ପିଏମ୍ ଶ୍ରୀ ନାରାୟଣ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ପିଏମଶ୍ରୀ ନାରାୟଣ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ-୨୦୨୫-୨୬ ବିଦ୍ୟାଳୟ ପରିସରରେ ସୋମବାର ମହା ସମାରୋହରେ ପାଳିତ ହୋଇଯାଇଅଛି । ପ୍ରଥମ ଅଧିବେଶନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଚଳିତ ବର୍ଷ ଏହି ଉତ୍ସବ ଛାତ୍ର ଛାତ୍ରୀଙ୍କ ଶିକ୍ଷା, କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଦିଗରେ ପିଏମ ଶ୍ରୀ ବିଦ୍ୟାଳୟ ବେଶ ସହାୟକ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ। ମୁଖ୍ୟବକ୍ତା ଭାବେ ଶରଣକୁଳ ଜୋନର ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ପଞ୍ଚସଖା ସେତୁ ସଂଗଠନ ସଭାପତି ବିକ୍ରମ କୁମାର ଦାଶ, ଜିଲ୍ଲା…

Read More

ନୟାଗଡ଼ରେ ପୋଷ୍ଟାଲ ଲିଙ୍କ ଫେଲ ପାଇଁ ୭ ଦିନବ୍ୟାପି ଜିଲ୍ଲାରେ ଡାକସେବା ପ୍ରଭାବିତ : କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜିକୁ ଦୀର୍ଘ ୭ ଦିନ ହେଲାଣି ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକଘର ଅଚଳ ହୋଇପଡିଛି। ଲିଙ୍କ ଫେଲ ବୋର୍ଡ ଲଗାଇ ପୋଷ୍ଟାଲ ଅଧିକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ବେହାଲ। କାମ ନଥିବାରୁ ମୋବାଇଲରେ ରିଲସ ଦେଖିବାରେ ବ୍ୟସ୍ତ ଅଛନ୍ତି। ଇଣ୍ଟରନେଟ ସ୍ୱାଭାବିକ କରିବା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କ ତତ୍ପରତା ନଥିବା ତଥା ସେମାନେ ତାଙ୍କର ଦାୟିତ୍ୱବୋଧ ଭୁଲିଯାଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଅଭିଯୋଗ କରିଛନ୍ତି। ମୋଦି ସରକାର ଡିଜିଟାଲ ଇଣ୍ଡିଆ ସ୍ଲୋଗାନ ଦେଇ ଆସୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଇଣ୍ଟରନେଟ ଫେଲ ସୁଧାର ଆଣିବା ପାଇଁ ବୈଷୟିକ ଜ୍ଞାନକୌଶଳ ଅଭିଜ୍ଞ ଯନ୍ତ୍ରୀ ନିଯୁକ୍ତ ହୋଇ ପାରୁ ନାହାଁନ୍ତି। ଲିଙ୍କଫେଲ ଜନିତ ଜିଲ୍ଲାରେ ଡାକସେବା ବାଧାପ୍ରାପ୍ତ ପାଇଁ ଗତ ୭ ଦିନ ଧରି ନା ଚିଠି ସ୍ପିଡ଼ପୋଷ୍ଟ…

Read More

ନୟାଗଡ଼ କ୍ଲବ୍ ପକ୍ଷରୁ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ସଙ୍ଗୀତ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ସମ୍ରାଜ୍ଞୀ, ପଦ୍ମ ବିଭୂଷଣ ଆଶା ଭୋସଲେଙ୍କ ବିୟୋଗରେ ସମଗ୍ର ସଂଗୀତ ଦୁନିଆରେ ଶୋକର ଛାୟା ଖେଳି ଯାଇଛି । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିବା ପରେ, ଆଜି ସ୍ଥାନୀୟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନୟାଗଡ଼ କ୍ଲବ୍ ପକ୍ଷରୁ ଏକ ଗଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ଶ୍ରୀ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ଆଶାଜୀଙ୍କ ୮ ଦଶନ୍ଧିର ସଙ୍ଗୀତ ଯାତ୍ରା ଏବଂ ତାଙ୍କର ଯାଦୁକରୀ କଣ୍ଠର ସ୍ମୃତି ଚାରଣ କରିଥିଲେ। କ୍ଲବ୍ ସମ୍ପାଦକ ଶ୍ରୀଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସଭାରେ ବରିଷ୍ଠ ସଦସ୍ୟ ପ୍ରକାଶ ଷଡ଼ଙ୍ଗୀ, ବାସୁଦେବ ସାହୁ, ପ୍ରବୀର ପୃଷ୍ଟି, ଲକ୍ଷ୍ମୀ ନାରାୟଣ ରଥ ଏବଂ ଧିରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖଙ୍କ ସହ…

Read More