ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଶରଣକୁଳ ଲଡୁବାବା ଶୈବପୀଠରେ ଶିବରାତ୍ରି ଉପଲକ୍ଷେ ଜୁନିଅର୍ ରେଡକ୍ରସ୍ ତରଫରୁ ପ୍ରାଥମିକ ଉପଚାର ସେବା ଏବଂ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନାରାୟଣ ହାଇସ୍କୁଲ ଶରଣକୁଳ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇଥିଲା। ନାରାୟଣ ହାଇସ୍କୁଲର କାଉନସେଲର୍ ଦାମୋଦର ସାହୁ ଏବଂ ସମସ୍ତ ଜୁନିଅର୍ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ଦାୟିତ୍ଵ ନିର୍ବାହ କରିଥିଲେ। ଡି.ପି.ଇ.ଓ. ଅନିଲ କୁମାର ଦାଶ, ଜେ.ଆର.ସି.ଓ ଘନଶ୍ୟାମ ରାଉତ ଏବଂ ପ୍ରଦ୍ୟୁମ୍ନ ନନ୍ଦ, ମାନସ ସାହୁ ଏବଂ ଅନ୍ୟାନ୍ୟ କାଉନସେଲରମାନଙ୍କ ସମୂର୍ଣ୍ଣ ସହଯୋଗରେ ଏହି ପ୍ରାଥମିକ ଉପଚାର ଏବଂ ଦହିପଣlବଣ୍ଟନ କାର୍ଯକ୍ରମ ସୁପରିଚଳିତ ହୋଇଥିଲା। ଏଥିରେ ଦେବରାଜ ସ୍ୱାଇଁ, ପରମାନନ୍ଦ ଦଳାଇ, ଗୋସ୍ୱାମୀ ଦାସ, ନିରଞ୍ଜନ ପ୍ରଧାନ, ରଞ୍ଜନ ନାୟକ ଏବଂ ଭଗବାନ ସାହୁ ଆଦି ଜୁନିଅର୍ ରେଡକ୍ରସ ସଦସ୍ୟମାନେ…
Read MoreMonth: February 2026
ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜେଜେ ବାପା ଜେଜେ ମା’ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପରିସରରେ ଜେଜେବାପା ଜେଜେମା’ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓଡ଼ିଶା ପୂର୍ବପ୍ରାନ୍ତ କୁଟୁମ୍ବ ପ୍ରବୋଧନ ସଂଯୋଜକ ବୈକୁଣ୍ଠ ନାଥ ସାହୁ ଦୀପ ପ୍ରଜ୍ଜ୍ୱଳନ କରି ମା ଶାରଦାଙ୍କ ନିକଟରେ ବିଶ୍ୱ କଲ୍ୟାଣ ଭିକ୍ଷା କରିଥିଲେ। ପ୍ରଧାନାଚାର୍ଯ୍ୟ ପରିଚୟ ପ୍ରଦାନ ଓ ସମ୍ମିଳନୀ ଆୟୋଜନର ଆଭିମୁଖ୍ୟ କଥା କହିଥିଲେ। ମୁଖ୍ୟବକ୍ତା ମହୋଦୟ ଜୀବନରେ ପରିବାର, ବିଦ୍ୟାଳୟ, ସମାଜର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। ପରିବାର ଆନନ୍ଦମୟ ହେଲେ ସୁନ୍ଦର ବିଶ୍ୱ ସୃଷ୍ଟି ହେବ। ବାପା ମାଆ ମୂଳଦୁଆ ପକେଇଥାଆନ୍ତି ଓ ଜେଜେବାପା ଜେଜେମା ସେଠାରେ ମୁଖ୍ୟ ଭୂମିକା ନିଭାଇଥାଆନ୍ତି। ଶିଶୁ ହିଁ ଈଶ୍ୱରଙ୍କ ପ୍ରତିରୂପ। ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଯୌଥପରିବାର ବେଶ୍ ସହାୟକ। ପଞ୍ଚପରିବର୍ତ୍ତନ ଯଥା: ଭାଷା, ଭୂଷା, ଭବନ, ଭୋଜନ, ଭଜନ ବିଷୟରେ…
Read Moreମୁଣ୍ଡ ପୋତା ମାଟିଆ କେଳା “ମାଙ୍କୁ” ସମ୍ପ୍ରଦାୟର ଲୋକ ଭିକ୍ଷା ବୃତ୍ତି ବଦଳରେ କଲେ ଝାଡୁ ପ୍ରସ୍ତୁତି
ଓଡଗାଁ, (ନୟାଗଡ଼ ଦର୍ପଣ): ” ଏ ବାବୁ ତୁ ସିନା ଝାଡୁ ତିଆରି ପାଇଁ ସୂତା ଦେଇଦେଲୁ ଆମେ ତିଆରି କରି କରିବୁ କଣ ? ଆମେ ଯାଇ ପାରିବୁନି କୁଆଡେ ଦେବାକୁ ? ଆମଠୁ ନବ କିଏ ? ” ଏପରି କୋହ ଭରା କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପନ୍ତିଖାରୀଶାସନ ନିବାସୀ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ। ଯେଉଁ ମୁଣ୍ଡ ପୋତା ମାଟିଆ କେଳା କେବେ ବି ଝାଡୁ ବୁଣିବା ଶିଖି ନଥିଲେ ସେମାନଙ୍କୁ ଭିକ୍ଷା ବୃତ୍ତି ଠାରୁ ନିବାରଣ କରି ସ୍ୱଳ୍ପ ଖର୍ଚ୍ଚରେ ଝାଡୁ ତିଆରି କରି ବିକ୍ରି କରେଇ ଦେବାର ଗୋଟିଏ ମାତ୍ର ପନ୍ଥା ବୋଲି ଶିଖାଇଥିଲେ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଶ୍ରୀ ସାହୁ। ଖାଲି ସେତିକି ନୁହେଁ ଝାଡ଼ୁରେ ବନ୍ଧା ଯାଉଥିବା ସୁତୁଲି କୁ…
Read Moreସ୍ଵାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସ ଆଉ ନାହାନ୍ତି
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁର ଜଣାଶୁଣା ସ୍ଵାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କର ୧୦୧ବର୍ଷ ବୟସରେ ତାଙ୍କର ବାସଭବନରେ ତା୧୪, ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି। ୧୯୪୨ମସିହା ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ସ୍ଵର୍ଗତ ଦାସ ପ୍ରଜାମଣ୍ଡଳ ଆନ୍ଦୋଳନରେ ବାନରସେନା ଦଳରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସ୍ଵାଧୀନୋତ୍ତର କାଳରେ ସେ ଜଣେ ସ୍ଵାଧିନଚେତା ନାଗରିକ ଭାବରେ ଅନ୍ୟାୟ ଦୁର୍ନୀତି ବିରୋଧରେ ନିର୍ଭୀକ ମତପୋଷଣ କରିବାରେ ବେଶ୍ ଜନାଦୃତ ଥିଲେ। ଓଡ଼ଗାଁ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ତାଙ୍କର ସକ୍ରିୟ ଯୋଗଦାନ ରହିଥିଲା । ତାଙ୍କର ମୃତ୍ୟୁ ସମୟରେ ତାଙ୍କର ପୁତ୍ର ଡଃ ବେଣୁଧର ଦାସଙ୍କ ସହିତ ଅନ୍ୟାନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ। ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
Read Moreନୟାଗଡ଼ରେ ଭାରତବନ୍ଦ
ନୟାଗଡ଼, (ନୟାଗଡ଼ ଦର୍ପଣ ): ଶ୍ରମକୋଡ ଉଚ୍ଛେଦ କରି ପୂର୍ବ ଶ୍ରମ ଆଇନକୁ ଲାଗୁକରିବା, ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା ଧାର୍ଯ୍ୟ କରିବା, ସ୍କିମ ଶ୍ରମିକଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଜନବିରୋଧୀ ବିଦ୍ୟୁତ ବିଲ୍ ଓ ବିହନ ବିଲ୍ ରଦ୍ଦ କରିବା, ଚାଷୀଫସଲର ଲାଭଜନକ ଦର, ରାଷ୍ଟ୍ରାୟତ ଉଦ୍ୟୋଗର ସୁରକ୍ଷା ଇତ୍ୟାଦି ଦାବି ଉପରେ କେନ୍ଦ୍ରୀୟ ଟ୍ରେଡୟୁନିଅନ ସମୁହ, ସ୍ବାଧୀନ ଫେଡେରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଙ୍କ ଦ୍ଵାରା ଆହୂତ ସର୍ବଭାରତୀୟ ସାଧାରଣ ଧର୍ମଘଟ ନୟାଗଡ଼ରେ ସଫଳତାର ସହ ପାଳିତ ହୋଇଯାଇଛି। ସିଆଇଟିୟୁ, ଏଆଇଟିୟୁସି, ଆଇଏନଟିୟୁସି, ସିସିଟିୟୁ, ଶ୍ରମିକ ୟୁନିଅନର ମିଳିତ ମଞ୍ଚ, କୃଷକ ସଭାର ଶହଶହ ସତ୍ୟାଗ୍ରହୀ ନୟାଗଡ଼ ମୁଖ୍ୟ ଛକରେ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଭିନ୍ନ ଅଫିସ୍, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି…
Read Moreନୟାଗଡ଼ ଟାଉନ ରେଳ ଷ୍ଟେସନ, ସୋକପିଟ ଭାଙ୍ଗି ମଇଳା ପାଣି ରାସ୍ତାରେ, ପରିବେଶ ଦୁର୍ଗନ୍ଧମୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ନୟାଗଡ଼ ଟାଉନ ରେଳ ଷ୍ଟେସନ। କେତେବେଳେ ଷ୍ଟ୍ରିଟ ଆଲୁଅ ଜଳୁନି ତ କେତେବେଳେ ଅଳିଆ ଆବର୍ଜନା ପଡ଼ି ପରିବେଶ ପ୍ରଦୂଷିତ ହେଉଛି। ବର୍ତ୍ତମାନ ରେଳ ଷ୍ଟେସନରେ ଥିବା ବିଭିନ୍ନ ପାଇଖାନା ଟାଙ୍କି ଗୁଡ଼ିକର ସୋକପିଟ ଗୁଡ଼ିକ ଫାଟି ସେଥିରୁ ବାହାରୁ ଥିବା ମଇଳା ପାଣି ଚାରିଆଡେ ମାଡ଼ୁଥିବା ଯୋଗୁଁ ଏହାର ଦୁର୍ଗନ୍ଧରେ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଛି। ବିଶେଷ କରି ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ତଥା ବାଇକ ଷ୍ଟାଣ୍ଡ ନିକଟରେ ଏହି ମଇଳା ପାଣି ଜମା ହୋଇ ରହିବା ଫଳରେ ଏହି ପାର୍ଶ୍ଵ ଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ଅଶ୍ୱସ୍ତିକର ପରିବେଶର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ମଇଳା ପାଣିର ଦୁର୍ଗନ୍ଧ ଯୋଗୁଁ ସମଗ୍ର ଷ୍ଟେସନ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହିତ ବାୟୁ ମଣ୍ଡଳ…
Read Moreଆତ୍ମସୁରକ୍ଷା ଶିବିର ଉଦଯାପନୀ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରାୟୋଜିତ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ନିମନ୍ତେ ଛଅ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ଶିବିର ଉଦଯାପନୀ ଉତ୍ସବ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଜ୍ୟୋତି ରଞ୍ଜନ ସାମନ୍ତରାୟ ଯୋଗ ଦେଇ ଛାତ୍ରୀମାନଙ୍କୁ ଦୃଢ଼ମନା ହେବା ସଙ୍ଗେ ସଙ୍ଗେ ଆପଦକାଳୀନ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳ ବିଷୟରେ ଜ୍ଞାନ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ରୀନାବାଳା ଘଡ଼େଇ ବିବରଣୀ ପାଠ କରିଥିଲେ। ପ୍ରଶିକ୍ଷଣରେ ଭାଗନେଇଥିବା ଛାତ୍ରୀଙ୍କ ମଧ୍ୟରୁ ଦୁଇଜଣ ତୁଳସୀ ବିଶ୍ବାଳ ଓ ଶୁଭଶ୍ରୀ ମହାନ୍ତି ନିଜର ପ୍ରଶିକ୍ଷଣ ସମୟର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପୂର୍ବବର୍ଷରେ ପ୍ରଶିକ୍ଷଣ ନେଇଥିବା…
Read Moreରାଜ୍ୟରେ ଅସୁରକ୍ଷିତ ନାରୀ, ଚାଷୀକୂଳକୁ ବରବାଦ କରିଦେଲାଣି ବେଜେପି ସରକାର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନେତା ବେଣୁଧର ପ୍ରଧାନ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ପ୍ରମୂଖ ସାମିଲ ହୋଇଥିଲେ । ନୟାଗଡ଼ ଖେଳପଡ଼ିଆଠାରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ…
Read Moreଚର୍ଚ୍ଚାରେ ନୟାଗଡ଼ ସଦର ଥାନାର ଲେଡି ପୋଲିସ ଅଫିସର ପ୍ରିୟତମା ପ୍ରଧାନ
କ୍ଲବକୁ ଗୋଦାମ କରିଥିଲା କମଳ ସାହୁ, ୩ ଶହ ବସ୍ତା ଗୁଟଖା ଜବତ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ସଦରଥାନା ପୁଲିସକୁ ଆଜି ପୁଣି ଏକ ବଡ଼ ସଫଳତା ମିଳିଛି । ଜେଲରେ ରହିଥିବା ଅଭିଯୁକ୍ତ କମଳ ସାହୁର ଏକ ଗୋଦାମ ଉପରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ କରିଛି । ଖୁଣ୍ଟୁବନ୍ଧ ମଙ୍ଗଳା ମନ୍ଦିର ପାଖରେ ରହିଥିବା ସ୍ୱପ୍ନେଶ୍ୱର କ୍ଲବ ଘର ଭିତରେ ଏହି ଗୁଟଖା ମହଜୁଦ ରହିଥିବା ନେଇ ପୁଲିସ ଖବର ପାଇଥିଲା । ସଦରଥାନା ଅଧିକାରୀ ପ୍ରିୟତମା ବେହେରା ସଦଳବଳେ ଚଢ଼ାଉ କରିଥିଲେ । ଉକ୍ତ କ୍ଲବ ଘରେ ଦୁଇଟି ତାଲା ପଡ଼ିଥିଲା । ଝରକା ଫାଙ୍କାରେ ଗୁଟଖା ରହିଥିବା ସ୍ପଷ୍ଟ ହେବା ପରେ ପୁଲିସ ମାଜିଷ୍ଟେଡ୍ଙ୍କୁ…
Read Moreମଞ୍ଚସ୍ଥ ହେଲା ସଂସ୍କାରଧର୍ମୀ ନାଟକ “ନିଜ ନିଜର ଆକାଶ”
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ତୃତୀୟ ନାଟକ ଉତ୍ସବରେ ମଞ୍ଚସ୍ଥ ହୋଇ ଯାଇଛି କୈଳାସ ଓଝାଙ୍କ ସଂସ୍କାରଧର୍ମୀ ନାଟକ ‘ନିଜ ନିଜର ଆକାଶ’। ନାଟକର କାହାଣୀରେ ନିଜର ଏକମାତ୍ର ପୁଅ ସୋମେଶର ଭବିଷ୍ୟତ ଗଢ଼ିବା ପାଇଁ ଧାର କରଜ କରି ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ବାସୁଦେବ ଅବସର ଗ୍ରହଣ ପରେ ଆର୍ଥିକ ଅନାଟନର ସମ୍ମୁଖୀନ ହେଉଥିଲା ବେଳେ ବିଦେଶରେ ରହୁଥିବା ସୋମେଶ କିଭଳି ଭାବରେ ବାପା ମାଆଙ୍କୁ ଭୁଲି ଯାଇଥିଲା ତାହାକୁ ନାଟକରେ ପ୍ରଦର୍ଶିତ କରାଯାଇଥିଲା। ଏଭଳି ଏକ ବଳିଷ୍ଠ କାହାଣୀ ଏବଂ କଳାକାର ମାନଙ୍କ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକ ମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାବାବେଗରେ ବାନ୍ଧି ରଖିଥିଲା। ନାଟ୍ୟକାର କୈଳାସ ଚନ୍ଦ୍ର ଓଝାଙ୍କ ରଚିତ, ପ୍ରଶାନ୍ତ କୁମାର…
Read More