ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ନୟାଗଡ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ତଥା- ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ବାଚସ୍ପତି – ତଥା – ରଣପୁର ବିଧାୟକଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତି ରାଜ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜିତେନ୍ଦ୍ର କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ବୈଠକ ପରିଚାଳନା…
Read MoreMonth: May 2026
ତଳ ମଣିନାଗ ନୂତନ ମନ୍ଦିର ପ୍ରତିଷ୍ଠା ଓ ମା’ଙ୍କ ଗର୍ଭଗୃହ ପ୍ରବେଶ ନେଇ ସାମ୍ବାଦିକ ସମ୍ମିଳନୀ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବିଜ୍ଞାପିତ ପରିଷଦ ଅଧୀନସ୍ଥ ତଳ ମଣିନାଗ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା, ମା’ଙ୍କ ଗର୍ଭଗୃହ ପ୍ରବେଶ ଓ ପଞ୍ଚଦିନାତ୍ମକ ଯଜ୍ଞ ଉତ୍ସବ ନେଇ ବୁଧବାର ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟିର ସଭାପତି ଡ଼. ପ୍ରଶାନ୍ତ କୁମାର ମିଶ୍ର ଙ୍କ ଆବାହକତ୍ୱରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଯଜ୍ଞ ଉତ୍ସବର ସମସ୍ତ କାର୍ଯ୍ୟସୂଚୀ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପିତ କରାଯାଇଥିଲା । ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଆସନ୍ତା ଜୁନ ୨୦ ତାରିଖରେ ଅଙ୍କୁରାରୋପଣ ସହ ଉତ୍ସବର ଶୁଭାରମ୍ଭ ହେବ । ୨୧ ତାରିଖରେ ଭବ୍ୟ କଳସ ଯାତ୍ରା, ୨୨ ତାରିଖରେ ଗର୍ଭାଧାନ ନୀତି, ୨୩ ତାରିଖରେ ସ୍ନାନ, ଶୟନ ଓ କାଳରାତ୍ରି ପୂଜା ଏବଂ ୨୪ ତାରିଖରେ…
Read Moreସଙ୍ଗୀତଧାରା ଗ୍ରାଣ୍ଡ ଫାଇନାଲ: ଓମ ପ୍ରକାଶ ହେଲେ ନୟାଗଡ଼ ‘ସଙ୍ଗୀତ କଲ୍ଲୋଳ’
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ ପ୍ରେକ୍ଷାଳୟରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ଭାପୁର ବ୍ଲକର ଓମ ପ୍ରକାଶ ମହାରଣା ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧିରେ ଭୂଷିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଭାପୁର ବ୍ଲକର ସ୍ଵାଗତିକା ନାୟକ ଏବଂ ତୃତୀୟ ସ୍ଥାନରେ ଗଣିଆ ବ୍ଲକର ଓମକାର ମହାପାତ୍ର ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ୫୪ଜଣ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୧ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା…
Read Moreଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା
ରଣପୁର, (ନୟାଗଡ଼ ଦର୍ପଣ): ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ କଂଗ୍ରେସ , ବିଜେଡି ଓ ଇଣ୍ଡି ମେଣ୍ଟ ର ବିରୋଧକୁ ନେଇ ଚାନ୍ଦପୁର ମହିଳା ମୋର୍ଚ୍ଚା ନେତୃତ୍ବରେ ବୁଧବାର ଦିନ ଅପରାହ୍ନ ସମୟରେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିରେଖା ଦାସ, ଖୋର୍ଦ୍ଧା ଜିଲ୍ଲାର ବିଜେପି ଉପ ସଭାପତିରୋଜାଲିନ ଦାସ, ଚାନ୍ଦପୁର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ମାମୁନି ସିଂ, ଗୋପାଳପୁର ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀ ପ୍ରିୟା ତରେଇ, ଅନୁସୟା ସାହୁ, ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁ, ପୁର୍ବତନ ମଣ୍ଡଳ ସଭାପତି ସୁବର୍ଣ୍ଣ ସିଂ,ସଧାରଣ ସମ୍ପାଦକ ଗଣେଶ୍ୱର ମାନ୍ଧାତା, ଝାଡ଼ପଡା ସରପଞ୍ଚ ସୌରୀବନ୍ଧୁ ସାହୁ, ତ୍ରିନାଥ…
Read More୨୦ରେ ଦେଶବ୍ୟାପୀ ଔଷଧ ବ୍ୟବସାୟ ବନ୍ଦ, ଆନ୍ଦୋଳନରେ ସାମିଲ ହେବ ନୟାଗଡ଼ ବ୍ୟବସାୟୀ ସଂଘ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୨୦ ତାରିଖରେ ଦେଶବ୍ୟାପୀ ଔଷଧ ବ୍ୟବସାୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ଉତ୍କଳ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ୍ ଓ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟ ଓ ଡ୍ରଗିଷ୍ଟର ଆହ୍ବାନ କ୍ରମେ ନୟାଗଡ଼ ଜିଲା ଔଷଧ ବ୍ୟବସାୟୀ ସଂଘ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛି। ସଂଘ ପକ୍ଷରୁ କୁହାଯାଇଛି, ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଙ୍ଘ ସାରା ଦେଶରେ ୧୨ ଲକ୍ଷ ୪୦ ହଜାରରୁ ଅଧିକ କେମିଷ୍ଟ ଏବଂ ବିତରକଙ୍କୁ ପ୍ରତିନିଧ୍ବ କରୁଛି। ୫କୋଟିରୁ ଅଧିକ ପରିବାର ‘ଔଷଧ ବ୍ୟବସାୟ ଜରିଆରେ ପରିବାର ପ୍ରତିପୋଷଣ କରୁଛନ୍ତି। ଔଷଧ ବ୍ୟବସାୟ ଏବଂ ଜନସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିବା ଅନେକ ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ତାହା…
Read Moreବ୍ଲକ ଅଧ୍ୟକ୍ଷ କିଶୋର ହଟିବେ କି ଅଧ୍ୟକ୍ଷ ପଦରୁ, ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆଜି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ନୟାଗଡ଼ ବ୍ଲକର ୪୫ ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବକୁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ପ୍ରଦାନ କରାଯାଇଛି । ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ଏହି ଅନସ୍ଥା ଆଗତ କରାଯାଇଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଗତ ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଲେ । ୧୫ ତାରିଖ ସଂନ୍ଧ୍ୟାରେ ବିନା ଥାଟବାଟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶିଥିଲେ । ବିଜୁ ଜନତା ଦଳ ସରପଞ୍ଚ ଓ ସମିତିଙ୍କ ଅଗୋଚରରେ ସେ ଦଳୀୟ ଶୃଙ୍ଖଳାକୁ ଉଲଂଘନ କରି ଦଳ ଛାଡ଼ି ଥିବାରୁ ତାଙ୍କ ବିରୁଦ୍ଧରେ ଅସନ୍ତୋଷ ବଢ଼ିଥିଲା । ଯାହାକୁ ନେଇ ଗତ ୧୫ ତାରିଖରେ ସରପଞ୍ଚ…
Read Moreମନ ମୋହିଲା ନାଟକ “ବିଚାର ପଥର”
ନୟାଗଡ଼, (ନୟାଗଡ଼ ଦର୍ପଣ): ‘ତୃତୀୟ ନୟନ’ର ନାଟକ ‘ବିଚାର ପଥର ‘ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମର ଭରପୂର ପ୍ରେକ୍ଷାଳୟରେ ମଇ ସତର ସନ୍ଧ୍ୟାରେ ନାଟ୍ୟପ୍ରେମୀ ଦର୍ଶକ ମାନଙ୍କୁ ଆରମ୍ଭରୁ ଶେଷ ଯାଏଁ ବାନ୍ଧି ରଖି ପାରିଥିଲା ଅଭ୍ଭୂତପୂର୍ବ ଉତ୍କଣ୍ଠାମୟ ମଞ୍ଚମାୟାରେ। କମ୍ରେଡ୍ ବିଶ୍ଵନାଥ ମହାପାତ୍ରଙ୍କ ବଳିଷ୍ଠ କାହାଣୀକୁ ନେଇ ନାଟ୍ୟରୂପ ଦେବା ସହିତ ନିର୍ଦ୍ଦେଶନା ଦେଇଥିଲେ ବରିଷ୍ଠ ନାଟ୍ୟକାର ଗଦାଧର ନନ୍ଦ। ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ନାଟକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶୀଷ ପଟ୍ଟନାୟକ। ଅନୁଷ୍ଠାନର ସଂପାଦକ ବିଶ୍ଵନାଥ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନ ପର୍ବରେ ନୟାଗଡ଼ର ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ଓ ପବିତ୍ର କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ…
Read Moreଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ଓ ସହଯୋଗୀ ଆଶୁତୋ
୧ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ଭାପୁର, (ନୟାଗଡ଼ ଦର୍ପଣ): ଲାଞ୍ଚ ନେବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଜଣେ ଠିକାଦାରଙ୍କ ବିଲ କରିବା ଏବଂ ସିକ୍ୟୁରିଟି ଜମା ଟଙ୍କା ଫେରସ୍ତ ପାଇଁ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ନୟାଗଡ ଜିଲ୍ଲା ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଓ ସହଯୋଗୀ ଆଶୁତୋଷ ବଳିଆର ସିଂ। ଖଣ୍ଡପଡ଼ା ଅଞ୍ଚଳରେ ୨୦୨୧-୨୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କାମର ବିଲ୍ କ୍ଲିୟରିଂ ଏବଂ ସିକ୍ୟୁରିଟି ଜମା ଫେରସ୍ତ କରିବା ପାଇଁ ଜଣେ ଠିକାଦାର ଠାରୁ ୧,୩୬,୦୦୦(୧ ଲକ୍ଷ ୩୬ହଜାର) ଟଙ୍କା ଲାଞ୍ଚ ଦାବି କରୁଆସୁଥିଲେ । ଆଜି ସକାଳ ସମୟରେ…
Read Moreଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡା କ୍ରସର ନିକଟରେ ଥିବା ଏକ ଖଣିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ପ୍ରତାପ କୁମାର ପାଟଶାଣୀ (୩୫), ତାଙ୍କ ଘର ଟାଙ୍ଗୀ ଗ୍ରାମ ପଞ୍ଚାୟତର ନୂଆପଡା ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ଶୌଚ ପାଇଁ ଖଣି ନିକଟକୁ ଯାଇଥିବା ବେଳେ ପାଣିରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ପରେ ସେମାନେ ଏନେଇ ଚାନ୍ଦପୁର ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜବତ କରିଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରତାପ କିଛି ଦିନ ହେଲା ଘରୁ ନିଖୋଜ ଥିଲେ। ଏନେଇ ଚାନ୍ଦପୁର ଥାନାରେ ପୂର୍ବରୁ ଏକ ନିଖୋଜ ଅଭିଯୋଗ…
Read More‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଫାଇନାଲ ଚଳିତ ମାସ ୨୦ ତାରିଖରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ସଭା ଗୃହରେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ପର୍ଯ୍ୟାୟ ସଙ୍ଗୀତ ପ୍ରତିଯୋଗିତା ଶେଷ ହୋଇଯାଇଛି। ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୧ ଜଣ ପ୍ରତିଯୋଗୀ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଭୟ ସେମି ଫାଇନାଲ ଏବଂ ଫାଇନାଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଏ ନେଇ ସଙ୍ଗୀତଧାରା ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ସେମିଫାଇନାଲ ରାଉଣ୍ଡରେ ବ୍ଲକ ପର୍ଯ୍ୟାୟରୁ ମନୋନୀତ ୫୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ଏବଂ ସେମିଫାଇନାଲ ରାଉଣ୍ଡରୁ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇ ଭକ୍ତି…
Read More