୁଟବଲ୍ ପ୍ରଦର୍ଶନୀ ମ୍ୟାଚ୍ ସହ ୮ ଦିନ ଧରି ଚାଲିବ ଖେଳ ନୟାଗଡ଼, (ନୟାଗଡ଼ ଦର୍ପଣ): ନବଗଠିତ ନୟାଗଡ଼ ୟୁନାଇଟେଡ୍ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଆଗାମୀ ଡିସେମ୍ବର ମାସର ତୃତୀୟ ସପ୍ତାହରେ ପ୍ରଥମ ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖେଳପଡ଼ିଆ ମଞ୍ଚରେ ବରିଷ୍ଠ ଆଇନଜୀବୀ ରଣଜିତ୍ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଫୁଟବଲ୍ ଦଳ ଓ ଖେଳାଳିଙ୍କୁ ନେଇ ଏକ ଉଚ୍ଚକୋଟୀର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ନୟାଗଡ଼ର ସୁନାମଧନ୍ୟ ଫୁଟବଲ୍ ଖେଳାଳିଙ୍କୁ ନେଇ ଏକ ଦଳ ଗଠନ କରାଯାଇ…
Read MoreMonth: September 2026
‘ବସନ୍ତ ସେବା ସମ୍ମାନ’ରେ ସମ୍ମାନିତ ହେଲେ ଜିଲ୍ଲାର ଦୁଇ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଆୟୋଜିତ ଶାନ୍ତି ଦିବସ ସମାରୋହରେ ବିଭିନ୍ନ ସମାଜସେବା ନିମନ୍ତେ ରାଜ୍ୟର ୬୦ ଜଣ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ୍ ପକ୍ଷରୁ ଦୁଇଜଣ ଆଦର୍ଶ ଶିକ୍ଷକଙ୍କୁ ପ୍ରତିଷ୍ଠିତ ‘ବସନ୍ତ ସେବା ସମ୍ମାନ’ ପ୍ରଦାନ କରାଯାଇଛି। ଏହି ପ୍ରତିଭାମାନେ ହେଲେ ଦଶପଲ୍ଲା ବ୍ଲକ ନେଲିଗୁଡ଼ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ସୁଦାମ ପ୍ରଧାନ ଏବଂ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗାଇଡ୍ କ୍ୟାପଟେନ୍ କଳ୍ପନା ନାଥ। ସେମାନଙ୍କର ନିଷ୍ଠାପର ସେବା ଓ ସାମଗ୍ରିକ ଅବଦାନ ପାଇଁ ସେମାନଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଜାତୀୟ ଉପ-ସଭାପତି ତଥା ଭାରତ ସ୍କାଉଟ ଓ…
Read Moreନୟାଗଡ଼ ସାମ୍ବାଦିକ ସଙ୍ଘ ନିର୍ବାଚନରେ ରଜତ ସଭାପତି, ଅନୱାର ସମ୍ପାଦକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସାମ୍ବାଦିକ ଭବନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନରେ ରଜତ କୁମାର ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଅନୱାର ଅଲ୍ଲୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ ଭାବେ ସନ୍ତୋଷ କୁମାର ନାୟକ, ଉପସଭାପତି ଭାବେ ପ୍ରଶାନୁ କୁମାର ଜେନା ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ନାୟକ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସାମ୍ବାଦିକ ଓ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ନୂତନ କର୍ମକର୍ତ୍ତାମାନେ ନୟାଗଡ଼ ସାମ୍ବାଦିକ ଭବନର ବିକାଶ, ସାମ୍ବାଦିକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି। ନବନିର୍ବାଚିତ ଟିମ୍ର ନେତୃତ୍ୱରେ ସାମ୍ବାଦିକ ଭବନର ଉନ୍ନତି ସହ ସାମ୍ବାଦିକମାନଙ୍କ ଏକତା ଓ ସହଯୋଗ ଆହୁରି ସୁଦୃଢ଼…
Read Moreଯୁବ ରେଡ଼କ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁବ ରେଡ଼କ୍ରସର ଜିଲ୍ଲା ସଭାପତି ପ୍ରକାଶ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତପତି ରାଜ୍, ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ବିଶ୍ୱରଞ୍ଜନ ନାୟକ, ସହକାରୀ ବନ ବିଭାଗ ଅଧିକାରୀ ସତ୍ୟଜିତ୍ କର, ଅଗ୍ନିଶମ ଅଧିକାରୀ, ଜିଲ୍ଲା ଚିକିତ୍ସାଧିକାରୀଙ୍କ ପ୍ରତିନିଧି ଦେବାଶିଷ ସିଂ ଏବଂ ରକ୍ତଭଣ୍ଡାର ଅଧିକାରୀଙ୍କ ପ୍ରତିନିଧି ଅଜୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଯୁବ ରେଡ଼କ୍ରସର ମହନୀୟତା ଓ ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସଂଯୋଜକ ନିରୋଜ କୁମାର ପ୍ରଧାନ ଜିଲ୍ଲା ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଆବାହକ ଶ୍ରୀମତୀ ସ୍ମିତା ସ୍ୱାଇଁ ରେଡ଼କ୍ରସର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ…
Read Moreନୟାଗଡ଼ରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା
ଲାଠିପଡ଼ା ବିଦ୍ୟାଳୟ ପ୍ରଥମ, ତରଣ୍ଡୋ ଦ୍ୱିତୀୟ ଓ ଭାବପୁର ତୃତୀୟ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ସ୍ଥାନୀୟ ପି.ଏମ. ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ଆଠଟି ବ୍ଲକର ଆଠଟି ଦଳ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୟାଗଡ଼ର ବିଜ୍ଞାନ ପରିଦର୍ଶକ ଶରତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଏ. ରହମାନ ସଂଯୋଜନା କରିଥିଲେ। ପ୍ରତିଯୋଗିତାରେ ବରିଷ୍ଠ ଲେଖକ ତଥା ନାଟ୍ୟ ନିର୍ଦ୍ଦେଶକ ପ୍ରଧାନୀ ବୃନ୍ଦାବନ ମହାପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟକାର ରାମକୃଷ୍ଣ ରଥ ବିଚାରପତି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାରେ ପି.ଏମ. ଶ୍ରୀ…
Read Moreଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ସହ ସେବା ସଙ୍କଳ୍ପ ଅଭିଯାନ-୨୦୨୬ର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣର ବାର୍ତ୍ତା ନେଇ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନର ପ୍ରଥମ ଦିନରେ ମା’ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ୭ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ନୟାଗଡ଼ ଓ ମିଶନ ଶକ୍ତି ବିଭାଗର…
Read Moreରୋହିବାଙ୍କ ଇକୋକ୍ଲବ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ନୟାଗଡ଼ ତଥା ଓଡଗାଁ ବ୍ଲକ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ରେ ଯଶସ୍ବୀ ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଙ୍କ ୭୬ତମ ଜନ୍ମବାର୍ଷିକ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସହକାରୀ ଜଙ୍ଗଲ ସଂରକ୍ଷକ ଡ଼ଃ ସତ୍ୟଜିତ କର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ ଓଡଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ଓଡଗାଁ ବନପାଳ ସରିତା ବରାଳ, ବନପାଳ ଜ୍ୟୋତିର୍ମୟୀ ସାମନ୍ତରାୟ, ଲାଉଖାଳ ବନରଖି ଦିପ୍ତିମୟୀ ରାଉତ, କୋମଣ୍ଡ ସାଧାନକେନ୍ଦ୍ର ସଂଯୋଜକ ଲଳିତମୋହନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ସମସ୍ତଙ୍କୁ ସ୍ୱାଗତ କରି ଥିବାବେଳେ ସମସ୍ତ…
Read Moreନୟାଗଡ଼ରେ ବିଜେପିର ବିଶାଳ ମିଶ୍ରଣ ପର୍ବ: ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଜେଡ଼ିର ଗଡ଼ କୁହାଯାଉଥିବା ବିରୁଡ଼ା ପଞ୍ଚାୟତରେ ଏବେ ପଦ୍ମ ଫୁଟିଛି। ନୟାଗଡ଼ ପୁରୁଣା ରାଜବାଟୀସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ବିରୁଡ଼ା ପଞ୍ଚାୟତର ୧୦୦୦ରୁ ଊର୍ଦ୍ଧ୍ୱ ବିଜେଡ଼ି ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିଥିଲେ। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ଲୋକାଭିମୁଖୀ ଶାସନ ଓ ବିକାଶମୁଖୀ ନୀତି ପ୍ରତି ଆକୃଷ୍ଟ ହୋଇ ବିରୁଡ଼ା ଗ୍ରାମ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତି ସଭ୍ୟା ଶୁଭଲକ୍ଷ୍ମୀ ସାହୁ, ନାଏବ ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଏବଂ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ…
Read Moreବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
ଶିକ୍ଷାର୍ଥୀ ଚିହ୍ନଟଠାରୁ ପରୀକ୍ଷା ପରବର୍ତ୍ତୀ ମାର୍କ ପ୍ରବେଶ ପର୍ଯ୍ୟନ୍ତ ଦିଆଗଲା ତାଲିମ ରଣପୁର,(ନୟାଗଡ଼ ଦର୍ପଣ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ କୁ ଆହୁରି ସୁଦୃଢ଼ ଓ ସଫଳ କରିବା ଉଦ୍ଦେଶ୍ୟରେ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଅବସରରେ ଅଧିକାରୀଦ୍ୱୟ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗ୍ରାମୀଣ ଅଞ୍ଚଳରେ ନିରକ୍ଷର ବୟସ୍କ ଶିକ୍ଷାର୍ଥୀଙ୍କୁ ସାକ୍ଷର କରିବାରେ ଏହାର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ତାଲିମ ଶିବିରରେ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଓ ବିଶ୍ୱମୋହନ ବେହେରା…
Read Moreରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
ଶୋଭାଯାତ୍ରା, ଘୋଡ଼ାନାଚ ଓ ଲୋକନୃତ୍ୟରେ ଗାଁ ଗାଁରେ ପହଞ୍ଚିଲା ସାକ୍ଷରତାର ବାର୍ତ୍ତା ରଣପୁର,(ନୟାଗଡ଼ ଦର୍ପଣ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ଜନଆନ୍ଦୋଳନର ରୂପ ଦେବା ଲକ୍ଷ୍ୟରେ ରଣପୁର ବ୍ଲକ ମହତପଲ୍ଲା ବିଦ୍ୟାଳୟ ପକ୍ଷରୁ ଏକ ଆକର୍ଷଣୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣରେ ସମଗ୍ର ଅଞ୍ଚଳରେ ସାକ୍ଷରତାର ବାର୍ତ୍ତା ପ୍ରଚାର କରାଯାଇଥିଲା। କାର୍ଯ୍ୟକ୍ରମର ଅଂଶ ଭାବେ ମହତପଲ୍ଲା ଗ୍ରାମରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ସାକ୍ଷରତା ସମ୍ପର୍କିତ ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ‘ପଢ଼ିବା, ଶିଖିବା ଓ ଆଗକୁ ବଢ଼ିବା’ ଭଳି ବାର୍ତ୍ତା ମାଧ୍ୟମରେ ନିରକ୍ଷରତା ଦୂରୀକରଣ ସହ ସମସ୍ତଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା। ଶୋଭାଯାତ୍ରା ପରେ ଘୋଡ଼ାନାଚ…
Read More