ଅଙ୍ଗନୱାଡ଼ି ଜିଲ୍ଲା ସଭାନେତ୍ରୀଙ୍କ ପରଲୋକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ଆଜି ସଂନ୍ଧ୍ୟାରେ ପରଲୋକ ଘଟିଛି। ସେ ନୟାଗଡ଼ ସଦରବ୍ଲକ କ୍ରିଦାଶପୁର ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ନୟାଗଡ଼ର ପ୍ରମୂଖ କୃଷକ ନେତା ଜଗନ୍ନାଥ ପଣ୍ଡାଙ୍କ କନ୍ୟା ତଥା ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ଭଉଣୀ । ଆଜି ସକାଳୁ ସେ କ୍ରିଦାଶପୁର ସ୍ଥିତି ବାସଭବନରୁ ତାଙ୍କ ସ୍ୱାମୀ ମାନସ କୁମାର ପଣ୍ଡାଙ୍କ ବାଇକରେ ଆସୁଥିଲେ । ଅସାବଧନତା କାରଣରୁ ବାଇକରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ…

Read More

ଇତଲାକାରୀଙ୍କ ଦସ୍ତଖତ ସ୍ପେସିମେନ ସହ ଯାଞ୍ଚ ପାଇଁ ହାଣ୍ଡରାଇଟିଙ୍ଗ ଏକ୍ସପର୍ଟଙ୍କୁ ପଠାଇବାକୁ କଂଗ୍ରେସର ଦାବି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଜଣେ ପ୍ରମୁଖ ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦଙ୍କ ନାମରେ ଲେଟରପ୍ୟାଡ଼, ସିଲ୍ ଏବଂ ଦସ୍ତଖତ ଜାଲି କରାଯାଇ ନୟାଗଡ଼ ଅତିରିକ୍ତ ଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବଦଳି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରାଯାଇଥିବା କଥିତ ଚିଠିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ପୂର୍ବତନ ସାଂସଦ ନିଜେ ନୟାଗଡ଼ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ ସମଗ୍ର ମାମଲାର ଉଚ୍ଚସ୍ତରୀୟ ପୋଲିସ ତଦନ୍ତ ଆବଶ୍ୟକ ବୋଲି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି। ଶ୍ରୀ ଦାଶଙ୍କ କହିବାନୁସାରେ, ଯଦି ପୂର୍ବତନ ସାଂସଦଙ୍କ ଦସ୍ତଖତ ଜାଲି ହୋଇଥିବା ଅଭିଯୋଗ ସତ୍ୟ ହୁଏ, ତେବେ ଏହାର ବୈଜ୍ଞାନିକ ଯାଞ୍ଚ ଅତ୍ୟାବଶ୍ୟକ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରିତ କଥିତ ଚିଠିରେ ଥିବା ଦସ୍ତଖତ, ଥାନାରେ ଦାଖଲ ହୋଇଥିବା…

Read More

ରଣପୁର “ନୂଆପଡ଼ା ବି” ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ ହୋଇଯାଇଛି

ରଣପୁର, (ନୟାଗଡ଼ ଦର୍ପଣ): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୭୭ତମ ବନମହୋତ୍ସବ ସପ୍ତାହ -୨୦୨୬ ପାଳିତ ହୋଇଯାଇଛି। ଏହି ବନମହୋତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥିଭାବେ ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ  କୁମାର ଦଳବେହେରା, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ଖୋର୍ଦ୍ଧା ବନଖଣ୍ଡର ସହକାରୀ ବନ ସରଂକ୍ଷକ ଶୁଶାନ୍ତ କୁମାର ବନ୍ଧ, ଦେବାଶିଷ ଭୋଇ ଯୋଗଦେଇଥିଲେ ।ଏହି ବନମହୋତ୍ସବ ର ଲକ୍ଷ୍ୟ ହେଉଛି ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ଓ ବୃକ୍ଷ ବଡ…

Read More