କ୍ୟାବିନେଟ ମନ୍ତ୍ରୀ କିରଣ ରିଜିଜୁ ଏବଂ ହରଦୀପ ପୂରି ଓ ସାଂସଦ ନିଶିକାନ୍ତ ଦୁବେଙ୍କୁ ଗିରଫ ଦାବିରେ ନୟାଗଡ଼ ଥାନାରେ ଇତାଲା ଦାଏର କଲା ଜିଲ୍ଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଲୋକସଭା ବିରୋଧି ଦଳ ନେତା ରାହୁଲ ଗାନ୍ଧିଙ୍କ ପ୍ରତି ବ୍ୟକ୍ତିଗତ ଅପଶବ୍ଦ ପ୍ରୟୋଗ ବିଜେପିର ଅଭ୍ୟାସରେ ପରିଣତ ହୋଇଛି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳର ଦୁଇ ସହଯୋଗୀ କ୍ୟାବିନେଟ ମନ୍ତ୍ରୀ କିରଣ ରିଜିଜୁ ଏବଂ ହରଦୀପ ପୂରି ଓ ସାଂସଦ ନିଶିକାନ୍ତ ଦୁବେ ପ୍ରମୁଖଙ୍କୁ ଗିରଫ ଦାବିରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ ଟାଉନ ଥାନାରେ ଇତାଲା ଦାଏର। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧି ଦେଶର ଗୌରବ ବୃଦ୍ଧି ପାଇଁ ସଦାସର୍ବଦା ଚେଷ୍ଟିତ ଥିବାବେଳେ ଅସହିଷ୍ଣୁ ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଉଛି। ଭାରତୀୟ ସଂସଦୀୟ ଶାସନ ବ୍ୟବସ୍ଥାର ସମସ୍ତ ବିଧିବ୍ୟବସ୍ଥା ଓ ଶାଳୀନତାର ସ୍ପଷ୍ଟ ଉଲ୍ଲଂଘନ କରି ଖୋଦ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ…

Read More

ଛୁଆଁଅଛୁଆଁ ଭେଦଭାବ ଯୋଗୁଁ ପଞ୍ଚମ ଶ୍ରେଣୀର ଦଳିତ ଛାତ୍ର ଭୋଳାନାଥ ମୃତ୍ୟୁ ପାଇଁ କୋଟିଏ ଟଙ୍କା କ୍ଷତିପୂରଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ

ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ବେଲପଡାପାଟଣା ନୋଡାଲ ୟୁପି ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର  ଭୋଳାନାଥ ମଲ୍ଲିକକୁ ଛୁଆଁଅଛୁଆଁ ଭେଦଭାବ ଆଧାରରେ ସ୍କୁଲ ପାଇଖାନା ବ୍ୟବହାର ପାଇଁ ଅନୁମତି ନଦେବା ଯୋଗୁଁ ସମ୍ପୃକ୍ତ ଛାତ୍ର ସ୍କୁଲ ପରିସର ବାହାରକୁ ଝାଡା ଫେରିବା ପାଇଁ ଯାଇ ଏକ ଚୁଆରେ ବୁଡି ମରିଯିବା ଘଟଣା ସମଗ୍ର ଗଣିଆ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିଶ୍ୱସନିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ କୁମାର ମଲ୍ଲିକ ଆଜି ନୟାଗଡ଼ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଘଟଣାକୁ ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଗଣିଆ ପୋଲିସ ମୃତକ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି। ଦାୟିତ୍ୱରେ ଗୁରୁତର ଅବହେଳା କରିଥିବା…

Read More