ରଣପୁର ବ୍ଲକ ATMAର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ନିର୍ମଳ କୁମାର ମତ୍ତଗଜସିଂହ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକରେ ନୂତନ ଭାବେ ଗଠିତ ବ୍ଲକ କୃଷକ ପରାମର୍ଶଦାତା କମିଟି (BFAC)କୁ ଜିଲ୍ଲାପାଳ ତଥା ଜିଲ୍ଲା ATMAର ଅଧ୍ୟକ୍ଷଙ୍କ ଅନୁମୋଦନ ମିଳିବା ପରେ ଶୁକ୍ରବାର ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସର୍ବସମ୍ମତିକ୍ରମେ ନିର୍ମଳ କୁମାର ମତ୍ତଗଜସିଂହ ATMA (Agricultural Technology Management Agency)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ରଣପୁର ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ସକାଳ ୧୦ଟାରେ ଆୟୋଜିତ ଏହି ବୈଠକରେ ବ୍ଲକ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟ ଉର୍ମିଳା ମାନ୍ଧାତା,ରଶ୍ମିତା ନାୟକ, କୈଳାସ ବିଶ୍ବାଳ,ଶରତ ଚନ୍ଦ୍ର ପ୍ରଧାନ, ଅଶୋକ ପ୍ରଧାନ, ଦେବସ୍ମିତା ଗୁମାନସିଂହ,ଅର୍ଚ୍ଚନା ସମାନ୍ତରାୟ,ନିର୍ମଳ କୁମାର ମତ୍ତଗଜସିଂହ,ପ୍ରଶାନ୍ତ ଜୟସିଂହ,ସୋମନାଥ ମାର୍ଥା, କୌଶଲ୍ୟା ପାଇକରାୟ, ସୁନୀତା ମହାପାତ୍ର, ରତ୍ନାକର ନିଶଙ୍କ, ଆଲୋକ କୁମାର ପ୍ରଧାନ, ପ୍ରଦୀପ କୁମାର ରାୟ, ମଧୁସ୍ମିତା ସାହୁ, ଦୀପକ କୁମାର ପ୍ରଧାନ, ଭାସ୍କର…

Read More

ନୟାଗଡ଼ରେ ଆରମ୍ଭ ହେଲା ବିପି ଚେସ୍ ଏକାଡେମୀ, ଶିଶୁଙ୍କ ମାନସିକ ବିକାଶ ପାଇଁ ନୂଆ ପଦକ୍ଷେପ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଚେସ୍ ଖେଳ ପ୍ରତି ଆଗ୍ରହୀ ଶିଶୁ ଓ ଯୁବପିଢ଼ୀଙ୍କ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଷ୍ଟେସନ ରୋଡ଼ ସ୍ଥିତ ସଶୀ ନିବାସ ପରିସରରେ *ବିପି ଚେସ୍ ଏକାଡେମୀ (BP Chess Academy)* ପକ୍ଷରୁ ନିୟମିତ ଚେସ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏକାଡେମୀରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କୁ ଚେସ୍‌ର ବିଭିନ୍ନ କୌଶଳ, ଓପେନିଂ, ମିଡଲ ଗେମ୍ ଓ ଏଣ୍ଡ ଗେମ୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିସହ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳିମାନଙ୍କୁ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ଚେସ୍ କେବଳ ଏକ ଖେଳ ନୁହେଁ, ବରଂ ଏହା ଶିଶୁମାନଙ୍କର ଏକାଗ୍ରତା, ନିଷ୍ପତ୍ତି ନେବା କ୍ଷମତା, ଧୈର୍ଯ୍ୟ ଏବଂ ତାର୍କିକ ଚିନ୍ତାଧାରାର ବିକାଶରେ ସହାୟକ ହୋଇଥାଏ। ଏହି ଲକ୍ଷ୍ୟକୁ ନେଇ ଏକାଡେମୀ ପକ୍ଷରୁ ନିୟମିତ…

Read More

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡ଼ରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ (World Day Against Child Labour) ଅବସରରେ ଆଜି ନୟାଗଡ଼ ସହରର ବାରମାସୀ ଲେନ୍‌ସ୍ଥିତ ଜନ ଶିକ୍ଷଣ ସଂସ୍ଥାନ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଶ୍ରମ ବିରୋଧରେ ସମାଜରେ ସଚେତନତା ସୃଷ୍ଟି ଏବଂ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତି ନୟାଗଡ଼ର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଏବଂ ଅବିନାଶ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମନୋଜ କୁମାର ସେଠି ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମ ଅଧିକାରୀ ସନ୍ଧ୍ୟାରାଣୀ ସାହୁ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସର ଉଦ୍ଦେଶ୍ୟ ଓ ତାହାର ସାମାଜିକ…

Read More

ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ସାଇକେଲ ରାଲି, ଗ୍ରାମବାସୀଙ୍କୁ ଦିଆଗଲା ପରିବେଶ ସୁରକ୍ଷା ବାର୍ତ୍ତା

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ସାଇକେଲ ଦିବସ ଅବସରରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ଭାଗିରଥୀ ହାଇସ୍କୁଲ ପକ୍ଷରୁ ଏକ ସଚେତନତାମୂଳକ ସାଇକେଲ ରାଲି ଆୟୋଜିତ ହୋଇଛି। ଜୁନ୍ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ୱ ସାଇକେଲ ଦିବସ ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନୂତନ ଭାବେ ଯୋଗଦେଇଥିବା ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରୀପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସାଇକେଲ ଧରି ଗ୍ରାମ ପରିକ୍ରମା କରିଥିଲେ। ରାଲି ସମୟରେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେବା ସହ ସାଇକେଲ ବ୍ୟବହାରର ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ରାଲିରେ ଅଂଶଗ୍ରହଣକାରୀମାନେ ସାଇକେଲ ଚଳାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପେଟ୍ରୋଲ-ଡିଜେଲ ଭଳି ଇନ୍ଧନର ବ୍ୟବହାର କମିବା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସାଇକେଲ ଏକ ପରିବେଶ…

Read More