ସହୀଦ ଦିବସ ଅବସରରେ ଶ୍ରମଦାନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ପକ୍ଷରୁ ସହୀଦ ଦିବସ ପାଳିତ ହୋଇଯାଇଛି। ସହୀଦ ଭଗବତ ସିଂହ, ଶିବରାମ ରାୟଗୁରୁ ଓ ସୁଖଦେବ ଥାପୁର ଙ୍କ ବଳିଦାନ ଦିବସକୁ ସାରା ଭାରତରେ ସହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ନୟାଗଡ଼ରେ ୨ଦିନ ଧରି ସହୀଦ ଦିବସ ପାଳନ କରାଯାଉଛି। ନୟାଗଡ଼ ବାଲାଙ୍ଗିବନ୍ଧ ଠାରେ ଆଜି ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସନ୍ତୋଷ ପ୍ରଧାନ, ବିଜେପି ଜିଲ୍ଲା କୃଷକ ମୋର୍ଚା ସଭାପତି ସଂଜୟ ନାୟକ, ସମାଜସେବୀ ବସନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ଓ ଦେବଦୁତ୍ତ ସେବା ପରିଷଦର କର୍ମକର୍ତା ମାନେ ପରିଚାଳନା କରିଥିଲେ। ସହୀଦ ଦିବସ ଅବସରରେ ଆସନ୍ତା କାଲି ନୟାଗଡ଼ ସହରରେ ପଦଯାତ୍ରା କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Related posts