ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୁମଧାମରେ ପାଳନ ହେଲା ବାର୍ଷିକ ଉତ୍ସବ

ଗିରିଧରପୁର ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଶିକ୍ଷା–ସଂସ୍କୃତି–ପ୍ରତିଭାର ଝଲକ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ କୁଳାସର କ୍ଲଷ୍ଟରର ଗିରିଧରପୁର ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂଯୁକ୍ତ ବାର୍ଷିକ ଉତ୍ସବ ଶନିବାର ଦିନ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ  ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ନିଖିଳ ଉତ୍କଳ ପ୍ରାଥମିକ ମହାସଂଘର ମହାସଚିବ  ଜ୍ୟୋତି ରଞ୍ଜନ ଦାଶ ଶିକ୍ଷକମାନଙ୍କ ଭୂମିକା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଗଡ଼ବାଣିକିଲୋ ଗ୍ରାମପଞ୍ଚାୟତର ସରପଞ୍ଚ  ବ୍ରଜମୋହନ ରାଉତରାୟ, ସ୍ୱତନ୍ତ୍ର ଅତିଥି ଭାବେ ସହକାରୀ…

Read More

ନୟାଗଡ଼ କପ୍ ସେମି ଫାଇନାଲ: ଫାଇନାଲକୁ ଗଲା ମଙ୍ଗଳା କ୍ଳବ୍ କଟକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ୨ୟ ତଥା ଅନ୍ତିମ ସେମିଫାଇନାଲ ମ୍ୟାଚ। ଏଥିରେ ପରସ୍ପରକୁ ଭେଟିଥିଲେ ଓଡ଼ିଶା ପୋଲିସ କଟକ ଏବଂ ମଙ୍ଗଳା କ୍ଳବ୍ କଟକ ଦଳ। ଆଜିର ସେମିଫାଇନାଲ ମ୍ୟାଚ ଫାଇନାଲ ମ୍ୟାଚ ଭଳି ସଂଘର୍ଷ ପୂର୍ଣ୍ଣ ହୋଇଥିଲା। ଆଜି ମଧ୍ୟ ବିଧାୟକ ଡ. ଅରୁଣ କୁମାର ସାହୁ ମଞ୍ଚ ଉପରେ ଉପସ୍ଥିତ ଏହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏଠାରେ ଜିଲ୍ଲା ପରିଷଦ ସଭ୍ୟା ବିରଜଲକ୍ଷ୍ମୀ ସାହୁ, ଗୋଦାବରୀ ସାହୁ ଅଧକ୍ଷ ସିଭିଲ ସୋସାଇଟି, ଏସ କେ ଅତାହତ୍ ଏମ ଡି ଓରିପ୍ଲାଷ୍ଟ, ତାପସ ରଂଜନ ପାଢ଼ୀ, ଜିଲ୍ଲା ଆମ୍ବେଦକର ମହାସଂଘ ସଭାପତି ସୁଧୀର ମୁଖୀ, ଅଳକା ଡ୍ରେସ୍ ସୋରୁମର ମାଲିକ ରାଧେଶ୍ୟାମ ମହୋତା, ହାନାନ ଖାଁ ସିନ୍ଦୁରିଆ ଗ୍ରାମ କମିଟି…

Read More

ଦୀର୍ଘସମୟ ପରେ ହଟିଲା ରାସ୍ତା ଅବରୋଧ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦୀର୍ଘ ସମୟ ପରେ ହଟିଲା ଜାତୀୟ ରାଜପଥ ଅବରୋଧ। ଜିଲ୍ଲାପାଳ ନ ଆସିଲେ ଉଠିବୁ ନାହିଁ ବୋଲି ଅଡ଼ିବସିଥିଲେ ଲୋକେ। ସୂଚନାଥାଉକି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଗ୍ରାମ ପଂଚାୟତର ରଥିପୁର, ଗୋପାଳପୁର, ଟାକରା ମୌଜାର ଜନସାଧାରଣ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଉପରେ ସ୍ଥାନୀୟ ଗୋପାଳପୁର ମୌଜା ଠାରେ ଏକ ଗଳାରାସ୍ତା ନିର୍ମାଣ କରିବା ପାଇଁ ଦୀର୍ଘ ୧ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଦାବୀ କରି ଆସୁଥିଲେ ସୁଦ୍ଧା କେହି ଶୁଣୁନଥିବା ଅଭିଯୋଗ କରି ଆଜି ଦୀର୍ଘ ସମୟ ଜାତୀୟ ରାଜପଥ ଅବରୋଧ କରି ବସିଥିଲେ । କାରଣ ରେଳଧାରଣାର ଅପରପାର୍ଶ୍ଵରେ ବୃତଙ୍ଗ ନଦୀ, ୩ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଉଥିବା ପମ୍ପ ହାଉସ, ଗ୍ରାମ ଶ୍ମଶାନ, ଗାଈଗୋରୁ ଚରୁଥିବା ସ୍ଥାନ ରହିଥିଲା। ରେଳଧାରଣା ନିର୍ମାଣ ହେବା…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ପାଳିତ ହେଲା “ଜାତୀୟ ଶିଶୁକନ୍ୟା ଦିବସ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ପାଳିତ ହୋଇଛି “ଜାତୀୟ ଶିଶୁକନ୍ୟା ଦିବସ “। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରାଙ୍କ ନିର୍ଦେଶ କ୍ରମେ ଅଷ୍ଟମ ରୁ ଦଶମ ସମସ୍ତ ଛାତ୍ରୀଙ୍କ ସହିତ ନବମ ଦଶମ ଛାତ୍ରଙ୍କୁ ଦେଇ ବିଦ୍ୟାଳୟରେ ପାଳିତ ହୋଇଥିଲା ଏ ଦିବସ। ବର୍ତ୍ତମାନ ସମୟରେ ବାଲ୍ୟବିବାହକୁ ରୋକିବା ବାଳିକା ଶିକ୍ଷା ପାଇଁ ଅଧିକରୁ ଅଧିକ ସଚେତନତା କରାଇବା ତଥା ଏହି ବୟସରେ ଅଧିକ ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ସ୍ୱାସ୍ଥ୍ୟ ରକ୍ଷା, ପ୍ରତ୍ୟେକ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟମାନଙ୍କରେ ବର୍ଷକୁ ୩ଥର ଦିଆଯାଉଥିବା ଆତ୍ମରକ୍ଷା କୌଶଳକୁ ସଠିକ ସମୟରେ ବ୍ୟବହାର କରିବା, ନିଜ ସାହି/ଗାଁର ଅଧାରୁ ପାଠ ଛାଡୁଥିବା ୧୮ବର୍ଷରୁ କମ ବୟସର ବାଳିକା ସହିତ ବାଳକ ମାନଙ୍କୁ  ମାଗଣାରେ ରାଜ୍ୟ…

Read More