ବିଶ୍ୱ ହାସ୍ୟ ଦିବସରେ ଡ.କୁଳାଙ୍ଗାର ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତିବର୍ଷ ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ଚଳଚିତ୍ର ଜଗତର ଲୋକପ୍ରିୟ କଳାକାର ଅଶ୍ରୁ୍ମୋଚନ ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବ୍ୟଙ୍ଗ କବି ଜ୍ଞାନ ହୋତା,ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି,ଡ.କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ,ରବୀନ୍ଦ୍ର ରାଉତ, ବିଭୁ ମିଶ୍ର,ସଚିକାନ୍ତ ବେହେରା,…

Read More