ଓଡଗାଁ ମାଟିଆକେଳା ୧୫ପରିବାରଙ୍କୁ ସପ୍, କମ୍ବଳ ଓ କନ୍ଥା ବଣ୍ଟନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ବର୍ଷଧରି ରହିଆସୁଥିବା ମାଟିଆ କେଳା ” ମାଙ୍କୁ” ଆଦିବାସୀ ର 15 ପରିବାର ଙ୍କୁ ସପ୍, କନ୍ଥା, ଓ କମ୍ବଳ ବଣ୍ଟନ କରାଯାଇଛି। ଏହି ପରିବାର ରୋହିବାଙ୍କ ଅଞ୍ଚଳରେ ଦୀର୍ଘ 10 ବର୍ଷରୁ ଅଧିକ ଧରି ରହି ଆସୁଥିବାବେଳେ ମାତ୍ର ପର୍ବ ପର୍ବାଣୀ ସମୟରେ ଲୋକ ଲୋଚନକୁ ଆସନ୍ତି। ଏମାନେ ମାଟି ଭିତରେ ଦୀର୍ଘ ସମୟ ଧରି ନିଜ ମୁଣ୍ଡ ପୋତି ଦର୍ଶକ ମାନଙ୍କଠାରୁ ଯାହା ପାଆନ୍ତି  ସେଥିରେ ନିଜର ଗୁଜୁରାଣ ମେଣ୍ଟାଇବା ସହିତ ବର୍ଷା ଋତୁରେ ଜଙ୍ଗଲରୁ ପୀଠଳ ଖୋଳି ଆଣି ଚଳନ୍ତି। ଏମାନଙ୍କ  ପରିବାର ମାଫସଲ କି ସହରୀ ଜୀବନ କଣ ଜାଣିବା ଦୂରର କଥା ନିଜକୁ ସମାଜ ଠାରୁ ଦୁରେଇ ରଖନ୍ତି, ଦେହ ଖରାପ ହେଲେ ଡାକ୍ତରଖାନ ବଦଳରେ ଚେର ମୂଳି ଔଷଧ କୁ ଆପଣାନ୍ତି।

ରାଜ୍ୟ ସରକାରଙ୍କ ” ଆସ ସ୍କୁଲ ଯିବା ” ଅଭିଯାନ ମାଧ୍ୟମରେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସନ୍ତୋଷ କୁମାର ସାହୁ ଏମାନଙ୍କୁ ପ୍ରଥମେ ଲୋକ ଲୋଚନକୁ ଆଣିଥିବା ସହିତ ଏମାନଙ୍କ ପିଲାମାନଙ୍କ ସମସ୍ତ ଶିକ୍ଷା ଭାର ଗ୍ରହଣ କରିଥିଲେ। ଖାଲି ସେତିକି ନୁହେଁ ଏହି ପରିବାର ର ଦମ୍ପତି ମାନଙ୍କୁ ରାଜ୍ୟ ସରକାରଙ୍କ “ଉଲ୍ଲାସ” ଯୋଜନା ମାଧ୍ୟମରେ ସାକ୍ଷର ସହିତ ଶିକ୍ଷା ପ୍ରତି ସଚେତନ ସୃଷ୍ଟି କରାଇବା ଭାର ମଧ୍ୟ ନେଇଥିଲେ ଶିକ୍ଷକ ଶ୍ରୀ ସାହୁ। ଏତିକିରେ ସୀମିତ ନ ରହି  ବିଭିର୍ଣ୍ଣ ବେସରକାରୀ ସଂସ୍ଥା ସହିତ ଯୋଗାଯୋଗ କରି ଏହି ଆଦିବାସୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ସାହାଯ୍ୟ ମାଗିଥିଲେ। ନିଜର ବାଲ୍ୟ ବନ୍ଧୁ ପାନ୍ତିଖାରି ଶାସନ ଗ୍ରାମର ସାର୍ଥକ ଷଡ଼ଙ୍ଗୀ ଙ୍କ  ସାହାଯ୍ୟରେ ପରିବାରକୁ କନ୍ଥା ସହିତ ନୟାଗଡ଼ର ସନ୍ତୋଷୀ ଚାରିଟେବୁଲ ଟ୍ରଷ୍ଟ ସେ ପରିବାରକୁ ସପ୍ ଓ କମ୍ବଳ ବଣ୍ଟନ କରିଥିବା ଜଣାପଡିଛି।

Related posts