ଗୃହ ସହାୟିକାମାନଙ୍କୁ କମ୍ବଳବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ ଏକ୍ସିଲେନ୍ସିର ଆନୁକୂଲ୍ୟରେ ଗୃହ ମାନଙ୍କ ରେ କାର୍ଯ୍ୟରତଗୃହ ସହାୟିକା ମାନଙ୍କୁ ପୁରୁଣା ସହର କରଣସାହି ରୋଟାରି ଭଵନ ଠାରେ ଆଜି ଅପରାହ୍ନରେ କମ୍ବଳ ବଣ୍ଟନ କରାଯାଇଛି।  ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାସଙ୍କ ଉପସ୍ଥିତରେ ୨୦ଜଣ ଗୃହରେ କାର୍ଯ୍ୟରତ ଗୃହ ସହାୟିକା ସାମିଲ ହୋଇ କମ୍ବଳ ଗ୍ରହଣ କରିଥିଲେ। ରୋଟାରୀଆନ ଲକ୍ଷ୍ମୀଧର ମହାପାତ୍ର, ବାସୁଦେବ ମିଶ୍ର, ପୁର୍ଣଚନ୍ଦ୍ର ଶାନ୍ତ ଓ କୋଷାଧକ୍ଷ ଶେଖ ମସଝୁଦ ହୁସେନ ଏବଂ ଶିବାଶିଷ ମହାନ୍ତି ଉପସ୍ଥିତ ଥିଲେ। ପରିଶେଷରେ ସହାୟିକାମାନଙ୍କୁ ଜଳଖିଆ ବଣ୍ଟନ କରାଯାଇଥିଲା।

Related posts