ପରୀକ୍ଷା ନୋଟିସ୍ ପ୍ରତ୍ୟାହାର, ଏପ୍ରିଲ ଶେଷ ସୁଦ୍ଧା ସରିବ ସିଲାବସ୍ ନୟାଗଡ଼, (ନୟାଗଡ଼ ଦର୍ପଣ): ସିଲାବସ୍ ଶେଷ ନହୋଇ ପରୀକ୍ଷା ଘୋଷଣାକୁ ବିରୋଧ କରି ଆଜି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ବିରୋଧରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ କରିବାରୁ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ବସି ନୟାଗଡ଼ ଓଡ଼ଗାଁ ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ୍ ସେମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧକୁ ହଟାଇଥିଲେ। କଲେଜ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ତାଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଏବଂ କଲେଜ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରିଥିଲେ। ପରୀକ୍ଷା ନୋଟିସକୁ ପ୍ରତ୍ୟାହାର କରିବା ପାଇଁ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ଦାସ୍। ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ସିଲାବସ୍ ଶେଷ କରିବାକୁ ବିଭାଗୀୟ…
Read MoreMonth: March 2026
ପାଞ୍ଚଦଫା ଦାବି ନେଇ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକଙ୍କୁ ଭେଟିଲା ନାଗରିକ ମଞ୍ଚ
ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳସେବା ସମ୍ପର୍କିତ ପାଞ୍ଚ ଦଫା ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚ ଆଜି ପୂର୍ବତଟ ରେଳପଥ, ଖୋର୍ଦ୍ଧା ରୋଡ଼ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ବେହେରାଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦାବି ଜଣାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଦଶପଲ୍ଲା-ଭୁବନେଶ୍ୱର ସେବା ଏକ୍ସପ୍ରେସ (୧୮୪୨୪/୧୮୪୨୩) ଟ୍ରେନକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା। ଏହାକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରିତ କଲେ ଜିଲ୍ଲାବାସୀ ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ତଥା ଏସ.ସି.ବି. ମେଡିକାଲ କଲେଜ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସୁବିଧାରେ ଯାଆସ କରିପାରନ୍ତେ। ସେହିପରି ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ,ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଚାଲୁଥିବା ଟ୍ରେନଗୁଡ଼ିକରେ ଅଧିକ ବଗି ସଂଯୋଗ କରିବା ପାଇଁ ନାଗରିକ…
Read Moreସହୀଦ ଦିବସ ଅବସରରେ ପଦଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ଼ ସହରରେ ସହୀଦ ଦିବସ ପାଳିତ ହୋଇଯାଇଛି। ସହୀଦ ଭଗବତ ସିଂହ, ଶିବରାମ ରାୟଗୁରୁ ଓ ସୁଖଦେବ ଥାପୁରଙ୍କ ବଳିଦାନ ଦିବସକୁ ସାରା ଭାରତରେ ସହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ପଦଯାତ୍ରା ବାହାରି ନୟାଗଡ଼ ସହର ପରିକ୍ରମା କରିଥିଲା। ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସହୀଦଙ୍କ ଉଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ହାତରେ କ୍ୟାଣ୍ଡେଲ ଓ ଜାତୀୟ ପତାକା ଧରି ଭାରତ ମାତାକି ଜୟ ନାରାରେ ନୟାଗଡ଼ ସହର ପ୍ରକମ୍ପିତ ହୋଇଥିଲା। ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ…
Read Moreସହୀଦ ଦିବସ ଅବସରରେ ଶ୍ରମଦାନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ପକ୍ଷରୁ ସହୀଦ ଦିବସ ପାଳିତ ହୋଇଯାଇଛି। ସହୀଦ ଭଗବତ ସିଂହ, ଶିବରାମ ରାୟଗୁରୁ ଓ ସୁଖଦେବ ଥାପୁର ଙ୍କ ବଳିଦାନ ଦିବସକୁ ସାରା ଭାରତରେ ସହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ନୟାଗଡ଼ରେ ୨ଦିନ ଧରି ସହୀଦ ଦିବସ ପାଳନ କରାଯାଉଛି। ନୟାଗଡ଼ ବାଲାଙ୍ଗିବନ୍ଧ ଠାରେ ଆଜି ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସନ୍ତୋଷ ପ୍ରଧାନ, ବିଜେପି ଜିଲ୍ଲା କୃଷକ ମୋର୍ଚା ସଭାପତି ସଂଜୟ ନାୟକ, ସମାଜସେବୀ ବସନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ଓ ଦେବଦୁତ୍ତ ସେବା ପରିଷଦର କର୍ମକର୍ତା ମାନେ ପରିଚାଳନା କରିଥିଲେ। ସହୀଦ…
Read More‘ଦର୍ଶନ’ ପକ୍ଷରୁ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ଦର୍ଶନ ପକ୍ଷରୁ ଆଜି ନୟାଗଡ଼ ସାମ୍ବାଦିକ ଭବନ ପରିସରରରେ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରତିନିଧି ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ବିଶ୍ୱରେ ସୃଷ୍ଟି ହୋଇଥିବା ଭୟାନକ ପରିସ୍ଥିତି ସମ୍ପର୍କରେ ଆଲୋଚନା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନଗରପାଳ ନିରୂପମା ଖଟେଇ, ବିଜେପି ନେତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ । ଦର୍ଶନ ଖବରକାଗଜ ସମ୍ପାଦକ ବିଭୂତି ଭୂଷଣ ନାୟକ, ସହ ସମ୍ପାଦିକା ପ୍ରସମିତା ମହାନ୍ତି ପ୍ରମୂଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ନୟାଗଡ ସକାଳ ଜିଲ୍ଲା ପ୍ରତିନିଧି ଅନିଲ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ…
Read Moreନାଟକ ମହୋତ୍ସବର ଅନ୍ତିମ ସନ୍ଧ୍ୟା, ମଞ୍ଚସ୍ଥ ହେଲା ନାଟକ ‘ଡାଆଣି’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଅନ୍ତିମ ଦିବସରେ ‘ଚମତ୍କାର ନାଟ୍ୟାନୁଷ୍ଠାନ’, ନୟାଗଡ଼ ପକ୍ଷରୁ ଜୀବନ ଓ ଅନ୍ଧବିଶ୍ୱାସର ନାଟକ ‘ଡାଆଣି ’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଆଦିବାସୀ ପରମ୍ପରା ଓ ସେମାନଙ୍କ ଜୀବନଶୈଳୀକୁ ଆଧାର କରି ନିର୍ମିତ ଏହି ନାଟକଟି ସମାଜରେ ପ୍ରଚଳିତ କୁସଂସ୍କାର ବିରୁଦ୍ଧରେ ଏକ ଶାଣିତ ସ୍ୱର ଉତ୍ତୋଳନ କରିଛି। ନାଟକଟି ଆଦିବାସୀ ସମାଜର ସରଳତା ଏବଂ ସେମାନଙ୍କର ପ୍ରକୃତି ସହ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଇଛି। କାହାଣୀର ମୁଖ୍ୟ ଚରିତ୍ର ‘ଭଗିଆ’ ଓ ତା’ର ପତ୍ନୀ ‘ନୁନୀ’ କିଭଳି ଜଣେ ଶଠ ସରପଞ୍ଚ, ଚରିତ୍ରହୀନ ପୋଲିସ ଅଧିକାରୀ ଓ ଠକ ଠିକାଦାରଙ୍କ ଚକ୍ରାନ୍ତର ଶିକାର ହେଉଛନ୍ତି, ତାହା ଅତ୍ୟନ୍ତ ମର୍ମସ୍ପର୍ଶୀ। ଦାଦନ ଖଟିବାକୁ ଯାଇ ଭଗିଆର…
Read Moreଲୋକ ଅଧିକାର ଅଭିଯାନକୁ ନୟାଗଡ଼ରେ ସ୍ଵାଗତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜଳ, ଜମି, ଜଙ୍ଗଲର ସୁରକ୍ଷା ଓ ଲୋକ ଅଧିକାରର ସୁରକ୍ଷା ପାଇଁ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟବ୍ୟାପୀ ଅଭିଯାନ କ୍ରମେ ଅଦ୍ୟ ଆଜି ନୟାଗଡ଼ରେ ପହଞ୍ଚିବା ଅବସରରେ କେସି କ୍ଳବ୍ ଠାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ଓ କୃଷକ ନେତା ପବିତ୍ର ଇନ୍ଦ୍ରଜିତ ଅଭିଯାତ୍ରୀ ଦଳକୁ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କର୍ପୋରେଟ୍ ପୁଞ୍ଜିର ସ୍ଵାର୍ଥ ସାଧନ ପାଇଁ ଜମି ଜଳ ଜଙ୍ଗଲ ଉପରେ ଚାଲିଥିବା ପ୍ରାୟୋଜିତ ଆକ୍ରମଣ ଯେ କେତେ ବଡ଼ ଦାନବୀୟ କ୍ଷତି କରିଚାଲିଛି ଆଉ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁଖ୍ୟ ପୃଷ୍ଠପୋଷକ ସାଜିଛନ୍ତି। ଏହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଥିଲେ ଆନ୍ଦୋଳନର ମୁଖ୍ୟ…
Read Moreବିଶ୍ୱ ଘରଚଟିଆ ଦିବସରେ ଗଛରେ ପକ୍ଷୀବସା ସାଙ୍ଗକୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଘରଚଟିଆ ଦିବସ ଉପଲକ୍ଷେ ପକ୍ଷୀବସା ସାଙ୍ଗକୁ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ମାଠିଆରେ ପାନୀୟ ଦେଇ ଗଛମାନଙ୍କରେ ଝୁଲାଯାଇଥିଲା। ସବୁଠାରୁ ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଜାତି ନିଜର ଭୋଗବିଳାସ ଜୀବନ ପାଇଁ ନୂଆ ନୂଆ ଯନ୍ତ୍ର ଉଦ୍ଭାବନ କରି ବାୟୁମଣ୍ଡଳକୁ ଦୂଷିତ କରିବା ସହିତ ଅନ୍ୟର ଘର ଓ ବଂଶ ନିପାତ କରୁଛି। ସେହି ନିରୀହ ପକ୍ଷୀ ହେଉଛି ଘର ଚଟିଆ। ସେମାନଙ୍କ ବଂଶ ରକ୍ଷା ସହିତ ପିଲାଙ୍କ ମନରେ ପକ୍ଷୀମାନଙ୍କ ପାଇଁ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବାକୁ ମନୋଭାବ ସୃଷ୍ଟି କରାଇଥିଲେ ବିଦ୍ୟାଳୟ ର ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ। ଏସବୁ କାର୍ଯ୍ୟରେ ସହଯୋଗ କରିଥିଲେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆଲୋକ ନାୟକ। ନଡ଼ିଆ…
Read Moreନୟାଗଡ ଜିଲ୍ଲାରେ ବିଶ୍ୱ ପଖାଳ ଦିବସକୁ ଧୁମଧାମରେ ପାଳନ କଲା ପର୍ଯଟନ ଵିଭାଗ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ବିଶ୍ୱ ପଖାଳ ଦିଵସକୁ ଧୁମଧାମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଳନ କରାଯାଇଚି ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରି ସତ୍ୟଭାମା ବେହେରା ପ୍ରକାଶ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ଓ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ଜିଲ୍ଲାର ସମସ୍ତ ଡେପୁଟୀ କଲେକ୍ଟର, ସହ କଲେକ୍ଟରଙ୍କ ସହିତ ଜିଲ୍ଲାର ଅନେକ ଅଧିକାରୀ ଯୋଗଦେଇଥିଲେ।…
Read Moreମଞ୍ଚରେ ଜୀବନ୍ତ ହେଲା ‘ସମୁଦ୍ର’: ସମ୍ବଲପୁରୀ ନାଟକରେ ଦେଖିବାକୁ ମିଳିଲା ସଭ୍ୟତା ଓ ସଂଘର୍ଷର ଅପୂର୍ବ ସମନ୍ୱୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୬ଷ୍ଠ ଦିବସରେ ‘ସୂର, ସମ୍ବଲପୁର’ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ସମ୍ବଲପୁରୀ ନାଟକ ‘ସମୁଦ୍ର’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଡକ୍ଟର ପ୍ରସନ୍ନ କୁମାର ସାହୁଙ୍କ ଲିଖିତ ଏହି ନାଟକଟି ନିଜର ନିଆରା କଥାବସ୍ତୁ ଓ ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ନାଟକର କାହାଣୀ ଜଣେ ଜଙ୍ଗଲୀ ଯୁବକ ‘କମ୍ବୁ’ ଓ ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ‘କ୍ୟାପଟେନ କିଶନ’ଙ୍କ ସଂଘର୍ଷମୟ ଜୀବନକୁ ନେଇ ଗତିଶୀଳ ହୋଇଥିଲା। ଏକ ନିଛାଟିଆ ଦ୍ଵୀପରେ ପ୍ରକୃତିର ନିର୍ମମତା ଏବଂ ମାନବିକତାର ପରୀକ୍ଷାକୁ ମଞ୍ଚରେ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ବିଶେଷ କରି ମହାଭାରତର ପ୍ରସଙ୍ଗ ମାଧ୍ୟମରେ ନୈତିକତାର ବାର୍ତ୍ତା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।ନାଟ୍ୟଶ୍ରୀ ମାନସ ରଞ୍ଜନ…
Read More