ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡିଆରେ ନାମ ଫଳକ ଲେଖିବା ପାଇଁ ସଚେତନତା ପଦଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳ ନୟାଗଡଙ୍କ କାର୍ଯ୍ୟ।ଳୟ ପରିସରରୁ ଶୁଭାରମ୍ଭ କରାଯାଇଅଛି। ଏଥିସହିତ ଏକ ସଚେତନତା ରଥ ନୟାଗଡ ଜିଲ୍ଲାର ବିଭିନ୍ନ ଏନ ଏ ସି ଅଞ୍ଚଳରେ ପରିକ୍ରମଣ କରିଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।  ସଭାପତି, ନୟାଗଡ ଶିଳ୍ପ ଉଦ୍ଯୋଗ ସଂଘ, ଅଧ୍ୟକ୍ଷ, ଏନଜିଓ (ସମର୍ଥ) , ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ପୂଜାରିନ ସାମଲ ଓ ମୋନିକା ସେଠ ଓ ଶ୍ରମ କାର୍ଯ୍ୟାଳୟ କର୍ମଚାରୀ ଏବଂ ବିଭିନ୍ନ ଶ୍ରମିକ ସଂଗଠନମାନେ ଏହି ସଚେତନତା ପଦଯାତ୍ରାରେ…

Read More

ମୁନିସିପାଲିଟିରେ ଜନଗଣନା ପ୍ରଶିକ୍ଷଣର ଶୁଭାରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ):  ଭାରତର ଜନଗଣନା-୨୦୨୭ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ଏକପ୍ରଶିକ୍ଷଣ ଶିବିର ମୁନିସିପାଲିଟି କାର୍ଯ୍ୟାଳୟ ସଭାଗୃହରେ ଆଜିଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ରୋଜିନା ଦାସ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୌରପାଳିକା ନିରୁପମା ଖଟେଇ ଯୋଗଦାନ କରି ଜନଗଣନାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡା ଏବଂ ବ୍ରଜକିଶୋର ମହାପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସହଯୋଗୀ ଭାବେ ଦିଗାମ୍ବର…

Read More

ଜିଲ୍ଲା ସ୍ତରୀୟ ରଘୁ-ଦିବାକରଙ୍କ ୮୬ତମ ତିରୋଧାନ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଶହୀଦ ଦିବସ ଅବସରରେ  ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୋର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ/ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ/ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ/ଉପ-ଜିଲ୍ଲାପାଳ, କର୍ଣଦେଵ ସମାଦାର ସମାଦାର ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ରଘୁ -ଦିବାକର ଫଟୋଚିତ୍ର ରେ ଅତିଥି ମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ…

Read More