ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର କିଛି ସରପଞ୍ଚ, ଅଙ୍ଗନବାଡି କର୍ମୀ, ମିଶନ ଶକ୍ତିର MBK, CRP ଏବଂ SHG ଗ୍ରୁପର ପ୍ରେସିଡେଣ୍ଟ ଓ ସେକ୍ରେଟାରୀଙ୍କୁ ନେଇ ସାନିଟେସନ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦର ସୃଜନ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ତାଲିମ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ ଏବଂ ନିଜେ ସଫାସୁତୁରା ରହିବା ସହିତ କିପରି ଭାବେ ପଞ୍ଚାୟତକୁ ନିର୍ମଳ ଏବଂ ସରସ ସୁନ୍ଦରଭାବେ ଗଢ଼ିତୋଳି ହେବ ତାହା ଉପରେ ଆଲୋଚନା କରାଯାଇଥିଲା। ନାରୀ ସଶକ୍ତିକରଣ ସହିତ ପରିବେଶର ସ୍ବଚ୍ଛତାର ଦୀର୍ଘ ସ୍ଥାୟୀ କାର୍ଯ୍ୟକ୍ରମ ଉପରେ ଟିପ୍ପଣୀ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ…
Read MoreDay: January 9, 2026
ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଅନ୍ନପୂର୍ଣ୍ଣା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଜାମୁସାହି ସ୍ଥିତ ଜନ ମିଲଟନ୍ ସ୍କୁଲ ଫର୍ ଡିଫ୍, ଡମ୍ବ ଏବଂ ବ୍ଲାଇଣ୍ଡ୍ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଛି। ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବସିରନ ବିବିଙ୍କ ନେତୃତ୍ୱରେ ସ୍କୁଲର ଅନ୍ତେବାସୀ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ସଭାପତି ବସିରନ ବିବି କହିଥିଲେ ଯେ ଆଗାମୀ ଦିନରେ ସ୍କୁଲର ଯେଉଁ ଛୋଟ ଛୋଟ ସମସ୍ୟା ରହିଛି, ସେଗୁଡ଼ିକୁ ଦୂର କରିବା ପାଇଁ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଯଥା ସମ୍ଭବ ସହଯୋଗ କରାଯିବ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀକାନ୍ତ କୁମାର ଖଟେଇ, ଧିରେନ୍ଦ୍ର କୁମାର ପଟ୍ଟନାୟକ, ବାସୁଦେବ ସାହୁ ଓ ଲକ୍ଷ୍ମୀନାରାୟଣ ରଥ ପ୍ରମୁଖ ଉପସ୍ଥିତ ରହି…
Read Moreନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ସାଲୁଣୀ ଗାଁରେ ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପକ୍ଷରୁ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ସାଲୁଣୀ ଗାଁରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନାଟୁଗାଁ ସରପଞ୍ଚ ସାଗରବାଳା ବରାଡ଼, ସମିତିସଭ୍ୟା ତୋଫାନୀ ଦାଶ, ଚମ୍ପତିପୁର ପଞ୍ଚାୟତ ସରପଞ୍ଚ ଅମର ପ୍ରସାଦ ସାଥୁଆ, କ୍ରିଦାଶପୁର ପଞ୍ଚାୟତ ସମିତିସଭ୍ୟା ବାସନ୍ତି ପଣ୍ଡା ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଜଳ ବିଭାଜିକା ମହୋତ୍ସବର ଉଦ୍ଦେଶ୍ୟ ଉପରେ ଆଲୋଚନା ରଖିଥିଲେ…
Read Moreନୟାଗଡ଼ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଏହି ମେଳାରେ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟର ଅଧ୍ୟକ୍ଷ ଭବେଶ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ କାନ୍ତି ରଞ୍ଜନ ସାହୁ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ ପରିଚାଳନା କରିଥିଲେ । ଏହି ନିଯୁକ୍ତି ମେଳାରେ ମୋଟ ୨୩ଗୋଟି ନିଯୁକ୍ତି ଦାତା…
Read More