ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧକ୍ଷ ଅଜନ୍ତା ଷଡଙ୍ଗୀ ଓ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତକ୍ଷ ତତ୍ଵବଧାନରେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫୪ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୪,୬୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୩୭ ଟି ଦେୱାନି କେସରୁ ୭୮ ଟି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୯୮ ଟି ରୁ ୬ ଟି ଫଇସଲା କରାଯାଇ ୧,୨୯,୫୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୨୮…
Read MoreMonth: May 2026
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ଯାର୍ଥୀ ଶିଶୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକତା, ଆଧ୍ୟାତ୍ମିକତା, ଅନୁଶାସନ ଓ ଦେଶପ୍ରେମ ଭଳି ସଦ୍ଗୁଣର ବିକାଶ ଉଦ୍ଦେଶ୍ୟରେ ନୟାଗଡ଼ ହାଉସିଂବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ତିନିଦିବସୀୟ “ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର” ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଘାଟନୀ ସଭାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଏହି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମକୁ ଭୁରିଭୁରି ପ୍ରଶଂସା କରିବା ସହିତ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏହିଭଳି ଶିବିରର ଆବଶ୍ଯକତା ଅଛି ବୋଲି ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ଓଟିଭିରେ ପ୍ରସାରିତ “ସର୍ବେ ଭବନ୍ତୁ ସୁଖୀନଃ” କାର୍ଯ୍ୟକ୍ରମର ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ଗୁରୁଭକ୍ତି…
Read Moreଲିଙ୍କ ଫେଲ, ଟିକେଟ ପାଇଁ ରେଳଯାତ୍ରୀ ହତାଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଥିବା ଟିକେଟ ରେଳ ସଂରକ୍ଷଣ କାଉଣ୍ଟରରେ ଗତ ଦୁଇଦିନ ଧରି ଲିଙ୍କ ଫେଲ ଯୋଗୁଁ ଶହ ଶହ ରେଳଯାତ୍ରୀ ଦୂରଯାତ୍ରା ପାଇଁ ଟିକେଟ କରି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ କାଲି ଦିନ ୧୧:୧୦ରୁ ଆଜି ସକାଳ ୧୦:୪୦ ପର୍ଯ୍ୟନ୍ତ ରେଳ ଷ୍ଟେସନ ସଂରକ୍ଷଣ ଟିକେଟ କାଉଣ୍ଟରରେ ଲିଙ୍କ ନଥିଲା। ଫଳରେ ଗତ ଦୁଇଦିନ ଧରି ଦୂର ଦୂରାନ୍ତକୁ ରେଳଯାତ୍ରାରେ ଯିବାକୁ ଥିବା ଯାତ୍ରୀ ମାନେ ସଂରକ୍ଷଣ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ। ସେହିପରି ଜରୁରୀ କାଳୀନ ପରିସ୍ଥିତି ପାଇଁ ମିଳୁଥିବା ତତ୍କାଳ ଟିକେଟ ପାଇଁ ମଧ୍ୟ ଯାତ୍ରୀମାନେ ସକାଳ ପାହାନ୍ତାରୁ ଲମ୍ବା ଲାଇନ ଲଗାଇ ଛିଡ଼ା ହୋଇଥିଲେ ମଧ୍ୟ ଟିକେଟ ନପାଇ ନିରାଶରେ ଫେରିଥିଲେ । ଏପରି ଅସୁବିଧା…
Read Moreସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ କରିଥିବା ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ ଦାବୀ କଲା ସାମ୍ବାଦିକ ସଙ୍ଘ
ନୟାଗଡ଼,(ନୟାଗଡ଼ ଦର୍ପଣ): ସୋସିଆଲ ମିଡିଆକୁ ଅସ୍ତ୍ର କରି ବହୁ ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ କରାଯାଉଛି। ସମାଜରେ ଘଟୁଥିବା ଘଟଣା ଓ ଦୁର୍ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ କରାଯାଉଛି। ନୟାଗଡ଼ ଜିଲ୍ଲାର ଏକ ନିଦ୍ଦିଷ୍ଟ ଗୋଷ୍ଠୀ ରାଜ୍ୟ ବାହାରେ ରହି ଏଭଳି ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଛନ୍ତି । ଏହି ବ୍ୟକ୍ତିମାନେ ଏକ ର୍ୟାକେଟ ଗଠନ କରି ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ୱ, ଆଇନଜୀବୀ, ସାମ୍ବାଦିକ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ଅଶାଳୀନ ଭାବେ ପୋଷ୍ଟ କରୁଛନ୍ତି । ଏହି ର୍ୟାକେଟରେ ଆହୁରି କିଛି ଲୋକ ପ୍ରଚ୍ଛଦ ପଟରେ ରହିଛନ୍ତି । ଗତକିଛି ଦିନ ହେବ ଏହି ଗୋଷ୍ଠି ନୟାଗଡ଼ ଜିଲ୍ଲାର ପ୍ରମୂଖ ସାମ୍ବାଦିକଙ୍କୁ ବ୍ୟକ୍ତିଗତ ଭାବେ ଏବଂ ସଂଘ ନାମରେ ଅନେକ ଅପମାନଜନକ ପୋଷ୍ଟ କରି ଆସୁଛନ୍ତି । ମୁଖ୍ୟ କାର୍ପଟଦାର ଭାବେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା…
Read Moreଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକ ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଟପ୍ପର ସରୋଜ କୁମାର ଜେନାକୁ ଜିଲ୍ଲାପାଳ ମଧୁମିତା ରଥଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପତି, ଶିକ୍ଷକ ପଞ୍ଚାନନ ତ୍ରିପାଠୀ ଏବଂ ସିଆରସିସିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସରୋଜକୁ ସମ୍ବର୍ଦ୍ଧିତ କରିବା ସହ କିଛି ଉପହାର ଦେଇଥିବା ଦେଖାଯାଇଛି । ନୟାଗଡ଼ ଜିଲ୍ଲାରେ ସଦର ବ୍ଲକ କ୍ରିଦାଶପୁର ପଞ୍ଚାୟତରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ୩୪ ବର୍ଷ ମଧ୍ୟରେ ବିଦ୍ୟାଳୟ ସରକାରୀ ମାନ୍ୟତା ପାଇ ପାରିନଥିବା ବେଳେ ୨୦୦୪ ମସିହାରେ ବ୍ଲକ ଗ୍ରାଣ୍ଡ ପାଇଥିଲା । ବିଦ୍ୟାଳୟ ନିର୍ମାଣ ସମୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରୁ ଜଣେ ଶିକ୍ଷକ, ଜଣେ କିରାଣୀ ଓ ଜଣେ ରାତ୍ର ଜଗୁଆଳ…
Read Moreବିଶ୍ୱ ହାସ୍ୟ ଦିବସରେ ଡ.କୁଳାଙ୍ଗାର ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତିବର୍ଷ ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ଚଳଚିତ୍ର ଜଗତର ଲୋକପ୍ରିୟ କଳାକାର ଅଶ୍ରୁ୍ମୋଚନ ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବ୍ୟଙ୍ଗ କବି ଜ୍ଞାନ ହୋତା,ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି,ଡ.କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ,ରବୀନ୍ଦ୍ର ରାଉତ, ବିଭୁ ମିଶ୍ର,ସଚିକାନ୍ତ ବେହେରା,…
Read Moreମନରେଗା ପ୍ରଚଳନ କର – କ୍ଷେତ ମୂଲିଆ ୟୁନିଅନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା କ୍ଷେତମଜଦୂର ୟୁନିଅନ ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅବସରରେ କଷ୍ଟିଡାକୁଆ ଭବନରେ ମଇ ୩ ତାରିଖରେ କେନ୍ଦ୍ର ସରକାର ବନ୍ଦ କରିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପୁନଃ ପ୍ରଚଳନ ଓ ଦୈନିକ ସାତଶହ ଟଙ୍କା ମଜୁରୀ ସହିତ ଦୁଇଶହ ଦିନର କାମ ନିମନ୍ତେ ଆନ୍ଦୋଳନ ଗଢି ତୋଳିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା ଲାଲ୍ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀକୁ ଉଦ୍ଘାଟନ କରି ସଂଗଠନର ରାଜ୍ୟ ସଂପାଦକ କମ୍ରେଡ୍ ନିର୍ମଳ ଚନ୍ଦ୍ର ନାୟକ କେନ୍ଦ୍ର ସରକାରର ଶ୍ରମିକ ବିରୋଧୀ ନୀତିକୁ କଟୁ ସମାଲୋଚନା କରିବା ସହିତ କାମ ଅଭାବରୁ କ୍ଷେତ ମୂଲିଆ ଓ ଅଭାବୀ ଚାଷୀମାନେ କିଭଳି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି, ତାହାର ନିଛକ ଚିତ୍ର…
Read Moreଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭାରେ ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ ବୋଲି କହିଲେ ରାଜ୍ୟ ସଭାପତି ବିଭୂତି ଭୂଷଣ କର
ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଶ୍ରମ ଦିବସ ଅବସରରେ ଏକ ପ୍ରତିବାଦ ସଭା ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଆବାହକତ୍ୱରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ପବିତ୍ର ମହାରଥା ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ଉପରେ ଆଲୋଚନା କରିଥିଲେ । ଉତ୍କଳ ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଦେବପ୍ରସାଦ ମିଶ୍ରଙ୍କ ପରଲୋକକୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ପୂରଣ…
Read Moreମାଟ୍ରିକ୍ ପରୀକ୍ଷାରେ ପୁଣି ଇତିହାସ ରଚିଲା ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ୨୦୨୬ ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୦୧ଜଣ, ଏ-୨ରେ ୦୨ ଜଣ, ବି-୧ରେ ୦୭ ଜଣ, ବି-୨ରେ ୦୫ ଜଣ ଓ ସି-ଗ୍ରେଡ୍ ରେ ୧୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଜ୍ଞା ଦାସ ୫୬୦ ନମ୍ବର ରଖି ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଭବିଷ୍ଯତରେ ଜଣେ ଡାକ୍ତର ହେବା ପାଇଁ ଆଶା ରଖିଛନ୍ତି। ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ …
Read Moreସାରା ଜିଲ୍ଲାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ମେଟ୍ରିକ ପରୀକ୍ଷାରେ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ମେଟ୍ରିକ ପରୀକ୍ଷାର ସଫଳତାଚଳିତ ଶିକ୍ଷାବର୍ଷ ୨୦୨୫-୨୬ ମାଧ୍ୟମିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡରେ ଫଳାଫଳ ସନ୍ତୋଷ ଜନକ ହୋଇଛି। ମୋଟ ୬୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1= ୫ଜଣ ଯଥାକ୍ରମେ୧. ଆଦ୍ୟାଶା ସୁବୁଦ୍ଧି -୫୫୭୨. ଅୟସ୍କାନ୍ତ ମହାପାତ୍ର -୫୫୭୩. ସିକୃତି ବିଶ୍ୱାଳ -୫୫୬୪. ହିରଣ୍ମୟୀ ଆଚାର୍ଯ୍ୟ -୫୪୦୫. ସ୍ୱୟଂଶ୍ରେୟା ନାୟକ -୫୪୦ ନମ୍ବର ରଖି ବିଦ୍ୟାଳୟର ଗୌରବ ଅଭିବୃଦ୍ଧି କରିଛନ୍ତି। A2 = ୧୨ଜଣ, B1= ୧୯ ଜଣ, B2 = ୧୬ ଜଣ, C=୧୧ଜଣ, D=୦୩ ଜଣ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି, ଜଣେ ଶିକ୍ଷାର୍ଥୀ ଶାରୀରିକ ଅସୁସ୍ଥତା କାରଣରୁ ପରୀକ୍ଷା ଦେଇ ନପାରି ଅକୃତକାର୍ଯ୍ୟ ହୋଇଛନ୍ତି।ଏହି ଅବସରରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ପ୍ରଶାସନିକ ପରିଷଦ ଓ ଅନ୍ୟାନ୍ୟ କର୍ମ କର୍ତ୍ତାବୃନ୍ଦ ବେଶ୍ ଖୁସି ଅଛନ୍ତି।…
Read More