‘ସାମ୍ବାଦିକ ଗୌରବ’ ସମ୍ମାନରେ ସମ୍ମାନୀତ ହେଲେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଆଜି ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ”ସାମ୍ବାଦିକ ଗୌରବ” ସମ୍ମାନ ମିଳିଛି। ଆଜି କଟକର ସାରସ୍ବତପୀଠ ଶ୍ରୀରାମ ଚନ୍ଦ୍ର ଭବନରେ “ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ” ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା “ସମାଜ”ର ପୂର୍ଵତନ ସମ୍ପାଦକ ଡ଼କ୍ଟର ସତ୍ୟ ରାୟ ପୌରାହିତ୍ୟ କରିଥିଲେ। ଏହି ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ସାମ୍ବାଦିକ ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ମୁରଲୀଧର ସାମଲ, ଯୁଗ୍ମ-ସମ୍ପାଦକ ଅରବିନ୍ଦ ରାଉତରାୟ ଏବଂ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସାମ୍ବାଦିକତା କ୍ଷେତ୍ରରେ ରହିଥିବା ଦକ୍ଷତା, ନିର୍ଭିକତା, ସଚୋଟତା ଓ ସମ୍ବେଦନଶୀଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।…

Read More

ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା, କୋଣାର୍କ–ପୁରୀ ଦର୍ଶନରେ ଆନନ୍ଦ ଓ ଆତ୍ମିକ ସନ୍ତୋଷ ଲାଭ କଲେ ୨୨ ଜଣ ବୃଦ୍ଧ-ବୃଦ୍ଧା

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଝାଡପଡ଼ା ସ୍ଥିତ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ ସଭାପତି ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ଆୟୋଜନରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ୨୨ ଜଣ ବୃଦ୍ଧ-ବୃଦ୍ଧା ଏକ ସଫଳ ଓ ସ୍ମରଣୀୟ ତୀର୍ଥ ଯାତ୍ରାରେ ସାମିଲ ହୋଇଥିଲେ। ଏହି ତୀର୍ଥ ଯାତ୍ରାରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ, ଟାଙ୍ଗୀର ବରିଷ୍ଠ ସଦସ୍ୟ ଘନଶ୍ୟାମ ମହାନ୍ତି ମହୋଦୟଙ୍କ ସହଯୋଗ ଓ ନେତୃତ୍ୱ ଥିଲା। ତୀର୍ଥ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସମସ୍ତ ବୃଦ୍ଧ-ବୃଦ୍ଧା ଓଡ଼ିଶାର ବିଶ୍ୱପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର  ଦର୍ଶନ କରି ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ କଳା ଓ ସାଂସ୍କୃତିକ ମହତ୍ତ୍ୱକୁ ନିକଟରୁ ଅନୁଭବ କରିଥିଲେ। ପରେ ସେମାନେ ଶ୍ରୀକ୍ଷେତ୍ର ପୁରୀ ଗମନ କରି ଶ୍ରୀମନ୍ଦିର ପରିକ୍ରମା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ…

Read More

ନୟାଗଡ଼ ଜିଲ୍ଲାରେ ଫେବୃଆରୀ ୧୨ତାରିଖ ବନ୍ଦର ରୂପ ନେବ ସାଧାରଣ ଧର୍ମଘଟ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାର ଯେଭଳି ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରଚଳନ କରି ଶ୍ରମିକ ଶ୍ରେଣୀର ଅର୍ଜିତ ଅଧିକାରକୁ ଅପହରଣ କରିଛନ୍ତି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୂର୍ଣ୍ଣଛେଦ ପକାଇ ଶ୍ରମିକ ଶ୍ରେଣୀର ତଣ୍ଟିରେ କ୍ଷୁର ଚଳାଇଛନ୍ତି। ସ୍ଥାୟୀ ନିଯୁକ୍ତି ବଦଳରେ ଠିକାନିଯୁକ୍ତିକୁ ପ୍ରୋତ୍ସାହନ ଦେଇ ସର୍ବନିମ୍ନ ମଜୁରୀ ଆଇନକୁ ଉଲଂଘନ କରୁଛନ୍ତି। ସ୍କିମ ଶ୍ରମିକ ଆଶା, ପାଚିକା, ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସାମାନ୍ୟ ପାରିତୋଷିକ ଦେଇ ଠକି ଚାଲିଛନ୍ତି। କୃଷକମାନଙ୍କ ଫସଲ ଅଭାବୀ ବିକ୍ରିକୁ ପ୍ରୋତ୍ସାହିତ କରୁଛନ୍ତି। ବିଦ୍ୟୁତର ଘରୋଇକରଣ କରି ଉପଭୋକ୍ତା ମାନଙ୍କୁ ଶୋଷଣ କରୁଛନ୍ତି। ଏହାର ପ୍ରତିବାଦରେ ହେବାକୁ ଥିବା ଫେବୃଆରୀ ୧୨ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ତା୦୧.୦୨.୨୦୨୬ ଦିନ ନୟାଗଡ଼ ଆର୍ ସି ଏମ୍ ଏସ୍ ସଭାକକ୍ଷରେ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗଣ…

Read More