ନୟାଗଡ଼, (ନୟାଗଡ଼ ଦର୍ପଣ): ଲୋକସଭା ବିରୋଧି ଦଳ ନେତା ରାହୁଲ ଗାନ୍ଧିଙ୍କ ପ୍ରତି ବ୍ୟକ୍ତିଗତ ଅପଶବ୍ଦ ପ୍ରୟୋଗ ବିଜେପିର ଅଭ୍ୟାସରେ ପରିଣତ ହୋଇଛି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳର ଦୁଇ ସହଯୋଗୀ କ୍ୟାବିନେଟ ମନ୍ତ୍ରୀ କିରଣ ରିଜିଜୁ ଏବଂ ହରଦୀପ ପୂରି ଓ ସାଂସଦ ନିଶିକାନ୍ତ ଦୁବେ ପ୍ରମୁଖଙ୍କୁ ଗିରଫ ଦାବିରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ ଟାଉନ ଥାନାରେ ଇତାଲା ଦାଏର।
ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧି ଦେଶର ଗୌରବ ବୃଦ୍ଧି ପାଇଁ ସଦାସର୍ବଦା ଚେଷ୍ଟିତ ଥିବାବେଳେ ଅସହିଷ୍ଣୁ ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଉଛି। ଭାରତୀୟ ସଂସଦୀୟ ଶାସନ ବ୍ୟବସ୍ଥାର ସମସ୍ତ ବିଧିବ୍ୟବସ୍ଥା ଓ ଶାଳୀନତାର ସ୍ପଷ୍ଟ ଉଲ୍ଲଂଘନ କରି ଖୋଦ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରୀ ରାହୁଲ ଗାନ୍ଧିଙ୍କୁ ‘ଦେଶର ସୁରକ୍ଷା ପ୍ରତି ବିପଦ’ ବୋଲି ଆଖ୍ୟାଦେବା ଅତ୍ୟନ୍ତ ନିନ୍ଦନୀୟ।

ବିବାଦୀୟ ଏପ୍ଷ୍ଟିନ୍ ଫାଇଲ୍ସରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୂରିଙ୍କ ନାମ ଉଲ୍ଲେଖ ହେବା ପ୍ରଘଟ ହେବା ପର ମୂହୁର୍ତ୍ତରେ ହିଁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦେବା କଥା। ଏପରିକି ସେ ବିବାଦୀୟ ଏପଷ୍ଟିନଙ୍କୁ ଏକାଧିକ ଥର ସାକ୍ଷାତ କରିଥିବା ସ୍ବୀକାର କରିବା ପରେ ମଧ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ତାଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାପାଇଁ ମଧ୍ୟ କୁହାଯାଇନାହିଁ। ‘ଏପଷ୍ଟିନ’ ପରି ଅତ୍ୟନ୍ତ ଘୃଣ୍ୟ ପ୍ରକରଣରେ ଶ୍ରୀ ପୂରିଙ୍କ ସଂପୃକ୍ତି ପାଇଁ ତାଙ୍କୁ ମନ୍ତ୍ରୀ ପରିଷଦରୁ ତୁରନ୍ତ ବରଖାସ୍ତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି l ଜାତୀୟକଂଗ୍ରେସ ‘ଏପଷ୍ଟାଇନ’ ଶବ୍ଦ ଉଚ୍ଚାରଣ କରିବାରୁ ‘ଚୋର ମୁହଁ ଟାଣ’ ନୀତିରେ ଧ୍ୟାନ ହଟେଇବା ପାଇଁ ଓଲଟା ଶ୍ରୀ ଗାନ୍ଧିଙ୍କ ବିରୋଧରେ କୁତ୍ସାରଟନାରେ ବିଜେପି ମନ୍ତ୍ରୀ ଓ ସାଂସଦ ଲାଗିପଡ଼ିଛନ୍ତି।
ଗଣତନ୍ତ୍ରରେ ବିପକ୍ଷ ଦଳର ସ୍ବରକୁ ଚାପିଦେବାକୁ ଉପରୋକ୍ତ ଉଦ୍ୟମ ଦୃଷ୍ଟିରୁ ଦଳ ପକ୍ଷରୁ
-ଏପଷ୍ଟିନ ପ୍ରକରଣରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମନ୍ତ୍ରୀ ପୂରି ଇସ୍ତଫା ଦିଅନ୍ତୁ, ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଉ।
-ମନ୍ତ୍ରୀ ପୂରିଙ୍କୁ ତୁରନ୍ତ ଗିରଫ କରାଯାଉ।
-ଅପଶବ୍ଦ ପ୍ରୟୋଗ ପାଇଁ ମନ୍ତ୍ରୀ ରିଜିଜୁ ଓ ସାଂସଦ ଦୁବେଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦବୀରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଟାଉନ ଥାନା ଆଇଆଇସିଙ୍କୁ ଲିଖିତ ଏତଲା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ, ବିନିଦିନୀ ମହାନ୍ତି, ଅମଜାଦ ଖାନ, ବିଭୁ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ବ୍ରଜକିଶୋର ଲେଙ୍କା, ପୀତବାସ ଖୁଣ୍ଟିଆ, କୂଳେଶ ଚନ୍ଦ୍ର ମହାନ୍ତି, ସତ୍ୟନାରାୟଣ ସୁରଜଗଦେବ, ଜିଲ୍ଲା ମନରେଗା ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସାନ୍ତ, ପ୍ରଦେଶ ଯୁବକଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଖଣ୍ଡପଡା ନଗର କଂଗ୍ରେସ ସଭାପତି ସନ୍ତୋଷ ସାହୁ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।
