ଶରଣକୁଳ ହାଇସ୍କୁଲର ୧୯୭୮ ବ୍ୟାଚର ବନ୍ଧୁ ମିଳନ

ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳସ୍ଥିତ ବହୁ ପୁରାତନ ଶିକ୍ଷାନୁଷ୍ଠାନ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୮ ମସିହା ମାଟ୍ରିକ ବ୍ୟାଚର ସହପାଠୀମାନଙ୍କୁ ନେଇ ଶରଣକୁଳର ଆରାଧ୍ୟ ଦେବୀ ମା ଝାଡେଶ୍ୱରୀଙ୍କ ପୀଠରେ ୭ମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହପାଠୀ ଗ୍ରୁପର ସଭାପତି ବଂଶୀଧର ଡାକୁଆ ସଭାପତିତ୍ବ କରିଥିଲେ । ପ୍ରଥମେ ଦିବଙ୍ଗତ ସହପାଠୀ ମାନଙ୍କ ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ୫୦ରୁ ଉର୍ଦ୍ଧ୍ବ ବାଲ୍ୟବନ୍ଧୁ ଯୋଗଦେଇ ସ୍କୁଲ ଜୀବନର ସ୍ମୃତି ରୋମନ୍ଥନ କରିବା ସହିତ  ପ୍ରାକୃତିକ ପରିବେଶ ମଧ୍ୟରେ ଭୋଜିଭାତ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । ସର୍ବସମ୍ମତି କ୍ରମେ ଆଗାମୀ ୫ବର୍ଷ ପାଇଁ ସୁଶାନ୍ତ କୁମାର ପଣ୍ଡା -ସଭାପତି  ଓ ପ୍ରମୋଦ କୁମାର ସାହୁ – ସମ୍ପାଦକ ରୂପେ ମନୋନୀତ ହୋଇଥିଲେ।…

Read More

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତ ବିଭାଗ ଆନୁକୁଲ୍ୟରେ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସଭାଗୃହରେ ଏକ ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଡ.ବିପିନ କୁମାର ପଟ୍ଟନାୟକ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରାକ୍ତନ କୁଳପତି ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ତିରୁପତି ଓ କିସ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳାନୁଶାସନ ପ୍ରଫେସର ସତ୍ୟନାରାୟଣ ଆଚାଯ୍ୟର୍ ଯୋଗ ଦେଇଥିଲେ। ମୁଖ୍ୟ ପ୍ରବକ୍ତା ଭାବେ ପ୍ରଫେସର ହରେକୃଷ୍ଣ ଶତପଥୀ “ସ୍କନ୍ଦପୁରାଣରେ ଶ୍ରୀଜଗନ୍ନାଥ“ ବିଷୟ ଉପରେ ଦୀକ୍ଷାନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଅତିଥିମାନଙ୍କ ବିସ୍ତୃତ ପରିଚୟ ପ୍ରଦାନ କରିଥିଲେ। ମାନପତ୍ର ପଠନ ଅଧ୍ୟାପିକା ଟୁନି ପରିଡ଼ା, ବିଶେଷ ସହଯୋଗୀ ଅଧ୍ୟାପକ…

Read More

ଓଡଗାଁ ମାଟିଆକେଳା ୧୫ପରିବାରଙ୍କୁ ସପ୍, କମ୍ବଳ ଓ କନ୍ଥା ବଣ୍ଟନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ବର୍ଷଧରି ରହିଆସୁଥିବା ମାଟିଆ କେଳା ” ମାଙ୍କୁ” ଆଦିବାସୀ ର 15 ପରିବାର ଙ୍କୁ ସପ୍, କନ୍ଥା, ଓ କମ୍ବଳ ବଣ୍ଟନ କରାଯାଇଛି। ଏହି ପରିବାର ରୋହିବାଙ୍କ ଅଞ୍ଚଳରେ ଦୀର୍ଘ 10 ବର୍ଷରୁ ଅଧିକ ଧରି ରହି ଆସୁଥିବାବେଳେ ମାତ୍ର ପର୍ବ ପର୍ବାଣୀ ସମୟରେ ଲୋକ ଲୋଚନକୁ ଆସନ୍ତି। ଏମାନେ ମାଟି ଭିତରେ ଦୀର୍ଘ ସମୟ ଧରି ନିଜ ମୁଣ୍ଡ ପୋତି ଦର୍ଶକ ମାନଙ୍କଠାରୁ ଯାହା ପାଆନ୍ତି  ସେଥିରେ ନିଜର ଗୁଜୁରାଣ ମେଣ୍ଟାଇବା ସହିତ ବର୍ଷା ଋତୁରେ ଜଙ୍ଗଲରୁ ପୀଠଳ ଖୋଳି ଆଣି ଚଳନ୍ତି। ଏମାନଙ୍କ  ପରିବାର ମାଫସଲ କି ସହରୀ ଜୀବନ କଣ ଜାଣିବା ଦୂରର କଥା ନିଜକୁ ସମାଜ ଠାରୁ ଦୁରେଇ ରଖନ୍ତି, ଦେହ ଖରାପ ହେଲେ ଡାକ୍ତରଖାନ…

Read More

ଗୃହ ସହାୟିକାମାନଙ୍କୁ କମ୍ବଳବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ ଏକ୍ସିଲେନ୍ସିର ଆନୁକୂଲ୍ୟରେ ଗୃହ ମାନଙ୍କ ରେ କାର୍ଯ୍ୟରତଗୃହ ସହାୟିକା ମାନଙ୍କୁ ପୁରୁଣା ସହର କରଣସାହି ରୋଟାରି ଭଵନ ଠାରେ ଆଜି ଅପରାହ୍ନରେ କମ୍ବଳ ବଣ୍ଟନ କରାଯାଇଛି।  ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାସଙ୍କ ଉପସ୍ଥିତରେ ୨୦ଜଣ ଗୃହରେ କାର୍ଯ୍ୟରତ ଗୃହ ସହାୟିକା ସାମିଲ ହୋଇ କମ୍ବଳ ଗ୍ରହଣ କରିଥିଲେ। ରୋଟାରୀଆନ ଲକ୍ଷ୍ମୀଧର ମହାପାତ୍ର, ବାସୁଦେବ ମିଶ୍ର, ପୁର୍ଣଚନ୍ଦ୍ର ଶାନ୍ତ ଓ କୋଷାଧକ୍ଷ ଶେଖ ମସଝୁଦ ହୁସେନ ଏବଂ ଶିବାଶିଷ ମହାନ୍ତି ଉପସ୍ଥିତ ଥିଲେ। ପରିଶେଷରେ ସହାୟିକାମାନଙ୍କୁ ଜଳଖିଆ ବଣ୍ଟନ କରାଯାଇଥିଲା।

Read More