ସାମ୍ବାଦିକଙ୍କ ପିତୃ ବିୟୋଗ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସହରର ମୁରବୀ ସ୍ଥାନିୟ ବ୍ୟକ୍ତି ଶେଖର ରଥଙ୍କର (୯୩) ବର୍ଷ ବୟସରେ ନୟାଗଡ଼ ସହର  ନୁଆରାଜବାଟି ସ୍ଥିତ ବାସ ଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ସୋମବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇଯାଇଛି। ଜଣେ ଧର୍ମ ପରାୟଣ, ପରୋପକାରୀ ମଣିଷ ଭାବେ ସମଗ୍ର ନୟଗଡରେ ତାଙ୍କର ସୁନାମ ଥିଲା। ତାଙ୍କ ପରଲୋକରେ ସହରରେ ଶୋକର ଛାଇ ଖେଳିଯାଇଛ। ନୟାଗଡ ଏନ.ଏ.ସିରେ ବହୁ ଦିନ ଧରି ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ସାଧୁତାର ସହ କାର୍ଯ୍ୟକରି ସହରବାସୀଙ୍କ ବେଶ୍ ପ୍ରିୟ ଭାଜନ ହୋଇ ପାରିଥିଲେ ସ୍ୱର୍ଗତ ଶେଖର ରଥ। ମୃତ୍ୟୁ ଶଯ୍ୟା ନିକଟରେ ୬ପୁଅ ୭ବୋହୂଙ୍କ ସମେତ ସମସ୍ତ ନାତି ନାତୁଣୀ ଉପସ୍ଥିତ ଥିବାବେଳେ ତାଙ୍କର ମଧ୍ୟମ ପୁତ୍ର ଜିଲ୍ଲା ଶିକ୍ଷା କାର୍ଯ୍ୟଳୟର ଅବସରପ୍ରାପ୍ତ ବରିଷ୍ଠ ସହାୟକ କୈଳାଶ ରଥ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର…

Read More

ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷରେ ବିଡିଓ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରିତୀବାଳା ରଣା ଓ ତହସିଲଦାର ଡ. ମାନସରଞ୍ଜନ ଭୋଇ କିପରି ବିଏଲ୍ଓ ମାନେ ଘରଘର ବୁଲି ତା ୩୦.୫.୨୬ରିଖ ଠାରୁ ତା ୨୮.୬.୨୬ ରିଖ ପର୍ଯ୍ୟନ୍ତ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରି ଉପଯୁକ୍ତ ତଥ୍ୟ ସଂଗ୍ରହ କରିବେ। ସେ ବିଷୟରେ ବିଷଦ ଭାବରେ ବୁଝାଇଥିଲେ।ବି ଏଲ୍ ଓ ମାନଙ୍କୁ ସହଯୋଗ ପାଇଁ ପାଞ୍ଚ ଜଣ ଲେଖାଏଁ ସରକାରୀ କର୍ମଚାରୀଙ୍କୁ ସ୍ବେଚ୍ଛାସେବୀ ଭାବରେ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମ କିପରି ଅନାୟାସରେ ସଫଳ ହେବ ସେଥିପାଇଁ ସଭିଏଁ…

Read More

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ସୋମବାର ନୟାଗଡ଼ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ  କରିଛି ବିଜୁ ଜନତା ଦଳ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଟିପିସିଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା। ବିଜୁ ଜନତା ଦଳର ନେତା ଓ କର୍ମୀମାନେ ରାସ୍ତାରେ ବିଞ୍ଚଣା ହଲାଇ ପ୍ରତିବାଦ କରିବା ସହ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ଜୋରଦାର ପ୍ରତିବାଦ କରିଥିଲେ । ରାଜ୍ୟରେ ୨୦ ହଜାର ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ସରକାର ବଳକା ବିଜୁଳିକୁ ଅନ୍ୟ ରାଜ୍ୟକୁ କମ୍ ଦରରେ ବିକ୍ରି କରୁଛନ୍ତି, ରାଜ୍ୟର ଜନସାଧାରଣଙ୍କୁ ୟୁନିଟ୍ ପିଛା ଅଧିକ ଦରରେ ଯୋଗାଉଛନ୍ତି। ବିଜେପି ସରକାର ଘୋଷଣା କରିଥିବା ୩ ଶହ ୟୁନିଟ୍ ମାଗଣା ବିଜୁଳି କୁଆଡ଼େ ଗଲା…

Read More

ନୟାଗଡ  ଝିଅ ଜୀନା ମହାପାତ୍ର ପାଇଲେ ପି.ଏଚ୍‌.ଡି.

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜନୀତି ବିଜ୍ଞାନରେ PHD ଡିଗ୍ରୀ ହାସଲ କଲେ ନୟାଗଡ଼ ଝିଅ ଜୀନା ମହାପାତ୍ର। ନୟାଗଡ ଜିଲ୍ଲା ସୋଲପଟା ଗ୍ରାମର ସୁରେନ୍ଦ୍ର କୁମାର ମହାପାତ୍ରଙ୍କ କନିଷ୍ଠ କନ୍ୟା ଡଃ ଜିନା ମହାପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ନୟାଗଡ଼ ଜିଲ୍ଲାର ମହିଳାମାନଙ୍କୁ ନେଇ ଗ୍ରାମାଞ୍ଚଳରେ ସରକାର ଗଠନରେ ରହିଥିବା ଭୂମିକା ପ୍ରସଙ୍ଗରେ ଏକ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଥିଲେ। ଗବେଷଣା କାର୍ଯ୍ୟଟି ସୁଦର୍ଶନ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପ୍ରାଧ୍ୟାପକ ଡଃ. ସୁଶାନ୍ତ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ସଫଳତାର ସମାପିତ ହୋଇଥିଲା। ଏହି ବିଷୟରେ ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୟାଗଡ଼ର ଝିଅ ଜୀନା ମହାପାତ୍ରଙ୍କୁ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯିବାକୁ ଯୋଗ୍ୟ ବିବେଚନା କରାଯାଇଛି। ଜୀନାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ସ୍ଥାନୀୟ ଅଂଚଳରେ ପ୍ରଶଂସାର…

Read More

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜେଡି କାର୍ଯ୍ୟାଳୟଠାରେ ମହିଳା ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି ସଭାପତି ଇପସିତା ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ । କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଳରେ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କରିବା, ମହିଳାଙ୍କୁ ସଂରକ୍ଷଣ ନଦେବା, ମହିଳାଙ୍କ ପ୍ରତି ଅସମ୍ମାନ ବୋଲି ମତ ପ୍ରକାଶ ପାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ବିଶ୍ୱରେ ପରିଚିତ କରାଉଥିଲେ । ଡବଲ ଇଞ୍ଜିନ ସରକାର ମହିଳାଙ୍କ ଭାତ ହାଣ୍ଡିରେ ଲାତ ମାରୁଛି । ତେଲ କମ ବ୍ୟବହାର କରିବା, ସୁନା ନକିଣିବା ପାଇଁ କହି ମହିଳାଙ୍କୁ ଅଟ୍ଟହାସ୍ୟ କରୁଛି ।…

Read More

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର: ‘ମୋ ସ୍ବପ୍ନର ନୟାଗଡ଼’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ଏକ ସକାରାତ୍ମକ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ସାମ୍ବାଦିକ ସଂଘ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କେସି କ୍ଳବ ସଭାଗୃହଠାରେ ସଂଘ ପକ୍ଷରୁ ‘ମୋ ସ୍ୱପ୍ନର ନୟାଗଡ଼’ ଶୀର୍ଷକ ଏକ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ଜିଲ୍ଲାର ଅଭିବୃଦ୍ଧି ପାଇଁ ନିଜ ନିଜର ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।ଆଲୋଚନା ସମୟରେ ଉପସ୍ଥିତ ବ୍ୟକ୍ତିମାନେ ନୟାଗଡ଼ ଜିଲ୍ଲାର ପ୍ରମୁଖ ସମସ୍ୟା, ଯେପରିକି ପିଇବା ପାଣି, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଶିଳ୍ପ, ଜଳସେଚନ ଓ ପର୍ଯ୍ୟଟନର ବିକାଶ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଶେଷ କରି ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡ଼ିରହିଥିବା ନୟାଗଡ଼ ଚିନିକଳକୁ ପୁନଃ ଚାଲୁ କରିବା,…

Read More

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା: ରେଳରୋକ ଉଦ୍ୟମ ପଣ୍ଡ

କମ ବଗି ଯୋଗୁଁ ନିୟମିତ ଯାତ୍ରୀ ହନ୍ତସନ୍ତ; କଟକ ପର୍ଯ୍ୟନ୍ତ ‘ସେବା ଏକ୍ସପ୍ରେସ’ର ସମ୍ପ୍ରସାରଣ ଦାବି ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାକୁ ୨୦୧୭ ମସିହାରୁ ରେଳ ସେବା ଆରମ୍ଭ ହୋଇଥିଲେ ହେଁ ଯାତ୍ରୀମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବାରେ ପୂର୍ବତଟ ରେଳବାଇ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ଦିନକୁ ଦିନ ରେଳ ଯାତ୍ରୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଦଶପଲ୍ଲା, ନୂଆଗାଁ ଓ ନୟାଗଡ଼ ଅଞ୍ଚଳରୁ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଆଦି ସ୍ଥାନକୁ ପ୍ରତିଦିନ ଯା’ଆସ କରୁଥିବା ମାସିକିଆ ଟିକେଟଧାରୀ ଚାକିରିଆ ଓ ନିୟମିତ ଯାତ୍ରୀମାନେ ଚରମ ହଇରାଣ ହେଉଛନ୍ତି। ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରୁଥିବା ‘ସେବା ଏକ୍ସପ୍ରେସ’ ରେ ଯାତ୍ରୀ ସଂଖ୍ୟା ତୁଳନାରେ ବଗି ସଂଖ୍ୟା ଅତ୍ୟନ୍ତ କମ୍ ରହୁଥିବାରୁ ପ୍ରବଳ ଭିଡ଼ ଯୋଗୁଁ ଯାତ୍ରୀଙ୍କୁ ବସିବା ପାଇଁ ଖଣ୍ଡେ ସିଟ୍…

Read More

ସମର୍ପଣ ବୃଦ୍ଧାଶ୍ରମରେ ଜନ୍ମଦିବସ ପାଳିଲେ ଖଣ୍ଡପଡ଼ା ବିଧାୟକଙ୍କ ପତ୍ନୀ ନୈସର୍ଗୀକା ସୋନାଲୀ ମାନସିଂହ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ବୟୋଶ୍ରେଷ୍ଠ, ନିଃସହାୟ, ଅସହାୟମାନଙ୍କର ସହାୟ ପୀଠ । ଯେଉଁଠାରେ ୫୦ ଜଣ ଅନ୍ତେବାସୀ ବୃଦ୍ଧବୃଦ୍ଧା ଆଶ୍ରୟ ଗ୍ରହଣ କରି ସୁଖଶାନ୍ତିରେ କାଳାତିପାତ କରୁଛନ୍ତି। ଆଜିକାଲି ଆଧୁନିକ ସଭ୍ଯ ସମାଜରେ ଉଚ୍ଚ ଶିକ୍ଷିତ ବ୍ଯକ୍ତିମାନେ ହୋଟେଲ ମଲ୍ ଆଦି ବଡ଼ ବଡ଼ ଆତ୍ଯାଧୁନିକ ରେଷ୍ଟୁରାଂଟରେ ଜନ୍ମ ଦିବସ ପାଳନ କରୁଥିବା ବେଳେ ଖଣ୍ଡପଡ଼ା ବିଧାୟକ ଦୁସ୍ମନ୍ତ ସ୍ବାଇଁଙ୍କ ପତ୍ନୀ ନୈସର୍ଗୀକା ସୋନାଲୀ ମାନସିଂହ ନିଜ ଜନ୍ମ ଦିବସ ପାଳନ କଲେ ସମର୍ପଣ ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କ ଗହଣରେ। ଶ୍ରୀମତୀ ମାନସିଂହ ନିଜ ପୁଅଝିଅଙ୍କୁ ସାଥିରେ ନେଇ ସମର୍ପଣ ବୃଦ୍ଧାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କ ସହିତ କିଛି ସମୟ ଅତିବାହିତ କରିବା ସହିତ ନିଜ ଜନ୍ମ ଦିବସ ପାଳନ କରି ବେଶ୍ ଖୁସି ଅନୁଭବ କରିଛନ୍ତି ବୋଲି କହିଥିଲେ। ଶ୍ରୀମତୀ…

Read More

ବିଦ୍ୟୁତ୍ କାଟକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ, ୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ଆସନ୍ତା ୨୫ ତାରିଖ ସୋମବାର ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି ବିଜୁ ଜନତା ଦଳ । ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରାଜ୍ୟ ସରକାରଙ୍କ ଅପରଗତା ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିଜୁଳି କାଟ ହେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଏବେ ପରିସ୍ଥିତି ଭୟଙ୍କର ସମୟରେ ବିଭିନ୍ନ ଆଳ ଦେଖାଉଥିବା ଅଭିଯୋଗ କରିଛନ୍ତି । ସାଧାରଣ ଲୋକ, ରୋଗୀ ଓ ଛାତ୍ରଛାତ୍ରୀମାନେ ବିଦ୍ୟୁତ୍ ବିଭ୍ରାଟ କାରଣରୁ ନାହିଁ ନଥିବା ହଇରାଣ ହେଉଛନ୍ତି । ଭାରପ୍ରାପ୍ତ ଟାଟା ପାୱାର ଯେଭଳି ଖାମଖିଆଲି ଢଙ୍ଗରେ ବିଜୁଳି ଶକ୍ତି ପରିଚାଳନା କରି ଲକ୍ଷ ଲକ୍ଷ…

Read More

‘ତୃତୀୟ ନୟନ’ର ନାଟକ ସମୀକ୍ଷା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଦର୍ପଣ ପରିସରରେ ‘ତୃତୀୟ ନୟନ’ର ଅଭିନୀତ ନାଟକ ‘ବିଚାର ପଥର’ର ସମୀକ୍ଷା ବୈଠକ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ବିଧାୟକ ଡ. ଅରୁଣ କୁମାର ସାହୁ ମଞ୍ଚ ନାଟକକୁ ଅଧିକ ଲୋକାଭିମୁଖୀ ତଥା ଆକର୍ଷଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସଂପାଦକ ବିଶ୍ଵନାଥ ମହାପାତ୍ର ନାଟକର ସଫଳତା ପାଇଁ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ନିୟମିତ ବୈଠକ କରି ନୟାଗଡ଼ ନାଟ୍ୟ ଆନ୍ଦୋଳନକୁ ସମୃଦ୍ଧ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ନାଟ୍ୟଭୂଷଣ ଡ ବିଜୟ କୁମାର ଚୌଧୁରୀ, ନିର୍ଦ୍ଦେଶକ ଗଦାଧର ନନ୍ଦ,  ଡ. ଆଶୁତୋଷ ମିଶ୍ର, ନିରଞ୍ଜନ ନାୟକ, ପ୍ରଦୀପ୍ତ ରଥ, ମିଷ୍ଟର କାଳିଆ, ପ୍ରତାପ ସାହୁ, ନୀଳିମା ନନ୍ଦ, ଦେବେନ୍ଦ୍ର ପରମଗୁରୁ, ଗୋଦାବରୀ ବସନ୍ତିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ବାସୁଦେବ ମିଶ୍ର,…

Read More