ସହୀଦ ଦିବସ ଅବସରରେ  ପଦଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ଼ ସହରରେ ସହୀଦ ଦିବସ ପାଳିତ ହୋଇଯାଇଛି। ସହୀଦ ଭଗବତ ସିଂହ, ଶିବରାମ ରାୟଗୁରୁ ଓ ସୁଖଦେବ ଥାପୁରଙ୍କ ବଳିଦାନ ଦିବସକୁ ସାରା ଭାରତରେ ସହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ପଦଯାତ୍ରା ବାହାରି ନୟାଗଡ଼ ସହର ପରିକ୍ରମା କରିଥିଲା। ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସହୀଦଙ୍କ ଉଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।

ହାତରେ କ୍ୟାଣ୍ଡେଲ ଓ ଜାତୀୟ ପତାକା ଧରି ଭାରତ ମାତାକି ଜୟ ନାରାରେ ନୟାଗଡ଼ ସହର ପ୍ରକମ୍ପିତ ହୋଇଥିଲା। ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମ୍ମାଦର ଓ ନୟାଗଡ଼ ମୁନିସିପାଲିଟିର ପୌରାଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ। ଅତିଥିମାନେ ଆଜିର ଦିବସର ଗୁରୁତ୍ୱ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ବର୍ଷା ପ୍ରିୟଦର୍ଶିନୀ, ଶୁଭସ୍ମିତା ମିଶ୍ର, ପରମେଶ୍ୱର ସାହୁ, ଉମାକାନ୍ତ ମହାପାତ୍ର, ଆଦିତ୍ୟ ପାଳ, ଦେବାଶିଷ ରାଉତ, ସୋମ୍ୟା ସ୍ୱୟଂପ୍ରଭା, ସୌମ୍ୟରଞ୍ଜନ ମହାନ୍ତି ଓ ଦେବଦୂତ ସେବା ପରିଷଦର କର୍ମକର୍ତା ମାନେ ପରିଚାଳନା କରିଥିଲେ।

Related posts